କଣ ସତରେ ନୋ ବଲ୍ ପାଇଁ ଭାରତ ଠାରୁ ହାରିଗଲା ପାକିସ୍ତାନ.. କଣ କହୁଛି ନିୟମ ? 

ବନ୍ଧୁଗଣ ଟି-୨୦ ବିଶ୍ଵ କପ ମ୍ଯାଚରେ ଗତ କାଲି ଏକ ସଂଘର୍ଷପୂର୍ଣ୍ଣ ମ୍ଯାଚରେ ପାରମ୍ପରିକ ପ୍ରତି ଦ୍ଵନ୍ଦୀ ପାକିସ୍ତାନ କୁ ହାରାଇ ଦେଶକୁ ଦୀପାବଳି ଭେଟି ଦେଇଛି ଭାରତୀୟ ଦଳ । ଗୋଟିଏ ସମୟରେ ଭାରତରେ ପରାଜୟ ନିଶ୍ଚିନ୍ତ ଲାଗୁଥିବା ବେଳେ ଦେଶରେ ସମ୍ମାନ ପାଇଁ ଶେଷ ଯାଏଁ ଯୋଦ୍ଧା ଭଳି ଲଢିଥିଲେ ବିରାଟ କୋହଲି । ଆଉ ତାଙ୍କର ଏହି ଲଢେଇ ସଫଳ ହୋଇଥିଲା ଓ ୫୩ ବଲ ରୁ ଅପରାଜିତ ରନ ହାସଲ କରି ପାକିସ୍ତାନ ହାତରୁ ମ୍ଯାଚ ଛଡାଇ ଆଣିବାରେ ସେ ସଫଳ ହୋଇଥିଲେ ।

ଆଜି ଆମେ ଆପଣଙ୍କୁ କହିବୁ ମେଲବର୍ଣ୍ଣ ରେ ଖେଳା ଯାଇଥିବା ମ୍ଯାଚର ଅନ୍ୟ ଏକ ଦିଗ ସମ୍ପର୍କରେ । କାରଣ ଭାରତର ଏହି ବିଜୟକୁ ସହଜରେ ଗ୍ରହଣ କରିପାରୁ ଅନହି ପାକିସ୍ତାନ । ଶେଷ ପର୍ଯ୍ୟାୟରେ ୧୬ ରନର ଆବଶ୍ୟକ ଥିବା ବେଳେ ଏକ ନୋ ବଳକୁ ନେଇ ଦେଖାଯାଇଛି ବିବାଦ । ଅମ୍ପେୟାର ତାଙ୍କ ଦଳ ସହ ବେହିମାନୀ କରିଛନ୍ତି ବୋଲି ପାକିସ୍ତାନୀ ଗଣ ମାଧ୍ୟମରେ ଚର୍ଚ୍ଚା ଏଉଛି । ଶେଷ ଓଭର ବୋଲିଙ୍ଗ କରୁଥିବା ମହମଦ ନବାଜ ଙ୍କ ଚତୁର୍ଥ ବଲଟି ଫୁଲଟଜ ଥିଲା ।

ସାମନା କରୁଥିବା ବିରାଟ କୋହଲି ଏଥିରେ ଏକ ବିଶାଳ ଛକା ମାରିଥିଲେ । ତେବେ ଏହି ବଳଟି ବିରାଟଙ୍କ ଅଣ୍ଟା ଉପରକୁ ଥିବାର ନଜରା ଆସୁଥିଲା । ଆଉ ନିୟମ ଅନୁଯାୟୀ ଅମ୍ପେୟାର ଏହାକୁ ନୋ ବଲ ଡ଼ାକିଥିଲେ । ହେଲେ ଏହାକୁ ନେଇ ପାକିସ୍ତାନୀ ଅଧିନାୟକ ବାବର ଅଜମ ଅମ୍ପେୟାର ଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ବଲର ଉଚ୍ଚତା ବିରାଟ ଙ୍କ ଅଣ୍ଟା ତଳକୁ ଥିବା କହିଥିବା ବେଳେ ଅମ୍ପେୟାର କିନ୍ତୁ ତାଙ୍କ ନିଷ୍ପତିରେ ଅଟଳ ଥିଲେ । ଆଉ ଏହି ନୋ ବଳ ଯୋଗୁଁ ଫ୍ରୀ ହିଟ ଓ ଏକ ଅତିରିକ୍ତ ବଳ ମଧ୍ୟ ଭାରତକୁ ମିଳିଥିଲା ।

ଫ୍ରୀ ହିଟ ବଲରେ କୋହଲି ବୋଲ୍ଡ ହୋଇ ଥିବା ବେଳେ ସେ ଦିନେଶ ଓ କାର୍ତ୍ତିକ ଙ୍କ ସହ ମିଶି ୩ ରନ ସଂଗ୍ରହ କରି ନେଇଥିଲେ । ଏହି ରନ କାରଣରୁ ଭାରତର ମ୍ଯାଚ ଜିତିଥିବା କଥା ପାକିସ୍ତାନ ମିଡିଆରେ ଜୋରଦାର ଆଲୋଚନା ହେଉଛି । ସେମାନଙ୍କ କହିବା ଅନୁଯାୟୀ ବୋଲ୍ଡ ହେବା ପରେ ଡେଡ ବଲ ହେବା କଥା କିନ୍ତୁ ଅମ୍ପେୟାର ଏଥିରେ କେମିତି ବାଏ ୩ ରନ ଘୋଷଣା କରିଲେ । ଏହି ଘଟଣାକୁ ନେଇ ପାକିସ୍ତାନୀ ମିଡିଆରେ ଆଲୋଚନା ହେଉଥିବା ବେଳେ ୱାସିମ ଆକ୍ରମ, ୱାକର ୟୁନିସ ଙ୍କ ଭଳି ପୂର୍ବତମ କ୍ରିକେଟର ମଧ୍ୟ ଏଥିରେ ପ୍ରତିବାଦ କରିଛନ୍ତି ।

ଆକ୍ରମ କହିଛନ୍ତି ଏହା ନୋ ବଲ ଭଳି ଦେଖାଯାଉ ନାହି । ଏଥିରେ ଟେକ୍ନୋଲୋଜିକୁ ବ୍ୟବହାର ନ କରି ଅମ୍ପେୟାର କାହିଁକି ନିସ୍ପତି ନେଲେ । ସେଭଳି ୱାକର ୟୁନିସ କହିଛନ୍ତି ବିରାଟଙ୍କ ଅପିଲ କୁ ଅପେକ୍ଷା ନ କରି ଲେ ଅମ୍ପେୟାର ଏହାକୁ ନୋ ବଲ ଡାକିଦେଲେ । ଏପରିକି ସେ ଲାଇନ ଅମ୍ପେୟାରଙ୍କ ସହ ଆଲୋଚନା କରିବାକୁ ଉଚିତ ଭାବିଲେନି । ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ମଧ୍ୟ ଏହାର ସମାଲୋଚନା କରିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *