ଭାରତକୁ ଆସିବ Digital ଟଙ୍କା, RBI କଣ ରଖିବ ନାଁ ? ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ଭାରତକୁ ଆସିବ ଡିଜିଟାଲ ଟଙ୍କା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଂସଦରେ ୨୦୨୨-୨୩ ବଜେଟ ଉପସ୍ଥାପନ କରିଆବା ସମୟରେ ଏହି କଥା କହିବା ପରେ ସାର ଦେଶରେ ଏବେ ଚର୍ଚ୍ଚା ଚାଲିଛି । ଚଳିତ ବର୍ଷ ଠାରୁ ଭାରତରେ ଲାଗୁ ହେବାକୁ ଯାଉଛି ଏହି ଡିଜିଟାଲ କରେନ୍ସି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଏହି ଡିଜିଟାଲ ଟଙ୍କା ବା କ୍ରିପ୍ଟ କରେନ୍ସି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣରେ ଏହା ପରିଚାଳିତ ହେବ । ଆମେ ମାନେ ସାଧାରଣତ କାଗଜରେ ତିଆରି ଟଣା ବ୍ଯବହୃତ କରୁଛୁ । ତେବେ ଏହି ଡିଜିଟାଲ ଟଙ୍କାଙ୍କୁ କିପରି ବ୍ୟବହାର କରାଯିବ ଏ ନେଇ ଏକ ଗାଇଡ ଲାଇନ ଜାରି କରିବାକୁ ଯାଉଛି RBI । ବିଶ୍ଵ ବାଜରରେ କ୍ରିପ୍ଟ କରେନ୍ସି ର ଚାହିଦା ବଢିଥିବା ଦେଖି ଭାରତ ମଧ୍ୟ ଅର୍ଥନୀତିରେ ଲାଗୁ କରିବାକୁ ଆଗେଇ ଆସିଛି । କ୍ରିପ୍ଟ କରେନ୍ସିରୁ ଲୋକେ ଟଙ୍କା ରୋଜଗାର କରୁଛନ୍ତି ।

ଯେଉଁ ଭଳି ଲୋକେ ସେୟାର ବଜାରରେ ପୁଣି ନିବେଶ କରି ବ୍ୟବସାୟ କରୁଛନ୍ତି ଠିକ ସେହିପରି କ୍ରିପ୍ଟ କରେନ୍ସିରେ ପୁଣି ନିବେଶ କରି ବ୍ୟବସାୟ କରିହେବ । ଷେୟାର ବଜାରକୁ ଦେଶରେ ନିୟନ୍ତ୍ରଣ କରାଯାଇ ଥିବା ବେଳେ କ୍ରିପ୍ଟ କରେନ୍ସିକୁ ଏ ଯାଏଁ ଭାରତରେ ଲାଗୁ କାରାଯାଇ ନାହି । ଏମିତିରେ ବି ଅନେକ ଆପ ମାଧ୍ୟମରେ କ୍ରିପ୍ଟ କରେନ୍ସିରେ ବିକ୍ରି କରା ଯାଉଛି । ଯଦି ଆପଣ ବିଆଇଟି କଏନ କିଣୁଛନ୍ତି ତେବେ ଆପଣ ଲାଭବାନ ହେବେ ବା କ୍ଷତି ସହିବାକୁ ମଧ୍ୟ ପଡିପାରେ ।

କାରଣ ଆପଣ କିଣିଥିବା ବିଟ କଏନର ମୂଲ୍ୟ ଅନେକ ସମୟରେ ଅଧିକ ବା କମ ହୋଇଯାଏ । ଏହାର ଏକାଧିକ ଉଦାହରଣ ମଧ୍ୟ ରହିଛି । ଟେସନାଲ କମ୍ପାନୀର ମୁଖ୍ୟ ଇଲନ ମସ୍କ କହିଥିଲେ ଯେ ତାଙ୍କ କାର ଗୁଡିକୁ ବିଟ କଏନରେ କିଣା ଯାଇ ପାରିବ ନାହି । ସେହି ସମୟରେ କୃପାତ କରେନ୍ସି ବଜାରରେ କ୍ଷତି ସହିଥିବା ବେଳେ ଜାପାନରେ ଯେବେ ଏହାକୁ ବୈଧ କରାଗଲା ସେହି ସମୟରେ ଏହାର କହଚାହିଦା ବୃଦ୍ଧି ପାଇଥିଲା ।

ଏମିତିକି କ୍ରିପ୍ଟ କରେନ୍ସି ସାହାଜ୍ଯରେ ଆପଣ କିଛି ବି ଜିନିଷ କିଣି ପାରିବେ । କାରଣ ଏବେ ଆମାଜନ ଓ ଆପଲ ଭଳି ବଡ ବଡ କମ୍ପାନୀ କ୍ରିପ୍ଟ କରେନ୍ସିକୁ ଗ୍ରହଣ କରୁଛନ୍ତି । ଏହି ଡିଜିଟାଲ ଟଙ୍କାକୁ ରଖିବା ପାଇଁ ଏକ ଡିଜିଟାଲ ୱାଲେଟ ରହିଛି । ଯାହାର ସାର୍ବଜନୀନ ଡିଜିଟାଲ କୋଡ ରହିବ । କିନ୍ତୁ ଏହା ଦ୍ଵାରା ଆର୍ଥିକ ହେରାଫେରା ମଧ୍ୟ ହେଉଛି ତେଣୁ ସାବଧାନ ରହିବା ଉଚିତ ।

ନିକଟରେ ଏକ ବିଦେଶ କମ୍ପାନୀ ଏବଳି ହେରାଫେରିର ସମୁଖିନ୍ନ ହୋଇଛି । ତେଣୁ ଏହି ସମସ୍ୟାକୁ ନଜରରେ ରଖି ବହରତ କ୍ରିପ୍ଟ କରେନ୍ସିରେ କୌଣସି ପଦକ୍ଷେପ ନେଇନାହି । କିନ୍ତୁ ଆଗାମୀ ଅଧିବେଶନରେ ସାଂସଦରେ ଆଲୋଚନା କରାଯିବ ବୋଲି କୁହା ଯାଉଛି । RBI ଯେଉଁ ଡିଜିଟାଲ କରେନ୍ସି ଜାରି କରିବାକୁ ଯାଉଛି ତାହାର ନାମ ରହିବ ସେଣ୍ଟ୍ରାଲ ବ୍ଯାଙ୍କ ଡିଜିଟାଲ କରେନ୍ସି ।

ବନ୍ଧୁଗଣ ଆପଣଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *