ପର୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ ଓ ଦେଖନ୍ତୁ ଚମତ୍କାର- Vastu Tips

ଏହି ଦୁନିଆରେ ଏମିତି କେହି ବି ନାହାନ୍ତି ଯିଏ ଧନୀ ହେବାକୁ ଚାହୁଁ ନ ଥିବ । ସମସ୍ତେ ପ୍ରଚୁର ମାତ୍ରାରେ ଟଙ୍କା ଆୟ କରିବା ପାଇଁ ଓ ସେହି ଟଙ୍କା ଦ୍ଵାରା ନିଜର ସମସ୍ତ ସ୍ଵପ୍ନ ପୁରା କରିବା ପାଇଁ ଇଚ୍ଛା ରଖିଥାନ୍ତି । ଟଙ୍କା ଆୟ କରିବା ପାଇଁ କିଛି ଲୋକମାନେ ସଠିକ ରାସ୍ତାରେ ଯାଇଥାନ୍ତି ଓ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ଏମିତି ବି କିଛି ଲୋକମାନେ ଅଛନ୍ତି ଯେଉଁମାନେ ଅନ୍ୟ ମାନଙ୍କୁ ଧୋଖା ଦେଇ ତାଙ୍କ ଆୟ କରିବାର ଇଚ୍ଛା ରଖିଥାନ୍ତି । ଅନ୍ୟ କେତେ ଲୋକମାନଙ୍କ ପାଖରେ ଟଙ୍କା ଅଧିକ ଦିନ ପର୍ଯ୍ୟନ୍ତ ରହି ପାରେ ନାହିଁ ।

ଏହି ସମସ୍ୟାରୁ ମୁକ୍ତି ପାଇଁ ଆମେ ଆପଣଙ୍କୁ ଶାସ୍ତ୍ରରେ କୁହାଯାଇ ଥିବା କିଛି ଉପାୟ ବିଷୟରେ କହିବୁ । ଯାହାକୁ କରିବା ଦ୍ଵାରା ଆପଣଙ୍କ ପାଖରେ ସବୁବେଳେ ଟଙ୍କା ରହିବ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ସବୁ ଜିନିଷକୁ ନିଜ ପର୍ସରେ ରଖୁଛନ୍ତି ତେବେ ଆପଣଙ୍କ ପର୍ସ କେବେ ବି ଖାଲି ହେବ ନାହିଁ ।

ଓସ୍ଥ ଗଛର ପତ୍ର

ଓସ୍ଥ ଗଛ ଓ ତୁଲସୀ ଗଛକୁ ହିନ୍ଦୁ ଶାସ୍ତ୍ରରେ ପୂଜନୀୟ ବୋଲି କୁହାଯାଇଛି । ଏମାନଙ୍କ ସହ ଜଡିତ କିଛି ଉପାୟ ବି କୁହାଯାଇଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଓସ୍ଥ ଗଛକୁ ପର୍ସରେ ରଖିବା ଦ୍ଵାରା ଆର୍ଥିକ ଲାଭ ମିଳିଥାଏ ।

ମାତା ଲକ୍ଷ୍ମୀଙ୍କ ଫଟୋ

ପ୍ରଥମେ ହେଉଛି ଆପଣ ନିଜ ପର୍ସରେ ମାତା ଲକ୍ଷ୍ମୀଙ୍କ ଫଟୋ ରଖନ୍ତୁ । ମାତା ଲକ୍ଷ୍ମୀ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ଦୂର କରି ଦିଅନ୍ତି । ଏହିଭଳି କରିବା ଦ୍ଵାରା ଆପଣଙ୍କୁ କେବେ ବି ଟଙ୍କାର ଅଭାବ ରହିବ ନାହିଁ । କିନ୍ତୁ ଆପଣ ମାତା ଲକ୍ଷ୍ମୀଙ୍କ ଏହି ଫଟୋକୁ ନିଜ ପର୍ସରେ ରଖନ୍ତୁ ଯେଉଁଥିରେ ସେ ବସିଥିବେ ।

ନାଲି ରଙ୍ଗର କାଗଜ

ଏହା ଏକ ପ୍ରଭାବଶାଳି ଉପାୟ ଅଟେ । ଯାହା ଦ୍ଵାରା ଆପଣଙ୍କର କିଛି ମନୋକାମନା ପୂର୍ଣ ହୋଇ ଥାଏ । ଏହି ନାଲି ରଙ୍ଗର କାଗଜରେ ଆପଣ ନିଜର ଇଚ୍ଛା ଲେଖି ତାକୁ ଏକ ସୂତାରେ ବାନ୍ଧି ନିଜ ପର୍ସରେ ରଖି ଦିଅନ୍ତୁ, ଏହିଭଳି କରିବା ଦ୍ଵାରା ଆପଣଙ୍କ ଇଚ୍ଛା ନିଶ୍ଚିତ ରୂପରେ ପୁରା ହେବ ।

ଚାଉଳ

ଚାଉଳକୁ ଆପଣ ନିଜର ପର୍ସରେ ରଖି ପାରିବେ । ଯଦି ଆପଣ କିଛି ଚାଉଳ ପର୍ସରେ ରଖୁଛନ୍ତି ତେବେ ଏହା ଆପଣଙ୍କ ବେକାର ଖର୍ଚକୁ କମ କରିଥାଏ ।

କଉଡି କିମ୍ବା ଚାନ୍ଦି ଓ ସୁନା ର ମୁଦ୍ରା

ଆପଣ ନିଜ ପର୍ସରେ କଉଡି କିମ୍ବା ଚାନ୍ଦି ଓ ସୁନାର ମୁଦ୍ରା ବି ରଖି ପାରିବେ । ଏହାକୁ ପର୍ସରେ ରଖିବା ଦ୍ଵାରା ଧନ ଲାଭ ହୋଇଥାଏ । ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଏହା ପୂର୍ବରୁ ଏହି ମୁଦ୍ରାକୁ ମାତା ଲକ୍ଷ୍ମୀଙ୍କ ଚରଣ ପାଖରେ ରଖନ୍ତୁ ।

ରୁଦ୍ରାକ୍ଷ

ଯଦି ଆପଣ ପର୍ସରେ ରୁଦ୍ରାକ୍ଷ ରଖୁଛନ୍ତି ତେବେ ଏହା ଦରିଦ୍ରତାକୁ ଦୂର କରିବା ସହିତ ଟଙ୍କା ସଞ୍ଚୟ କରିବାରେ ସାହାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *