ବିଶ୍ଵାସ କର କି ନାହିଁ! ଭାରତ ପାଇଁ ଚିନ୍ତାର କାରଣ ହେବେ ବୟସ୍କ, ଜନସଂଖ୍ୟାରେ ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ହେଲେ ଭାରତ ସାମ୍ନା କରିବ ଏହିସବୁ ସମସ୍ଯା !

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ଭାରତର ଦେଶରେ ବୟସ୍କ ଲୋକ ମାନଙ୍କର ସଂଖ୍ୟା ଅଧିକ ରହିଛି । ଆଜିର ସମୟରେ ସେମାନଙ୍କର ପେନସନ ଠାରୁ ଆରମ୍ବ କରି ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଲାଗୁ କରୁଛନ୍ତି । ଯାହା ପାଇଁ ଦେଶରେ ଆର୍ଥିକ ସମସ୍ଯା ଆଗକୁ ହୋଇପାରେ ବୋଲି ଅନୁମାନ କରା ଯାଉଛି । ତେବେ ଏହା ଭାରତର ପାଇଁ ବହୁତ ବଡ ଚିନ୍ତା ର କାରଣ ହୋଇପାରେ ଆଗାମୀ ସମୟରେ ଯାହା ବିଶେଷ ସୂତ୍ର ରୁ ଅନୁମାନ କରା ଯାଉଛି ।

ତେବେ ଆମ ଦେଶରେ ୧୩୦ କୋଟି ଲୋକଙ୍କର ହାରାହାରି ବୟସ ହେଉଛି ୨୯ ବର୍ଷ । କିନ୍ତୁ ଆଗକୁ ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ଘଟିବା ଆଶଙ୍କା କରା ଯାଉଛି । କାରଣ ବର୍ତ୍ତମାନ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାର ଲକ୍ଷ୍ୟ କରା ଯାଇଛି । ଭାରତ ଏକ ଜନ ବହୁଳ ରାଷ୍ଟ୍ର ହୋଇଥିବାରୁ ଏହା ବଡ ସମସ୍ଯା ହୋଇପାରେ । ପ୍ରାୟତ ୨୫ରୁ ୨୭ ବର୍ଷ ମଧ୍ୟରେ ବରିଷ୍ଠ ନାଗରିକ ଙ୍କ ସଂଖ୍ୟା ୩୦୦ ନିୟୁତ କୁ ଟପି ଯାଇ ପାରେ ।

ବୟସ୍କ ନାଗରିକ ଙ୍କ ସଂଖ୍ୟା ବୃଦ୍ଧି ବିକଶିତ ଦେଶ ଗୁଡିକ ପାଇଁ ଏକ ଆହ୍ଵାନ । ଭାରତରେ ହାରାହାରି ବୟସ ରେ ବୃଦ୍ଧି ଘଟୁଛି । ଅଣ ଲାଭକରି ସଂସ୍ଥା ହେଲ୍ପ ଏଯ ଇଣ୍ଡିଆର ତଥ୍ୟା ଅନୁଯାୟୀ ଫ୍ରାନ୍ସ ଭଳି ଦେଶରେ ବରିଷ୍ଠ ନାଗରିକ ଙ୍କ ସଂଖ୍ୟା ଦୁଇ ଗୁଣ ହେବା ପାଇଁ ୧୦୦ ବର୍ଷ ଲାଗିଥିଲା । ଭାରତରେ ଏଥିପାଇଁ ମାତ୍ର ୨୦ ବର୍ଷ ଦରକାର । ଆଗକୁ ବୟସ୍କ ଙ୍କ ସଂଖ୍ୟା ବଢିଲେ ସମସ୍ଯା ଅଧିକ ହେବ । ବୟସ୍କ ନାଗରିକ ଙ୍କ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ଯା ଦେଇ ଗତି କରିବାକୁ ହେବ ।

ଚିକିତ୍ସା ବିଜ୍ଞାନ ର ଉନ୍ନତି ଫଳରେ ଲୋକ ମାନେ ଅଧିକ ଦିନ ବଞ୍ଚୁଛନ୍ତି ଓ ମୃତ୍ୟୁ ହାର କମୁଛି । ବିଶେଷଜ୍ଞ ଙ୍କ ମତରେ ବରିଷ୍ଠ ନାଗରିକ ଙ୍କୁ ବିଭିନ କାମରେ ନିଯୋଜିତ କରା ଯାଇ ପାରିବ । ତାହା ହେଲେ ସେମାନେ ଦେଶର ପ୍ରଗତି ଦିଗରେ କାମ କରି ପାରିବେ । ବୟସ୍କ ଲୋକ ମାନେ ଅଧିକ ଦିନ ବଞ୍ଚିବା ଜରୁରୀ ଅଟେ କିନ୍ତୁ ତାଙ୍କର ପରିଣତ ବୟସରେ ସେମାନଙ୍କୁ କିଛି କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯିବା ଦରକାର ।

କାରଣ ସେମାନେ ଜୀବନରେ ବହୁତ ସମୟ ବ୍ଯତୀତ କରି ସାରିଲେଣି । ଯାହା ପାଇଁ ତାଙ୍କର ଏକ୍ସପେରିଏନ୍ସ ମଧ୍ୟ ଅଧିକ ରହିଥିବ । ତେଣୁ ତାଙ୍କୁ ବିଭିନ୍ନ କାମ ରେ ନିଯୋଜିତ କରାଇ ପାରିଲେ ହୁଏ ତ ଆର୍ଥିକ ସମସ୍ଯା ଆଗକୁ ଦେଖାଯିବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *