ବିପଦ ସମୟରେ ଏହି 3ଟି କଥା କେବେ ବି ଭୁଲିବେ ନାହିଁ – Krishna Vani

ପ୍ରତେକ ବ୍ୟକ୍ତି ଜୀବନରେ କେବେ ନା କେବେ ବିପଦ ଆସିଥାଏ । ବିପଦ ସମୟରେ ବ୍ୟକ୍ତି ଭୟ କରିଥାଏ । ଏ ସଂସାର ରେ ଏମିତି କୌଣସି ପ୍ରାଣୀ ନାହି ଯିଏ ବିପଦର ସାମନା କରି ନାହି । ଏମିତି କେବେ ହୋଇ ନ ଥିବ କି କୌଣସି ବ୍ୟକ୍ତି ଜୀବନରେ କେବେ ବି ବିପଦ ଆସି ନାହି । କିନ୍ତୁ ବିପଦ ସମୟରେ ଏମିତି କିଛି ହୋଇଥାଏ କି ବ୍ୟକ୍ତି ବିପଦରେ ନିଜକୁ ସମ୍ଭାଳି ପାରିଥାଏ ତ ଆଉ କିଛି ବ୍ୟକ୍ତି କିଛି କରି ପାରନ୍ତି ନାହି । ଅଧିକାଂଶ ଲୋକ ମାନେ ବିପଦ ତାଳି ଗଲେ ତାକୁ ଭୁଲି ଯାଇଥାନ୍ତି ।

ଏହା ମାନବ ଜୀବନର ସବୁଠାରୁ ବଡ ଭୁଲ ଅଟେ ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ବିପଦ ଯେତେ ବଡ ହୋଇଥାଉ ନାଁ କାହିଙ୍କି ଏହି ୩ ଟି କଥା ସର୍ବଦା ସ୍ମରଣ ରଖିବା ଉଚିତ । ପ୍ରଥମ କଥା ହେଉଛି ଯେଉଁ ବ୍ୟକ୍ତି ଆପଣଙ୍କୁ ବିପଦ ସମୟରେ ଧୋକା ଦେଇଛି ତାକୁ କେବେ ବି ଭୁଲିବେ ନାହି । ଆଗକୁ ଆପଣ ନିଜକୁ ସେହି ଧୋକା ଦେଇଥିବା ବ୍ୟକ୍ତିଙ୍କ ଠାରୁ ସତର୍କ ରଖିବେ ।

ଦିତୀୟ କଥା ଯାହା ଭଗବାନ କୃଷ୍ଣ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଆପଣଙ୍କର ବିପଦ ସମୟରେ ସାଥ ଛାଡି ଆପଣଙ୍କୁ ଏକା କରି ପଳାୟନ କରିଥାନ୍ତି ତାଙ୍କୁ କେବେ ବି ଜୀବନରେ ଭୁଲିବେ ନାହି । ଯିଏ ଆପଣଙ୍କର ବିପଦ ସମୟରେ ସାହାରା ନ ହେବେ ସେ ଆପଣଙ୍କର କେବେ ବି ମିତ୍ର ହୋଇ ପାରିବେ ନାହି ।

ଭବିଷ୍ୟତ ରେ ଏଭଳି ବ୍ୟକ୍ତି ଙ୍କ ଠାରୁ ଆପଣ କୌଣସି ଆଶା ମଧ୍ୟ ରଖିବେ ନାହି । ଭଗବାନଙ୍କ ମତରେ ତୃତୀୟ କଥା ହେଉଛି ଯେଉଁ ବ୍ୟକ୍ତି ଆପଣକର ବିପଦ ସମୟରେ ଆପଣଙ୍କ ସାଥ ଦେବା ସହ ଆପଣଙ୍କ ମନରେ ସାହସ ଜାଗୃତ କରିଥାନ୍ତି ସେମାନଙ୍କୁ କେବେ ବି ଭୁଲିବା ଉଚିତ ନୁହେଁ ।

ଯିଏ ଆପଣଙ୍କ ଖରାପ ସମୟରେ ଆପଣଙ୍କର ସାହରା ଭାବେ ଆପଣଙ୍କ ସହ ଠିଆ ହୋଇଥାନ୍ତି ତାଙ୍କୁ କେବେ ବି ଆପଣ ନିଜ ଜୀବନରୁ ଦୂରେଇ ଦେବେ ନାହି । କାରଣ ସେହି ବ୍ୟକ୍ତି ହିଁ ଆପଣଙ୍କର ପ୍ରକୃତ ମିତ୍ର ଅଟନ୍ତି ବୋଲି ଭଗବାନ କୃଷ୍ଣ କହିଛନ୍ତି ।

ତେଣୁ ଆପଣ ମାନେ ଖରାପ ସମୟରେ ଏହି ୩ଟି କଥାର ଧ୍ୟାନ ରଖିଲେ ଜୀବନରେ ଆପଣ ଯେତେ ବଡ ବିପଦର ସାମନା କରିବାରେ ପଛେଇବେ ନାହି । ଯଦି ଭୟକୁ ଆପଣ ନିଜ ମନରୁ କାଢି ଦେବେ ତେବେ ଆପଣ ଯେ କୌଣସି ସ୍ଥିତି ର ସାମନା କରିବାରେ ସକ୍ଷମ ହୋଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *