ଭୂତ ପ୍ରେତ କାହାକୁ କଣ ପାଇଁ ଲାଗନ୍ତି, ଜାଣନ୍ତୁ- Garuda Purana

ନମସ୍କାର ବନ୍ଧୁଗଣ ମନୁଷ୍ୟ ମାନଙ୍କ ଭିତରେ ଭୂତ ପ୍ରେତ କୁ ନେଇ ବହୁତ ପ୍ରଶ୍ନ ଥାଏ । ଯେମିତିକି ଭୂତ କିଏ ଏବଂ ସେ କେଉଁଠି ରୁହେ ସେ ଦେଖିବାକୁ କେମିତି ସେ କଣ ଖାଏ । ଏଭଳି ଅନେକ ପ୍ରଶ୍ନ ଆମ ମାନଙ୍କ ମନରେ ଉଠିଥାଏ । କିନ୍ତୁ ଉଚିତ ଜ୍ଞାନ ଅଭାବ ରେ ସେମାନେ ଏହି ବିଷୟରେ କିଛି ଜାଣି ପାରନ୍ତି ନାହିଁ ଏବଂ ତାଙ୍କ ଉତ୍କଣ୍ଠା ଆହୁରି ଅଧିକ ହୋଇ ଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଗରୁଡ଼ ପୁରାଣ ଅନୁସାରେ ଭୂତ ପ୍ରେତ କୁ ନେଇ ରହିଥିବା ସୂଚନା ଏବଂ ଜ୍ଞାନ ଆପଣଙ୍କୁ ଜଣେଇବୁ । ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ ତେବେ ଚାଲନ୍ତୁ ଜାଣିନେବା ଗରୁଡ଼ ପୁରାଣ ରେ ଭୂତ ପ୍ରେତ କୁ ନେଇ କଣ ସବୁ ସୂଚନା ଏବଂ ଜ୍ଞାନ ରହିଛି ।

ଆମ ମନରେ ସର୍ଵ ପ୍ରଥମେ ଏହି ପ୍ରଶ୍ନ ଉଠେ କି ଭୂତ ମାନଙ୍କ ର ଜନ୍ମ କିପରି ହୋଇଥାଏ । ଏହାର ଆରମ୍ଭ କର୍ମ ରୁ ହୋଇଥାଏ । ଆମ ହିନ୍ଦୁ ଧର୍ମ ରେ କର୍ମ ର ବହୁତ ମହତ୍ତ୍ଵ ରହିଛି । ଗୀତା ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି କେହିବି କ୍ଷଣମାତ୍ର ବିନା କର୍ମ ରେ ରହି ପାରିବ ନାହିଁ । ଏବଂ ଆମ କର୍ମ ଅନୁସାରେ ହିଁ ଆମକୁ ତାର ଫଳ ମଧ୍ୟ ମିଳିଥାଏ । ଅର୍ଥାତ ଆପଣ ଯେଉଁଠି ଅଛନ୍ତି ଯେଉଁ ଭଳି ଅଛନ୍ତି ତାହା ସବୁ ଆମ ନିଜର କର୍ମ ଯୋଗୁଁ ହିଁ ମିଳିଥାଏ । ଏବଂ ଆପଣ ଏବେ ଯାହା ବି କରିବେ ତାହାର କର୍ମ ଅନୁସାରେ ହିଁ ଆମକୁ ଫଳ ମିଳିବ । ତେଣୁ ଆମ ଶାସ୍ତ୍ର ଅନୁସାରେ ହିଁ ଆମକୁ ଏହା କୁହାଯାଇଛି କି ଆମକୁ ସର୍ଵଦା ଭଲ କାର୍ଯ୍ୟ କରିବା ଆବଶ୍ୟକ ।

ଏବଂ ଆମ ଭଲ କର୍ମ ଅନୁସାରେ ଆମକୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଏବଂ ଖରାପ କର୍ମ ଆମକୁ ନର୍କ ପ୍ରାପ୍ତି ହୋଇଥାଏ । ଆମ କର୍ମ ମଧ୍ୟ ତିନି ଭାଗରେ ବିଭକ୍ତ ହୋଇଛି । ପ୍ରଥମ ଟି ଆମକୁ ଆମ କର୍ମ ର ଫଳ ଏହି ଜନ୍ମ ରେ ଭୋଗିବାକୁ ପଡ଼ିଥାଏ । ଏବଂ ଦ୍ଵିତୀୟ ରେ ନିଜ କର୍ମ ଅନୁସାରେ ତାକୁ ପରବର୍ତ୍ତୀ ଜନ୍ମରେ କୌଣସି ବି ପ୍ରାଣୀ ର ରୂପରେ ଜନ୍ମ ନେବାକୁ ପଡ଼ିଥାଏ ଏବଂ ତୃତୀୟ ଟି ହେଉଛି ଯେଉଁ ମନୁଷ୍ୟ ର ପାପ ଏବଂ ପୁଣ୍ୟ ର ଗଡା ଭରିଯାଏ ଏବଂ ସେ ଦେହ ତ୍ୟାଗ ପରେ ସ୍ୱର୍ଗ ଏବଂ ନର୍କ କୁ ଯାଏ । ଗରୁଡ଼ ପୁରାଣ ଅନୁସାରେ ନର୍କ ଛତିଶ ପ୍ରକାରର ଅଛି ଏବଂ ପାପୀ କପଟୀ ମନୁଷ୍ୟ କୁ ସେହି ନର୍କ ରେ ଅନେକ ଶାସ୍ତି ଏବଂ କଠୋର ଶାସ୍ତି ମିଳିଥାଏ ।

କିନ୍ତୁ ଅନେକ ମନୁଷ୍ୟଙ୍କ ଅକାଳରେ ଜୀବନ ଚାଲିଯାଏ । ସେମାନେ ନା ପୁନର୍ବାର ଜନ୍ମ ନେଇଥାନ୍ତି ନା ହିଁ ସେମାନେ ସ୍ୱର୍ଗ କିମ୍ବା ନର୍କ ଯାଇଥାନ୍ତି । ଏବଂ ସେମାନେ ଭୂତ କିମ୍ବା ପ୍ରେତ ହୋଇ ବୁଲୁଥାନ୍ତି । ଯଦି କୌଣସି ପାପି ଚରିତ୍ରର ମନୁଷ୍ୟର ଅକାଳରେ ଜୀବନ ଚାଲିଯାଏ ତେବେ ସେ ପ୍ରେତ ହୋଇ ଯାଏ । ଏହି ପ୍ରେତ ମାନଙ୍କ ଶରୀର ବିଷୟରେ ଆଲୋଚନା କଲେ ଆମେ ଜାଣିବା କି ସେମାନଙ୍କ ଶରୀର ସୁଷ୍ମ ହୋଇଥାଏ ଯାହା ଆମ ଆଖିକୁ ଦେଖା ଯାଏ ନାହିଁ । ଏହା ଵାୟୁ ରେ ଗଢ଼ା ହୋଇଥାଏ ଏହି ପ୍ରେତ ମାନେ ବହୁତ ଶକ୍ତିଶାଳୀ ହୋଇ ଥାଆନ୍ତି ।

ଏମାନେ ରାତି ସମୟରେ ବୁଲିଥାନ୍ତି । ଏମାନେ ଅତୃପ୍ତ ଥାଆନ୍ତି ଏମାଙ୍କର ଇଚ୍ଛା ଅପୂର୍ଣ୍ଣ ଥାଏ । ଏବଂ ସେ ନିଜ ଇଛା କୁ ପୂରଣ କରିବା ପାଇଁ କୌଣସି ମନୁଷ୍ୟ କୁ ବ୍ୟବହାର କରିଥାନ୍ତି । ଏମାନେ ଧର୍ମ କରୁଥିବା ଏବଂ ସତ୍ୟବାଦୀ ବ୍ୟକ୍ତି ଙ୍କୁ ନିଜ କାବୁରେ ରଖନ୍ତି ନାହିଁ ଯିଏ ଖରାପ ଥାଏ ଏବଂ କୁକର୍ମ ରେ ବୁଡ଼ିଥାଏ ତାହାକୁ ହିଁ କାବୁ କରି ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ବ୍ୟକ୍ତି ଏହି ଭୂତ ପ୍ରେତ ବିଷୟରେ ବିଶ୍ୱାସ କରନ୍ତି ନାହିଁ । ଏବଂ ତାର କିଛି ଅସ୍ତିତ୍ବ ଅଛି ସେମାନେ ସ୍ୱୀକାର କରନ୍ତି ନାହିଁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *