ବିବାହ ନ କରି ସ୍ତ୍ରୀ କରି ନେଇଗଲା ସାଥିରେ, ଯେତବେଳେ ଗିରଫ୍ତାର ହେଲା ସେତବେଳେ ଜଣା ପଡିଲା ଏମିତି କଥା

ଭୋପାଳ ପୋଲିସ ପଟନା ରୁ ଜଣେ ଯୁବକକୁ ଗିରଫ କରିଛନ୍ତି ଯିଏ ଭୋପାଳ ରୁ ଯୁବତୀକୁ ନେଇ ଚାଲିଯାଇ ଥିଲା । ପୋଲିସଙ୍କ ଅନୁସାରେ ଯୁବକ ନାବାଳିକା ଯୁବତୀକୁ ପଟନା ରେ ସ୍ତ୍ରୀ କରି ରଖିଥିଲା । ଅପରାଧୀ ତାକୁ ବିବାହ କରିନଥିଲା । ଘରେ ନିଜ ସହିତ ରଖି ତାକୁ ଲଗାତାର ବଳାତ୍କାର କରୁଥିଲା । ପୋଲିସ ତା ଘରୁ ଯୁବତୀକୁ ପାଇଛି । ସୂଚନା ଅନୁସାରେ ଅପରାଧୀ ଯୁବକର ନାମ ପ୍ରିୟାନଶୁ ରାଜ ଅଟେ ।

ସେ ଯୁବତୀ କୁ କିଛି ସପ୍ତାହ ପୂର୍ବରୁ ହିଁ ଭୋପାଳ ର ଶାହପୁରା ଇଲାକାରୁ ନେଇ ଯାଇଥିଲା । ପୀଡ଼ିତା ର ବାପା ପୋଲିସ ପାଖରେ ଅଭିଯୋଗ କରିଥିଲେ କି ତାଙ୍କ ନାବାଳିକା ଝିଅ କିଛି ନକହି ଘରୁ କୁଆଡେ ଚାଲିଯାଇଛି ।

ବାପାଙ୍କ ଅଭିଯୋଗରେ ଶାହପୁର ପୋଲିସ ଘଟଣାର ତଲାସି ଆରମ୍ଭ କରିଦେଲେ । ତଲାସି ସମୟରେ ଯୁବତୀର ଲୋକେସନ ବିହାରର ରାଜଧାନୀ ପଟନା ରେ ମିଳିଥିଲା । ଯୁବତୀ ବିଷୟରେ ସୂଚନା ମିଳିବା ପରେ ଶାହପୁର ପୋଲିସର ଏକ ଟିମ ପଟନା ରେ ପହଞ୍ଚି ଗଲେ । ସେଠାରେ ପହଞ୍ଚିବା ପରେ ପୋଲିସ ପ୍ରିୟାନଶୁ ରାଜ ଘରେ ପହଞ୍ଚିଲେ ।

ଯେଉଁଠାରୁ ଯୁବତୀକୁ ଉଦ୍ଧାର କରି ନେଇଛନ୍ତି । ନାବାଳିକା କହିଛି କି ସେ ମତେ ବିବାହ କରିବା ପାଇଁ କହି ପଟନା ଆଣିଥିଲା । ସେ ବିବାହ କଲା ନାହିଁ କିନ୍ତୁ ସ୍ତ୍ରୀ କରି ନିଜ ଘରେ ରଖି ଥିଲା । ଏହା ସହିତ ଯୁବତୀକୁ ଲଗାତାର ବଳାତ୍କାର ବି କରୁଥିଲା । ପଟନା ରେ ହିଁ ଯୁବତୀ ଦ୍ଵାରା ଦିଆ ଯାଇଥିବା ବୟାନ ଆଧାରରେ ପୋଲିସ ଯୁବକକୁ ଗିରଫ କରି ନେଇଛି । ଅପରାଧୀର ବୟସ ୩୦ବର୍ଷ ଅଟେ । ଗିରଫ କରିବା ପରେ ଅପରାଧୀ ଉପରେ ଏଫେୟାର ରେ ନୂଆ ଧାରା ବି ଯୋଡା ଦିଆ ଯାଇଛି । ପୋଲିସ କୋର୍ଟ ରେ ଉପସ୍ଥାପନା କରି ଅପରାଧୀକୁ ଜେଲକୁ ପଠାଇ ଦେଇଛି ।

ତେବେ ଏହିଭଳି ଅନେକ ଘଟଣା ଲୋକଙ୍କ ନଜରକୁ ଆସୁଥିଲେ ମଧ୍ୟ ସବୁ ଅନାଦେଖା ହେଇଯାଉଛି । ତେବେ ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋସ୍ଟ ଗୁଡିକ ପସନ୍ଦ ଆସୁଥିବ । ଆଗକୁ ବି ଆହୁରି ନୂଆ ନୂଆ ପୋସ୍ଟ ପାଇଁ ଆମ ସହିତ ରୁହନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *