ମା ଦେଖନ୍ତି ନାହିଁ ପୁଅର ବୋଲିଂ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚୟ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭାରତୀୟ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଗତ କିଛି ସମୟ ହେବ ସେ ନିଜର ପ୍ରଦର୍ଶନ ପାଇଁ ଭାରତରେ ଚର୍ଚ୍ଚାରେ ଅଛନ୍ତି । ଏହି ଖେଳାଳି ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଅର୍ସଦୀପ ସିଂହ । ତେବେ ବିଶ୍ଵ କପ ଟି-୨୦ରେ ଅର୍ସଦୀପ ନିଜ ଦମଦାର ଖେଳ ପଦର୍ଶନ କରି ଲୋକ ମାନଙ୍କର ମନ କିଣି ଛନ୍ତି ଆଉ ସେଥିପାଇଁ ତାଙ୍କ ପ୍ରଶଂସାର ସୁଅ ଛୁଟୁଛି ।

ଗତ କିଛି ମାସ ହେବ ଅର୍ସଦୀପଙ୍କ ପାଇଁ ବହୁତ କଷ୍ଟକର ରହିଛି ସେ ଏସିଆ କପ ସମୟରେ ଆସିପ ଅଲିଙ୍କ କ୍ୟାଚ ଛାଡି ଥିଲେ । ଏହା ପରେ ଆସିପ ଭାରତ ବିପକ୍ଷରେ ଥାଇ ବିଜୟ ହୋଇଥିଲେ । ସେବେଠାରୁ ଅର୍ସଦୀପଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ପ୍ରଶଂସକ ମାନେ ଅର୍ସଦୀପଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କୁ ଖାଲିସ୍ତାନି ବୋଲି କୁହା ଯାଇଥିଲା ।

କିନ୍ତୁ ୨୩ ବର୍ଷୀୟ ଜେବି ଦ୍ରୁତ ବୋଲର ଏସବୁ ଉପରେ ଧ୍ୟାନ ନ ଦେଇ ଅର୍ସଦୀପ ନିଜ ପ୍ରଥମ ବିଶ୍ଵ କପ ସ୍ମରଣୀୟ କରି ପାରିଛନ୍ତି । ପାକିସ୍ତାନ ବିପକ୍ଷରେ ସେ ୪ ଓଭରରେ ୩୨ ରନ୍ ଦେଇ ତିନୋଟି ୱିକେଟ ନେଇଥିଲେ । ଏଥିରେ ବିଶ୍ଵର ନମ୍ବର ୱାନ ବ୍ୟାଟ୍ସ ମ୍ୟାନ ମହମ୍ମଦ ରିଜବାନ ଏବଂ ବାବର ଆସମଙ୍କ ୱିକେଟ ମଧ୍ୟ ସାମିଲ ଅଛି । ସେ ଟିମ ଇଣ୍ଡିଆରେ ବିଜର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅର୍ସଦୀପ ସିଂହଙ୍କ ଦମଦାର ପଦର୍ଶନକୁ ନେଇ ତାଙ୍କ ବାପା ମାଆ ବହୁତ ଉତ୍ସାହିତ ଅଛନ୍ତି ।

ତାଙ୍କ ମା କଚିତ କୌର ପୁଅର ବୋଲିଙ୍ଗ ଦେଖନ୍ତି ନାହି । ତେବେ ଏହାରି ମଧ୍ୟରେ ଅର୍ସଦୀପଙ୍କ ମାଆ ଗୁଲଜିତ କୌର ଏକ ବଡ ବୟାନ ଦେଇଛନ୍ତି । ସେ ନିଜ ପୁଅର ବୋଲିଂ ଦେଖନ୍ତି ନାହିଁ । ଇଣ୍ଡିଆ ଏକ୍ସପ୍ରେସ ର ରିପୋର୍ଟ ଅନୁଯାୟୀ ଅର୍ସଦୀପ ଙ୍କ ମା ଖେଳ ସମୟରେ ସେ ଗୁରୁଦ୍ଵାରରେ ରୁହନ୍ତି କିମ୍ବା ଗୁରୁ ନାନକ ଦେବଙ୍କ ଆଗରେ ପୂଜା ପାଠ କରନ୍ତି । ଗୁଲଜିତ କୌର କହିଛନ୍ତି ଯେବେ ସେ ପ୍ରଥମ ଥର ପାଇଁ ଭାରତ ପାଇଁ ଖେଳିଥିଲେ ଏହା ସେବେ ଠାରୁ ଆରମ୍ଭ ହେଲା ।

ଗୁଲଜିତଙ୍କ କହିବା କଥା ଯେ, ମୁଁ ଖେଳ ବିଷୟରେ ଅଧିକ କିଛି ଜାଣି ନାହି । ସେ ନିଜ ପୁଅ ବିପକ୍ଷରେ ଥିବା ବ୍ୟାଟ୍ସ ମ୍ୟାନ ମାନଙ୍କୁ ରନ୍ କରୁଥିବାର ଦେଖି ପାରିବେ ନାହିଁ ତେଣୁ ତାଙ୍କ ପୁଅ ବୋଲିଂ କରିବା ସମୟରେ ସେ ଦେଖନ୍ତି ନାହିଁ । ଯେବେ ଖରାପ ଖେଳ ପାଇଁ ଅର୍ଶୀଦୀପ ଙ୍କୁ ସୋସିଆଲ ମିଡିଆରେ ପରିହାସ କରାଯାଏ ସେତେବେଳେ ଅର୍ସଦୀପ ଙ୍କ ବାପା ମା ଦୁଖିତ ହୁଅନ୍ତି ।

କିନ୍ତୁ ଅର୍ଶୀଦୀପଙ୍କ ବାପା ଏହାକୁ ଅଣଦେଖା କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହାକୁ ହୃଦୟଙ୍ଗମ କରନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *