ଭଗବାନ ଶିବଙ୍କୁ କେଉଁ ପୁଷ୍ପ ଅର୍ପଣ କଲେ କଣ ଫଳ ପ୍ରାପ୍ତ ହୋଇଥାଏ- Ajira Anuchinta

ଭଗବାନ ଶିବ ବହୁତ୍ ଭୋଳା ଅଟନ୍ତି ତାଙ୍କୁ ଯିଏ ସଫା ମନରେ ଆବାହନ କରିଥାଏ ଭଗବାନ ତା ଉପରେ ନିଜ କୃପା ଦୃଷ୍ଟି ରଖିଥାନ୍ତି ଜୀବନରେ ଯଦି କାହାକୁ ବହୁତ୍ ଅଧିକ କଷ୍ଟ ହୋଇଥାଏ ତେବେ ତାଙ୍କୁ ଭଗବାନ ଶିବଙ୍କ ପୂଜା କରିବା ଉଚିତ । ଭଗବାନ ଶିବ ବହୁତ ସହଜରେ ମାନି ଯାଇଥାନ୍ତି କିନ୍ତୁ ବହୁତ୍ ଶିଘ୍ର ରାଗିବି ଯାଇଥାନ୍ତି ସେଥିପାଇଁ ଭଗବାନ ଶିବଙ୍କୁ ସଠିକ୍ ବିଧି ଅନୁଯାଇ ପୂଜା କରିବା ଉଚିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପୁଷ୍ପ ବିଷୟରେ କହିବାକୁ ଯାଉଛୁ ଯାହା ଅର୍ପଣ କରିବା ଦ୍ୱାରା ଆପଣଙ୍କୁ କଣ ଫଳ ପ୍ରାପ୍ତି ହୋଇଥାଏ ।

କମଳ ପୁଷ୍ପ :

ଶାସ୍ତ୍ର ଅନୁଯାଇ ଯଦି ସୋମବାର ଦିନ ଆପଣଙ୍କୁ କମଳ ପୁଷ୍ପ ମିଳିଥାଏ ତେବେ ଆପଣ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ, ଆପଣଙ୍କୁ ବହୁତ୍ ଭଲ ଜୀବନସାଥୀ ପ୍ରାପ୍ତି ହୋଇଥାଏ । ତେବେ ଆପଣ ଯଦି ଜିବନ ସାରା ଖୁସି ରହିବାକୁ ଇଛା କରନ୍ତି ତେବେ ଆପଣଙ୍କୁ କମଳ ପୁଷ୍ପ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ।

ଶଙ୍ଖ ପୁଷ୍ପ :

ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି ଜୀବନରେ ଧନର ବହୁତ୍ ଅଭାବ ହୋଇଥାଏ ଆଉ ଆର୍ଥିକ ସମସ୍ୟା ହୋଇଥାଏ ସେହି ଲୋକଙ୍କୁ ସୋମବାର ଦିନ ଶଙ୍ଖ ପୁଷ୍ପ ଅର୍ପଣ କରିବା ଉଚିତ । ଆପଣ ଯଦି ମନ ଧ୍ୟାନ ଦେଇ ଭଗବାନଙ୍କୁ ଅର୍ପଣ କରନ୍ତି ତେବେ ଆପଣଙ୍କୁ ମନ ଭିତରେ କାହା ପାଇଁ କିଛି ଖରାପ ଭାବନା ରଖିବା ଉଚିତ ନୁହେଁ ।

ଧତୁରା ପୁଷ୍ପ :

ଆପଣ ମାନେ ପ୍ରାୟତଃ ରାସ୍ତା କଡ଼ରେ ଧତୁରା ପୁଷ୍ପ ଦେଖିଥିବେ ତେବେ ଏହାର ଦୁଇ ପ୍ରକାର ରଙ୍ଗର ଫୁଲ ହୋଇଥାଏ ଗୋଟେ ସଫା ଧଳା ରଙ୍ଗର ହୋଇଥାଏ ଆଉ ଗୋଟେ ଧଳା ସହ ନେଳି ରଙ୍ଗର ମିସା ଫୁଲ ଆସିଥାଏ ଯଦି ଆପଣ ସେହି ମିଶା ଫୁଲ ଭଗବାନ ଶିବଙ୍କୁ ଅର୍ପଣ କରନ୍ତି ତେବେ ଆପଣଙ୍କୁ ବହୁତ୍ ଶିଘ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ।

ତୁଳସୀ ମଞ୍ଜରୀ :

ତୁଳସୀ ଗଛ ବହୁତ୍ ପବିତ୍ର ହୋଇଥାଏ ତେବେ ସବୁ ପୂଜାରେ ତୁଳସୀ ପତ୍ର ବ୍ୟବହାର ହୋଇଥାଏ କିନ୍ତୁ ଯଦି ଆପଣଙ୍କୁ ଭଗବାନ ଶିବଙ୍କ ବିଶେଷ କୃପା ଆବଶ୍ୟକ ହୋଇଥାଏ ତେବେ ଆପଣଙ୍କୁ ତୁଳସୀ ମଞ୍ଜରୀ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ଏହା ଦ୍ଵାରା ଆପଣଙ୍କୁ ତ୍ରୀମୁର୍ତିଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *