ଭୁଲରେ ବି କରୋନାର ଏହି ଲକ୍ଷଣକୁ ନଜର ଅନ୍ଦାଜ କରନ୍ତୁ ନାହିଁ, ନଚେତ ଯାଇ ପାରେ ଜୀବନ- Health Tips

ଯଦି ଆପଣ ନିଜର କୋବିଡ ଟେସ୍ଟ କରିଛନ୍ତି ଓ ରିପୋର୍ଟ ନେଗେଟିବ ଆସୁଛି ତେବେ ଏହା ସତ୍ବେ ବି ଯଦି ଆପଣଙ୍କୁ ଶରୀରରେ ଏହିଭଳି କିଛି ଲକ୍ଷଣ ନଜର ଆସୁଛି ତେବେ କେବେ ବି ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ବେଳେ ବେଳେ ଆରଟିପିସିଆର ଟେସ୍ଟ ଅର୍ଥାତ ଯାହା କୋବିଡର ଟେସ୍ଟ ହୋଇଥାଏ ତାହା ନେଗେଟିବ ଆସିଥାଏ ।

କିନ୍ତୁ ଏହା ସତ୍ବେ ବି ଆପଣଙ୍କୁ କିଛି ଲକ୍ଷଣ ଉପରେ ଧ୍ୟାନ ଦେବା ଜରୁରୀ ଅଟେ । କହିବାକୁ ଗଲେ କୋବିଡର କେସ ବଢିବା କାରଣରୁ ମେଡିକାଲ ସୁବିଧା ଉପରେ ବହୁତ ଅଧିକ ଚାପ ବଢି ଯାଉଛି । କାମ ଅଧିକ ବଢି ଯିବା କାରଣରୁ ଯଦି ଆପଣ ଆଜି ଆରଟିପିସିଆର ର ରିପୋର୍ଟ ଦେଉଛନ୍ତି ତେବେ ଆପଣଙ୍କୁ ୪ – ୫ ଦିନ ମଧ୍ୟରେ ରିପୋର୍ଟ ମିଳିଥାଏ । ଏମିତିରେ ପ୍ରାୟତଃ କେସ ନେଗେଟିବ ଆସିବ । କହିଦେଉଛୁ କି କରୋନାର ଦ୍ଵିତୀୟ ଲହରୀରେ କରୋନା ନେଗଟିବ କେସ ଅଧିକ ଅଛି ।

କେତେକ ରୋଗୀଙ୍କୁ ସାଧାରଣ ଲକ୍ଷଣ ନଜର ଆସୁଛି । ଯେମିତି ଥଣ୍ଡା, ଜର, କଫ ଓ ନିଶ୍ଵାସ ନେବାରେ ଅସୁବିଧା । ଯାହାକୁ ଦେଖି ଆମକୁ ଲାଗିଥାଏ କି ଏହା କରୋନାର ଲକ୍ଷଣ ଅଟେ । ବେଳେ ବେଳେ ଏହିଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆରଟିପିସିଆର ରିପୋର୍ଟ ନେଗେଟିବ ଆସିଯାଏ । ଏହା ଛଡା ଏମିତି ବହୁତ କାରଣ ଅଛି ଯାହା ଯୋଗୁ ରିପୋର୍ଟ ନେଗେଟିବ ଆସିପାରେ । ଯଦି ଆପଣଙ୍କ ରିପୋର୍ଟ ନେଗେଟିବ ଆସୁଛି ଏହା ସତ୍ବେ ବି ଆପଣଙ୍କୁ ବହୁତ ସଚେତନ ରହିବା ଉଚିତ ।

ରିପୋର୍ଟ ନେଗେଟିବ ଆସିବା ସତ୍ବେ ବି ଆପଣଙ୍କ ଶରୀରରେ ଏହିଭଳି କିଛି ଲକ୍ଷଣ ନଜର ଆସୁଛି ତେବେ ଏହା ଅସୁବିଧାର କାରଣ ହୋଇପାରେ । ଯେମିତି ଯଦି ଆପଣଙ୍କର ଶୁଙ୍ଗିବା ଶକ୍ତି ଓ ଟେସ୍ଟ ଶକ୍ତି ଚାଲି ଯାଇଛି ତେବେ ଏହା ଏକ ପ୍ରକାରର କୋବିଡ – ୧୯ର ଲକ୍ଷଣ ଅଟେ । କୋବିଡ – ୧୯ରେ ସଂକ୍ରମଣ ସମୟରେ ଏହା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । ଏହି ଲକ୍ଷଣ ଅଛି ଓ ଅନ୍ୟ କିଛି ଲକ୍ଷଣ ନାହିଁ ତେବେ ଏହା କୋବିଡ – ୧୯ ସଂକ୍ରମଣକୁ ସଂକେତ ଦେଉଛି ।

ଯଦି ଆପଣଙ୍କୁ ଜର ଆସୁଛି ଓ କିଛି ଔଷଧ ସେବନ କରିବା ସତ୍ବେ ବି ଏହା ଭଲ ହେଉ ନାହିଁ ତେବେ ହୋଇପାରେ କି ଆପଣ କୋବିଡ – ୧୯ ସଂକ୍ରମିତ ହୋଇଛନ୍ତି । ଜର ପରେ ଯଦି ଆପଣଙ୍କର ଶୁଖିଲା କାସ ହେଉଛି ଓ ଲଗାତର ହେଉଛି ଓ ଆପଣଙ୍କ ଗଲାରେ ବ୍ୟଥା ହେଉଛି ତେବେ ଏହା ବି କୋବିଡ – ୧୯ର ସଂକ୍ରମିତର ଲକ୍ଷଣ ଅଟେ ।

ଯଦି ଆପଣଙ୍କର କୋବିଡ ଟେସ୍ଟ ଅର୍ଥାତ ଆରଟିପିସିଆର ଟେସ୍ଟ ନେଗେଟିବ ଆସୁଛି ଏହା ସତ୍ବେ ବି ଆପଣଙ୍କୁ ଏହି ସମସ୍ତ ଲକ୍ଷଣ ନିଜ ଶରୀର ମଧ୍ୟରେ ଦେଖା ଯାଉଛି ଓ ଆପଣଙ୍କୁ ନିଶ୍ଵାସ ନେବାରେ ବି ଅସୁବିଧା ହେଉଛି ତେବେ ଏହାର ଅର୍ଥ ଆପଣ କୋବିଡ – ୧୯ର ସଂକ୍ରମିତ ହୋଇସାରିଛନ୍ତି । ଏମିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଆଗକୁ ବଢନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *