ଭାରତର ଏହି ସବୁ ବଡ ପଦବୀରେ ଅଛନ୍ତି ୮ଟି ଓଡିଆ ପୁଅ

ମୋଦୀ ସରକାର ରେ ଓଡିଆ ପୁଅ ରାଜନେତାଙ୍କ ଠାରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି ବଡ ବଡ ପଦବୀରେ ଆମ ଓଡିଆ ପୁଅ ମାନଙ୍କୁ । ନଜର ପକାନ୍ତୁ ସେଇ ବ୍ୟକ୍ତି ବିଶେଷଙ୍କ ଉପରେ ମୋଦୀ ସରକାର ରେ ଅଧିକ ଚର୍ଚାରେ ରହିବା ସହ, ଉଚ ପଦବୀରେ ମଧ୍ୟ ରହିଛନ୍ତି । କିଛି ବର୍ଷ ହେବ ନୂଆ ତାଲିକାରେ କିଛି ନୂଆ ନାଁ ଯୋଡି ହୋଇଛି । ତେବେ ଆସନ୍ତୁ ଜାଣିବା ସ୍ସେମାନେ କିଏ, ଯାହା ପାଇଁ ଆଜି ସାରା ଓଡିଶା ଗର୍ବିତ ।

Image Courtesy: Google

ଗିରୀଶ ମୁର୍ମୁ :-

ଗିରୀଶ ମୁର୍ମୁଙ୍କୁ ଦେଶର ପ୍ରଥମ  ମହାଲେଖା ନିୟତ୍ରକ ଭାବରେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡିଆ ଭାବେ ଏହି ଉଚ ପଦବୀରେ ବସିବାକୁ ଯାଉଛନ୍ତି ଗିରୀଶ ।  ୧୯୮୫ ରେ ଗୁଜୁରାଟର ଆଇଏଏସ ଅଫିସର ଗିରିଶ ଏହା ପୂର୍ବରୁ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଭାବରେ ଦଇତ୍ଵ ନେଇଥିଲେ । ଜମ୍ମୁ କାଶ୍ମୀର ଅଞ୍ଚଳ ମନ୍ୟାତା ପାଇବା ପରେ  ମୋଦିସରକାର ଗିରିଶଙ୍କୁ ଉପରାଜ୍ୟପାଳଭାବେ ଦାୟିତ୍ଵ ଦେଇଥିଲେ । ଯେବେ ମୋଦିଜି ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ଥିଲେ ସେତେବେଳେ ମୁଖ୍ୟ ସଚିବ ଭାବେ କାମ କରିଛନ୍ତି ଗିରିଶ । ଗିରିଶ ଓଡିଶାର ମାୟୁର ଭଞ୍ଜ ଜିଲାରେ ଗିରିଶ ଜନ୍ମ ଗ୍ରହଣ କରିଛନ୍ତି ।

ପ୍ରମୋଦ କୁମାର ମିଶ୍ର :-

ଆଇଏଏସ ଅଫିସର ପ୍ରମୋଦ କୁମାର ମିଶ୍ର ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ । ସେ ଏବେ ଦିଲ୍ଲୀରେ ବହୁତ ଚର୍ଚିତ ଚେହେର ଅଟନ୍ତି । ୨୦୧୯ ସେପ୍ଟେମ୍ବରରୁ ପ୍ରଧାନ ମନ୍ତ୍ରୀଙ୍କ  ମୁଖ୍ୟ ସଚିବ ଭାବେ କାମ କରୁଛନ୍ତି । ଏହା ପୂର୍ବରୁ ମୋଦି ସରକାରଙ୍କ ପ୍ରଥମ ପାଳିରେ ଅତିରିକ୍ତ ସଚିବ ଭାବେ ଦାଇତ୍ଵ ତୁଲାଇଛନ୍ତି ପ୍ରୋମୋଦ କୁମାର ମିଶ୍ର ।  ପ୍ରଧାନ ମନ୍ତ୍ରୀ ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ଥିଲାବେଳେ ବିଭିନ୍ନ ଗୁରୁତ୍ଵ ପୂର୍ଣା ବିଭାଗରେ କାର୍ଯ୍ୟ କରିଛନ୍ତି ପ୍ରମୋଦ କୁମାର ମିଶ୍ର ।

Image Courtesy: Google

ଶକ୍ତିକାନ୍ତ ଦାସ :-

ଭାରତର ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ । ୨୦୧୮ରେ ଉରଜିତ ପଟେଲ ଆର ବି ଆଇର ଗଭର୍ନର ପଦରୁ ଇସ୍ତଫା ଦେବା ପରେ ଏହି ଗୁରୁତ୍ଵପୂର୍ଣ  ଦାଇତ୍ଵ ଦେଇଥିଲେ ମୋଦିସରକାର ସେତେବେଳେ ସେ  ବହୁତ ଚର୍ଚାରେ ଥିଲେ । ୧୯୮୦ ବ୍ୟାଚ ଆଇ ଏ ଏସ ଅଫିସର ଶକ୍ତିକାନ୍ତ ଦାସ ଆର ବି ଆଇ  ଗଭର୍ନର ଭାବେ ନିଯୁକ୍ତି ପାଇବା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ଵପୂର୍ଣ ବିଭାଗରେ କାର୍ଯ୍ୟ ମଧ୍ୟ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ :-

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ବିଭାଗର ବଡ ଦାଇତ୍ଵ ମିଳିଥିଲା । ଦିତୀୟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସହ ମିଳିଛି ଇସ୍ପାତ ବିଭାଗର ଗୁରୁତ୍ଵପୂର୍ଣ ଦାଇତ୍ଵ ।ଏହାଛଡା ଦଳର କ୍ରାଇସେସ ମ୍ୟାନେଜର ଭୂମିକାରେ ନଜର ଆସିଛନ୍ତ ।

Image Courtesy: Google

ବିଶ୍ଵଭୂଷଣ ହରିଚନ୍ଦନ :-

ମୋଦୀସରକାରଙ୍କ ଦିତୀୟ ପାଳିରେ ଚରଛାକୁ ଆସିଥିବା ଆଉଜଣେ ଓଡିଆ ହେଉଛନ୍ତି ବିଶ୍ଵଭୂଷଣ ହରିଚନ୍ଦନ । ୨୦୧୯ ରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର । ସେ ପାଞ୍ଚଥର ବିଧାୟକ ଥିଲାବେଳେ ବିଜେପି ବିଜେଡି ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାଇତ୍ଵ ତୁଲାଇଛନ୍ତି ।

ପ୍ରତାପ ଷଡଙ୍ଗୀ :-

ଗତଥର ମୋଦି କ୍ଷମତାକୁ ଆସିବା ପରେ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଜାତୀୟ ସ୍ତରରେ ବହୁତ ଚର୍ଚା ହୋଇଥିଲା । ବହୁତ କମ ଦିନରେ ସେ ବହୁତ ଚର୍ଚାରେ ଆସିଥିଲେ । ଗାଁ ରୁ ନେଇ ସହର ପର୍ଯ୍ୟନ୍ତ ସବୁଠୁ ତାଙ୍କ ନାଁ ଥିଲା । ବିଜେପିର ଏହି ପୁରୁଣା ସୈନିକ ପ୍ରଥମ ଥର ସାଂସଦ ହେବା ପରେ ମୋଦୀ ଦେଇଥିଲେ ବଡ ସରପ୍ରାଇଜ । ମୋଦିଜି ତାଙ୍କୁ ନିଜ ଗ୍ରୁପରେ ମିଶାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

Image Courtesy: Google

ମୃତ୍ୟୁଞ୍ଜୟ ମହାପାତ୍ର :-

ସାଇକ୍ଳୋନ ମ୍ୟାନ ଅଫ ଇଣ୍ଡିଆ ଭାବେ ପ୍ରତୀଟି ଘରେ ପରିଚିତ ଓଡିଆ ପୁଅ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର । ଭାରତର ପାଣିପାଗ ବିଜ୍ଞାନର  ମହା ନିର୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ମୋଦିସରକାର ।  ପାଣିପାଗ ଓ ବାତ୍ୟାର ଠିକ ଆକଳନ କରି କେନ୍ଦ୍ର ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିପାରିଛନ୍ତି । ଏହାଛଡା ତାଙ୍କର ଠିକ ଆକଳନ ପାଇଁ ଅମ୍ଫାନ, ଫନି, ଫାଇଲିନ, ହୁଡହୁଡ, ଓ ତିତିଲି ଭଳି ବଡ ବିପର୍ଜୟ ସାମ୍ନା କରିପାରିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ।

ସତ୍ୟ ନାରାୟଣ ପ୍ରଧାନ :-

ଦିଲ୍ଲୀର ଉଚପଦବୀରେ ରହିଥିବା ଆଉ ଜଣେ ଓଡିଆ ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ । ୧୯୮୮ ବ୍ୟାଚ ଝାରଖଣ୍ଡର ଆଇପିଏସ ଅଫିସର ସତ୍ୟନାରାୟଣ ପ୍ରଧାନ ୨୦୧୦ ରେ ଭାରତରେ ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ପ୍ରାକୃତିକ ଦୁର୍ବିପାକ ପରେ ତାଙ୍କର ଭୂମିକା ବହୁତ ଗୁରୁତ୍ଵପୂର୍ଣ ରହିଛି । ବନ୍ୟା ବାତ୍ୟା ପରେ ଏହି ଅଫିସରଙ୍କ ନେତୃତ୍ଵରେ ଭାରତରେ ଯବାନଙ୍କ ଉଧାର କାର୍ଯ୍ୟକୁ ବହୁତ ପ୍ରଶଂସା କରାଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *