ଦିନ ରାତି ନିଜ ଗଛର ଦେଖାଶୁଣା କରୁଥିଲେ ମହିଳା ,ଦୁଇ ବର୍ଷ ପରେ ସାମ୍ନାକୁ ଆସିଲା ଏହି ସତ

ଜଳବାୟୁ ପରିବର୍ତନର ବଢୁଥିବା ଦୁଷ୍ପ୍ରଭାବକୁ ଦେଖି ଆଜିକାଲିର ଲୋକ ‘ଗୋ ଗ୍ରୀନ’ କନସେପ୍ଟ କୁ ଅପଣାଉଛନ୍ତି । ଗଛକୁ ବଞ୍ଚାଇବା ଠାରୁ ନେଇ ଇକୋ ଫ୍ରେଡଲି ପର୍ଯ୍ୟନ୍ତ କେତେକ କଦମ ଉଠା ଯାଉଛି । ଲୋକ ଘର ଭିତରେ ଏବଂ ବାହାରେ ଅଧିକରୁ ଅଧିକ ଗଛ ଲଗାଉଛନ୍ତି ଯେମିତି ଅମ୍ଳଜାନ ସ୍ତରକୁ ବଢାଯାଇ ପାରିବ । ଏମିତି କିଛି ଲୋକ ଅଛନ୍ତି ଯିଏ କି ଗଛକୁ ନିଜର ପିଲା ଭଳି ପାଳିଥାନ୍ତି । ଆମେରିକାରେ ରହୁଥିବା କୈଲି ବିଲକ୍ସ ନାମ ଜଣେ ମହିଳାଙ୍କ ସହିତ କିଛି ଏମିତି ଥିଲା । ତାଙ୍କ ପାଖରେ ଗୋଟିଏ ସୁନ୍ଦର ଗଛ ଥିଲା, ଯାହାକୁ ସେ ଗତ ଦୁଇବର୍ଷରୁ ଦେଖାଶୁଣା କରୁଥିଲେ ।

Image Courtesy: Google

ସୂଚନା ଅନୁସାରେ ଗଛ ବହୁତ ଭଲ ଅବସ୍ଥାରେ ଥିଲା, କିନ୍ତୁ ସେତବେଳେ ତାଙ୍କୁ ଗୋଟିଏ ଦିନ ଜଣାପଡିଲା କି ସେ ପ୍ଲାଷ୍ଟିକରେ ତିଆରି ହୋଇଛି । ମହିଳା ଏହି ପୁରା ଘଟଣାକୁ ଫେସବୁକରେ ଶେୟାର କରି ଲେଖିଛନ୍ତି କି ‘ମୋ ପାଖରେ ଦୁଇବର୍ଷ ହେଲାଣି ଏହି ସୁନ୍ଦର ଗଛ ଥିଲା । ମୁ ଏହି ଗଛ ଉପରେ ବହୁତ ଗର୍ବ କରୁଥିଲି । ମୁ ଏହାକୁ ରୋଷେଇ ଘର ଝରକା ଉପରେ ରଖିଥିଲି । ମୁଁ ଏହାକୁ ଯୋଜନା ଅନୁସାରେ ପାଣି ଦେଉଥିଲି ,ଅନ୍ୟ କେହି ପାଣି ଦେଲେ ମୁଁ ରାଗି ଯାଉଥିଲି କାରଣ ତାହାର ଠିକ ଭାବେ ଦେଖାଶୁଣା କରିବାକୁ ଚାହୁଁଥିଲି ।

Image Courtesy: Google

ମୁଁ ସେହି ଗଛକୁ ଅନ୍ୟ ପଟରେ ଲଗାଇବା ପାଇଁ ନିଷ୍ପତ୍ତି ନେଲି । ମତେ ସେହି ଗଛକୁ ପୁରୁଣା ଜାଗାରୁ କାଢି ନୂଆ ଜାଗାରେ ଲଗାଇବାର ଥିଲା ,କିନ୍ତୁ ସେତବେଳେ ମତେ ଜଣାପଡିଲା କି ତାହା ନକଲି ଅଟେ । ମୁଁ ତାର ବହୁତ ଯତ୍ନ ନେଉଥିଲି ,ତା ପତ୍ରକୁ ସଫା କରୁଥିଲି ,ମୁଁ ବହୁତ ପରିଶ୍ରମ କରୁଥିଲି କି ସେ ଯେମିତି ଭଲ ଦେଖାଯିବ ,କିନ୍ତୁ ତାହା ପ୍ଲାଷ୍ଟିକ ବାହାରିଲା । ମତେ କେମିତି ଏହି ବିଷୟରେ ଜଣାପଡିଲା ନାହିଁ । ମୁ ଯେତବେଳେ ତାକୁ ସେଥିରୁ ବାହାର କଲି ସେ ଥର୍ମାକାର୍ଲ ସହିତ ଯୋଡି ହୋଇଥିଲା ଏବଂ ତା ଉପରେ ବାଲି ଲଗାଯାଇଥିଲା’ ।

Image Courtesy: Google

ମହିଳାଙ୍କର ଏହି ପୋଷ୍ଟରେ କେତେକ ଲୋକ କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଆପଣ ଏକୁଟିଆ ନୁହେଁ । ଏମିତି ବହୁତ ଲୋକଙ୍କ ସହିତ ହୋଇଥାଏ । ଜଣେ ୟୁଜର ଲେଖିଛନ୍ତି କି ଅଫିସରେ କେତେକ ଲୋକ ମତେ ପଚାରୁଛନ୍ତି କି ମୁଁ ନିଜର ଟେବୁଲ ଉପରେ ଥିବା ଗଛକୁ କେମିତି ବଞ୍ଚାଇ ରଖୁଛି । ପ୍ରକୃତରେ ମୁଁ ପ୍ଲାଷ୍ଟିକ ଗଛ ରଖିଛି । ଯେତବେଳେ କିଛି ସତ ଏହି ପ୍ରକାରରେ ସାମନାକୁ ଆସିଥାଏ ତାହେଲେ ହୃଦୟ ଭାଙ୍ଗିଯାଇଥାଏ । ଆମେ କୈଲିଙ୍କୁ ଉପଦେଶ ଦେବା କି ସେ ଜଲ୍ଦି ଗୋଟିଏ ଅସଲି ଗଛ ଲଗାନ୍ତୁ ଏବଂ ତାର ଦେଖାଶୁଣା କରନ୍ତୁ ।

Leave a Reply

Your email address will not be published. Required fields are marked *