ବୁଢୀ’ ମା ଏହି କୁକୁର ସହ ଯାହା କଲା ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ଆଜିକାଲି ଦୁନିଆରେ ଲୋକ ମାନେ କିଛି ଭଲ କାମ କରୁଛନ୍ତି ତ କିଛି ଖରାପ କାମ ମଧ୍ୟ କରୁଛନ୍ତି । ଯାହାର ଦୃଶ୍ୟ ଆପଣ ମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ । କିଛି ଭଲ କାମ ସୋସିଆଲ ମିଡିଆରେ ଦେଖାଯିବା ସହ ଅଧିକ ଖରାପ କାମର ପ୍ରସାର ମିଡିଆରେ ଦେଖା ଯାଉଛି । ଭଲ କାମ ପ୍ରତି କେହି ଅଧିକ ଧ୍ୟାନ ନ ଦେବାରୁ ଖରାପ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଭଲ କମାର ଜ୍ଵଳନ୍ତ ଉଦାହରଣ ନେଇ ଆସିଛୁ ଯାହା ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ ଆଜି ବି ଦୁନିଆରେ ଏମିତି ଭଲ ଲୋକ ଅଛନ୍ତି ।

ଆଜିକାଲି ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ଯେତେ ଭଲ କାମ କରିଲେ ମଧ୍ୟ ତାହା ନଜରକୁ ଆସିବେ ନାହି । ପ୍ରଥମ ଭିଡିଓ ରେ ଗୋଟିଏ କୁକୁର ରାସ୍ତା ପାରା ହେବାକୁ ଅନେକ ଚେଷ୍ଟା କରୁଛି । କିନ୍ତୁ ଗାଡି ଏତେ ଜୋରରେ ଯାଉଛି ଯେ କୁକୁର ଟି ରାସ୍ତା ପାର ହୋଇପାରୁ ନାହି ।

ଠିକ ସେହି ସମୟରେ ଜଣେ ବୃଦ୍ଧ ମହିଳା ଯାହାଙ୍କର ବୟସ ୬୦ ବର୍ଷ ହେବ ଯିଏ ପେପେର ଏକାଠି କରି ବସ୍ତାରେ ପୁରାଇ ବିକ୍ରି କରୁଛନ୍ତି । ସେହି ବୃଦ୍ଧ ମହିଳା ଜଣକ କୁକୁର କୁ ଗାଡି ଆଗକୁ ଯିବା ପାଇଁ ଅଟକାଇବା ସହ ତାକୁ ରାସ୍ତା ପାର ମଧ୍ୟ କରାଇଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ବାସ୍ତବରେ ବୃଦ୍ଧ ମହିଳା ଜଣକ କୁକୁର ପ୍ରତି ଯେଉଁ ମଣିଷପଣିଆ ଭାବ ଦେଖାଇଲେ ତାହା ପ୍ରଶଂସା ର ଯୋଗ୍ୟ ଅଟେ । ଅନ୍ୟ ଏକ ଭିଡିଓ ରେ କୌଣସି ଏକ ଗାଁ ରେ ବନ୍ୟା ପାଣି ଅଧିକ ହେବାରୁ ଗେଟ ଖୋଲାଅଯାଇଛି । ଏହି ସମୟରେ ଗୋଟିଏ ପିଲା ବନ୍ୟା ପାଣି ଘେରରେ ଫାଶି ଯାଇଛି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ସେହି ପିଲାକୁ ରକ୍ଷା କରିବା ପାଇଁ ଅନେକ ଲୋକ ମାନେ ସେଠାରେ ଏକତ୍ର ହୋଇଛନ୍ତି । କେହି ସିଡି ପକାଇ ସେହି ପିଲାକୁ ସାହାଜ୍ଯ କରିବାକୁ ଚେଷ୍ଟା କରୁଛି ଓ କେହି ବାଡି ସାହାଜ୍ଯରେ ପିଲାକୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଛି । ଭାଗ୍ୟ ବଶତ ପିଲାଟି ବନ୍ୟା ପାଣି ଭିତରେ ଏକ ପଥର ଉପରେ ଛିଡା ହୋଇଛି । ଏହି ସମୟରେ ପିଲାକୁ ପାଣିରୁ ଉଦ୍ଧାର କରିବା ପାଇଁ ଜଣେ ବ୍ୟକ୍ତି ନିଜେର ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଆସୁଛନ୍ତି ।

ବ୍ୟକ୍ତି ଜଣକ ପାଣି ଭିତରେ ପଶି ପିଲାକୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରି ନେବାରେ ସଫଳ ହେଉଛନ୍ତି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାକୁ କିଏ ବା ମାରି ପାରିବ ଯାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । ଅନ୍ୟ ଏକ ଭିଡିଓରେ ହାତୀଟି ଏକ ଗାଡରେ ପଡି ଯାଇଛି । ସେଠାରେ କାମ କରୁଥିବା କିଛି କର୍ମଚାରୀ ମାନେ ହାତୀକୁ ଉଦ୍ଧାର କରିବା ପାଇଁ ରୋଲର ସାହାଜ୍ଯ ନେଉଛନ୍ତି । ଅନେକ ଚେଷ୍ଟା ପରେ ହାତୀକୁ ସେହି ଗାଡ ଭିତରୁ ଉଦ୍ଧାର କରା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *