ଭାରତରେ ଲକଡାଉନରେ ଫସିଥିବା ଦୁଇ ଅଲଗା ଦେଶର ଲୋକଙ୍କୁ ହୋଇଗଲା ପ୍ରେମ, ଆଉ ତା ପରେ…

ଭଲପାଇବା ଜୀବନର ସବୁଠୁ ଭଲ ମୂହୁର୍ତ୍ତ ହୋଇଥାଏ । ଭଲପାଇବା କେବେ,କାହାକୁ କେମିତି କେଉଁଠି ହୋଇଯାଏ,ଏଇ କଥା କେହି ଜାଣିପାରନ୍ତିନି । ସ୍ପେନର ଗୋଟେ ପୁଅ ଆଉ ଆମେରିକାର ଏକ ଝିଅ ଭାରତ ବୁଲିବାକୁ ଆସିଥିଲେ । ଏମାନଙ୍କ ସାଙ୍ଗରେ କିଛି ଏମିତି ହେଇଥିଲା ଜାଣି ଆପଣ ବିଶ୍ଵାସ କରିପାରିବେନି । ଦିଲ୍ଲୀରେ ଦୁହିଁଙ୍କର ଭେଟ ହେଲା, ତା ପରେ ବନ୍ଧୁତା ହେଲା, ତା ପରେ ସାଙ୍ଗ ହୋଇ ବୁଲିବାକୁ ଗଲେ, ଏହା ପରେ ରେ ଦୁଇଜଣଙ୍କୁ ଉଭୟଙ୍କ ସହ ପ୍ରେମ ହୋଇଗଲା । ଦୁଇଜଣ ରୁଦ୍ରପ୍ରୟୋଗଠୁ ୨୬ କିଲୋମିଟର ଦୂର ବାଂଶବାଡାର ଗ୍ରାମୀଣ ମନ୍ଦିରରେ ବିବାହ କଲେ ।

ଲକଡାଉନ ଦୁଇ ମନକୁ ପରସ୍ପର ସହ କଲା ଲକ

Image Courtesy: Google

ଗୌରବର କଥା ଏହି ଯେ ଏହି ଯୋଡିଙ୍କ ପାଇଁ ସାତ ସମୁଦ୍ର ପାରି ହୋଇ ବାହାହେବା ଚମତ୍କାର ଥିଲା । ଏହି ବିଦେଶୀ ଯୋଡିଙ୍କ ପ୍ରେମ କାହାଣୀ କେଉଁ ଫିଲ୍ମ ଷ୍ଟୋରିରୁ କମ ନୁହେଁ । ଆମେ ଆପଣଙ୍କୁ କହିଦେବାକୁ ଚାହୁଛୁ ଯେ ସେମାନେ ଭାରତ ବୁଲିବାକୁ ଆସିଥିଲେ, ସେହି ସମୟରେ କରୋନା ଭାଇରସ ବଢିବା କାରଣରୁ ଦେଶରେ ଲକଡାଉନ ହୋଇଥିଲା । ଏହି କାରଣରୁ ଦୁଇ ଜଣ ଭାରତରେ ଫସି ରହିଲେ । ଏହାପରେ ଦୁଇଜଣ ସେମାନଙ୍କ ବାହାଘର ବିଷୟରେ ଭାବିଲେ ।

Image Courtesy: Google

ଆପଣଙ୍କୁ କହୁଛୁ ଯେ ପଇସା କମ ହେବା କାରଣରୁ ସେହି ଦୁଇଜଣ ପାଦରେ ଚାଲି ବା କେବେ ଲିଫ୍ଟ ନେଇ ଗୋଟେ ଜାଗରୁ ଅନ୍ୟ ଜାଗାକୁ ବୁଲି ଯିବାର ପ୍ଳାନ ବନେଇଥିଲେ । ସେମାନେ ଏହି ୧ ସପ୍ତାହ ତଳେ  ହୃଷୀକେଶ ପହଞ୍ଚିଲେ । ଏହା ପରେ ବୁଧବାର ରୁଦ୍ରପ୍ରୟୋଗର ରାସ୍ତାରେ ବଂଶବାଡା ପହଞ୍ଚିଲେ । ସେଠି ଦୁଇଜଣ ରହିବା ପାଇଁ ହୋଟେଲ ବୁକ କଲେ, ସେହି ହୋଟେଲରେ ତାଙ୍କର ସାମାଜିକ କାର୍ଯ୍ୟକର୍ତ୍ତା ଅମିତ ରାଜବାନଙ୍କ ସାଙ୍ଗରେ ସାକ୍ଷ୍ୟାତ ହେଲା । ଦୁଇଜଣ ତାଙ୍କୁ ନିଜ କାହାଣୀ କହିଲେ, ଏହା ପରେ ଅମିତ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁଇ ଜଣଙ୍କ ବିବାହ କରାଇଥିଲେ ।

Image Courtesy: Google

ଆପଣଙ୍କୁ ଜଣେଇବା ପାଇଁ କହିରଖୁଛୁ ଯେ ସ୍ପେନର ପୁଅର ନାମ ସିଜଲ ଓ ଆମେରିକାର ଝିଅ ନାମ ମେରିକ ଥିଲା । ଏହି ବିବାହର ସବୁଠୁ ବଡ ଖାସ କଥା ଏହା ଥିଲା କି ଏହା ହିନ୍ଦୁ ରୀତି ନୀତିରେ ହୋଇଥିଲା ।  ଦୁଇଜଣ ବାହାଘର ପରେ ବହୁତ ଖୁସି ଅଛନ୍ତି । ସେଜଲ ପେଷାରେ ବ୍ୟବସାୟୀ ଅଟନ୍ତି, ମେରିକ ଏବେ ଏବେ ତାଙ୍କର ସ୍ନାତକ ସାରି ବୁଲିବାକୁ ଆସିଥିଲେ । ଭାରତ ବୁଲିବାକୁ ଆସିବା ପୂର୍ବରୁ ଦୁଇ ଜଣ ପରସ୍ପରକୁ ଜାଣି ନଥିଲେ, କିନ୍ତୁ ଲକଡାଉନ ସବୁଦିନ ପାଇଁ ଦୁଇଜଣକୁ ଏକ ବନ୍ଧନରେ ବାନ୍ଧିଦେଲା ।

Leave a Reply

Your email address will not be published. Required fields are marked *