ଡାକ୍ତର ବାବୁଙ୍କୁ ମହଙ୍ଗା ପଡିଲା ଭୁଲ ରିପୋର୍ଟ, ଗୋଡ ହାତ ନ ଥିବା ଶିଶୁର ଭୁଲ ରିପୋର୍ଟ ଦେଲେ ଡାକ୍ତର! ଆଉ ତା ପରେ…

ନିରୀହ ନିଶାପା ଶିଶୁର ଗୋଟିଏ ହାତ, ଗୋଡ ନାହି । କିନ୍ତୁ ଜନ୍ମ ହେବା ପୂର୍ବରୁ ଶିଶୁଟି ଗର୍ଭରେ ଠିକ ଥିବାର ଅଲ୍ଟ୍ରା ସାଉଣ୍ଡ ରିପୋର୍ଟ ଡାକ୍ତର ଦେଇଥିଲେ । ଆଉ ଶିଶୁ ଜନ୍ମ ହେବା ପରେ ବାପା-ମା ଯାହା ଦେଖିଥିଲେ ଆଖିକୁ ବିଶ୍ଵାସ କରିପାରି ନ ଥିଲେ । କାରଣ ପିଲାର ଗୋଟେ ହାତ ଆଉ ଗୋଡ ନ ଥିଲା । ଡାକ୍ତର ଙ୍କ ରିପୋର୍ଟ ଅନୁଯାୟୀ ଗର୍ଭସ୍ଥ ଶିଶୁର ସବୁ କିଛି ଠିକ ଠାକ ଥିଲା । ହେଲେ ପିଲା ଜନ୍ମ ଜନ୍ମ ହେବା ପରେ ସବୁ ଓଲଟ ପାଲଟ ହୋଇଗଲା । ଏହି ତ୍ରୁଟି ପୂର୍ଣ୍ଣ ଅଲ୍ଟ୍ରା ସାଉଣ୍ଡ ରିପୋର୍ଟ ଏବେ ମହଙ୍ଗା ପଡିଛି ଡାକ୍ତର ବାବୁଙ୍କୁ ।

ଏହି ଘଟଣା ଜଗତସିଙ୍ଘପୁର ଜିଲ୍ଲା ତିତୋଳ ବ୍ଲକ କୋଲାର ଗାଁ ରୁ ସାମନାକୁ ଆସିଛି । ଏହି ଗାଁର ମନୋରଞ୍ଜନଙ୍କ ସ୍ତ୍ରୀ ଗର୍ଭସ୍ଥ ଶିଶୁ ର ଚିକିତ୍ସା ପାଇଁ ରାହାମା ବଜାର ସ୍ଥିତ ଏଲେନପି ମେଡିକାଲକୁ ଅଲ୍ଟ୍ରା ସାଉଣ୍ଡ ପାଇଁ ଯାଇଥିଲେ । ସେଠିକାର ଡାକ୍ତର ପ୍ରତାପ ଦାସ ପିଲାଟି ସଂପୂର୍ଣ୍ଣ ସୁସ୍ଥ ଥିବା ନେଇ ରିପୋର୍ଟ ଏଇଥିଲେ ତାହା ପୁଣି ୩ ଥର । କିନ୍ତୁ ପିଲା ଜନ୍ମ ହେବା ପରେ ତାର ହାତ ଗୋଡ ଖଣ୍ଡିଆ ଦେଖି ଭାଙ୍ଗି ପଡିଥିଲେ ପରିବାର ଲୋକେ ।

ଏହାକୁ ନେଇ ମନୋରଞ୍ଜନ ତିଟୋଳ ଥାନାରେ ଲିଖିତ ଅଭିଯୋଗ କରିବା ସହ ଖାଉଟି ଅଦାଲତ ର ଦ୍ଵାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣୀ କରି ପିଲାର ଭବିଷ୍ୟ ପାଇଁ ୧୦ ଲକ୍ଷ ଓ ପରିବାର ମାନସିକ ହାନି ପାଇଁ ୫୦ ହଜାର ଟଙ୍କା ଓ ଅଦାଲତ ଖର୍ଚ୍ଚ ୪୦୦୦ ଟଙ୍କା କରିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଖାଉଟି କୋର୍ଟ ର ରାଏ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ବ୍ଯାସ ଫାଉଣ୍ଡେସନ ର ଅଧକ୍ଷ୍ୟା ସ୍ନେହମୟୀ ଆଚାର୍ଯ୍ୟଙ୍କ ଗୁରୁତ୍ଵ ପୂର୍ଣ୍ଣ ଭୂମିକା କାରଣରୁ କ୍ଷତିଗ୍ରସ୍ତ ପରିବାର ପାଇଛନ୍ତି ନ୍ୟାୟ ।

ସେହିପରି ୪୫ ଦିନ ମଧ୍ୟରେ ସବୁ କ୍ଷତି ପୂର୍ଣା ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତର ରିପୋର୍ଟ ଭୁଲ ଦେଇଥିବା ନେଇ ପ୍ରମାଣ ହୋଇ ସାରିଛି କୋର୍ଟ ରେ ଯାହାକୁ ନେଇ ଏବେ ସାରା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ତେବେ ବାପା ମା ଏବେ ନିଜ କୁନି ପୁଅର ଭବିଷ୍ୟ ପାଇଁ ଅଦାଲତ ରେ ଯେଉଁ ଲଢେଇ ଜାରି ରଖିଥିଲେ ସେଥିରେ ତାଙ୍କୁ ନ୍ୟାୟ ମିଳିଛି ।

ଓକିଲ ଙ୍କ ତରଫରୁ ସବୁ ପ୍ରକାରର ପ୍ରମାଣ ଯାହା କି ଅଲ୍ଟ୍ରା ସାଉଣ୍ଡ ରିପୋର୍ଟ ସବୁ କିଛି କୋର୍ଟ ରେ ଦାଖଲ ହୋଇଥିଲା । ଯାହା ପାଇଁ ଡାକ୍ତର ପ୍ରତାପ ଦାସ ଙ୍କୁ ୪୫ ଦିନ ମଧ୍ୟରେ ସବୁ କ୍ଷତି ପୂରଣ ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *