ଭଗବାନ ହନୁମାନଙ୍କ ବିବାହ ବିଷୟରେ କିଛି ଅବିଶ୍ବାନୀୟ କଥା, ଯାହା ସଂସାରରେ କେହି ଜାଣି ନାହାନ୍ତି  

ଆଜି ଆମେ ହନୁମାନଙ୍କ ବିବାହ ବିଷୟରେ ଆଲୋଚନା କରିବା । ବାଲ ବ୍ରହ୍ମଚାରି ବିବାହ କଥା ସୂନୀ ଆପଣ ଚିନ୍ତାରେ ପଡିଥିବେ, କିନ୍ତୁ ଏହା ସତ୍ୟକି ପବନ ପୁତ୍ର ହନୁମାନ  ବିଶ୍ଵର ବନ୍ଧନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ପଡିଥିଲା ।

ଏହାର ପ୍ରମାଣ ହେଉଛି ଆନ୍ଧ୍ର ପ୍ରଦେଶର ଖମମ ଜିଲାରେ ଥିବା ବିଶେଷ ମନ୍ଦିର । ଯେଉଁଠି ପ୍ରଭୁ ହନୁମାନଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ଅଛନ୍ତି । ଏହି ମନ୍ଦିରକୁ ବହୁତ ଦୂରରୁ ଲୋକ ହନୁମାନ ତାଙ୍କ ପତ୍ନୀର ଦର୍ଶନ ପାଇଁ ଆସିଥାନ୍ତି । କୁହାଯାଏକି ହନୁମାନ ଓ ତାଙ୍କ ପତ୍ନୀର ଦର୍ଶନ କରିବା ମାତ୍ରେ ପତି ପତ୍ନୀଙ୍କ ମଧ୍ୟେ ଥିବା ସବୁ ସମସ୍ୟା ଦୂର ହୋଇଥାଏ ।

Image Courtesy: Google

ଆସନ୍ତୁ ଜାଣିବା ମହାବଳୀ ହନୁମାନଙ୍କ ବିବାହ କାହା ସହିତ ହୋଇଥିଲା ଓ କେଉଁ କାରଣରୁ ହୋଇଥିଲା ।  ବାଲ୍ୟ ଅବସ୍ଥାରେ ଭଗବାନ ସୂର୍ଯ୍ୟଦେବଙ୍କୁ  ଫଳ ଭାବି ଖାଇଥିବା ହନୁମାନ ବଡ ହେବା ପରେ ସୂର୍ଯ୍ୟ ଦେବଙ୍କୁ ନିଜ ଗୁରୁ ବୋଲି ମାଣିଥିଲେ ଓ ସୂର୍ଯ୍ୟ ଦେବଙ୍କ ପାଖକୁ ଶିକ୍ଷାଲାଭ କରିବାକୁ ଯାଉଥିଲେ ।କିନ୍ତୁ ବ୍ରମହାଣ୍ଡାର ନିୟମ ଅନୁସାରେ  ସୂର୍ଯ୍ୟ ଦେବା କେବେ ସ୍ଥିର ହୋଇକି ରହିପାରିବେ ନହିଁ । ତାଙ୍କଠାରୁ ଶିକ୍ଷାଲାଭ କରିବା ପାଇଁ ମହାବଳୀ ହନୁମାନଙ୍କୁ ସୂର୍ଯ୍ୟ ଦେବଙ୍କ ରଥ ସହିତ ଉଡିବାକୁ ପଡୁଥିଲା ।

Image Courtesy: Google

ଏହିପରି ଭାବରେ ଭଗବାନ ସୂର୍ଯ୍ୟ ଦେବଙ୍କ ୯ କଳା ମଧ୍ୟରୁ ପଞ୍ଚୋଟି କାଳର ଜ୍ଞାନ ହନୁମାନଙ୍କୁ ଶିଖାଇ ଦେଇଥିଲେ । କିନ୍ତୁ ବାକି ଥିବା ଚାରୋଟି କଳାର ଜ୍ଞାନ ଦେବାକୁ ମନା କରିଥିଲେ । ପ୍ରଭୁ ହନୁମାନ ସୂର୍ଯ୍ୟ ଦେବଙ୍କୁ ଏହାର କାରଣ ପଚାରିବାରୁ କହିଲେ କୌଣସି ଅବିବାହିତଙ୍କୁ ଏହି ଚାରୋଟି କଳାର ଜ୍ଞାନ ଦିଆଯାଏ ନହିଁ । ଏହା ଶୁଣିବା ପରେ ହନୁମାନ ଧର୍ମ ସଙ୍କଟରେ ପଡିଯାଇଥିଲେ କାରଣ ତାଙ୍କୁ ସେହି ଚାରୋଟି ଜ୍ଞାନର ଆବଶ୍ୟକ ଥିଲା ।

Image Courtesy: Google

ଏହି ସମୟରେ ଭଗବାନ ସୂର୍ଯ୍ୟ ଦେବ ହନୁମାନଙ୍କୁ ବିବାହ କରିବାର ପରାମର୍ଶ ଦେଇଥିଲେ ।  ୯ ଟି ଜ୍ଞାନର ଲାଭ ପାଇଁ ସେ ଗୁରୁଙ୍କ କଥାରେ ଏକ ମତ ହୋଇଥିଲେ । କିନ୍ତୁ ହନୁମାନଙ୍କର କନ୍ୟା ହେବ କିଏ ଚିନ୍ତାର ବିଷୟ ପାଲଟି ଥିଲା । ଭଗବାନ ସୂର୍ଯ୍ୟ ଦେବା ପୁଣି ହନୁମାନଙ୍କୁ ବାଟ ଦେଖାଇଥିଲେ ।  ତାଙ୍କର ପରମ ତପସ୍ଵୀ ଓ ତେଜସ୍ବୀ ପୁତ୍ରୀଶୁଭର୍ଜଳାକୁ  ହନୁମାନଙ୍କ ସହିତ ବିବାହ ପାଇଁ ରାଜି କରାଇଥିଲେ । ନିଜ ଗୁରୁଙ୍କ ପୁତ୍ରୀଙ୍କୁ ବିବାହ କରିବା ପରେ ହନୁମାନ ତାଙ୍କର ଶିକ୍ଷାଲାଭ ସେଶ କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *