ଜାଇଫୁଲ ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ଦେଖିନଥିବେ

“ଯାଇଫୁଲ” ଶବ୍ଦଟି ବହୁତ ଜଣାଶୁଣା ଆମର ଓଡିଆ ଚଳଚିତ୍ର ଓ ଧାରାବାହିକ ଦୁନିଆରେ । ଅତୀତରେ ଏହି ଯାଇଫୁଲ ନାମଟି ବହୁତ ଲୋକପ୍ରିୟ ହୋଇପାରିଥିଲା ଏକ ସଂଗୀତ ମାଧ୍ୟମରେ ।

କିନ୍ତୁ ତାହା ଥିଲା ଅତୀତ, ଆମେ କିନ୍ତୁ ଆଜିର ଯାଇଫୁଲ ବିଷୟରେ କହିବାକୁ ଯାଉଛୁ । କଣ ଜାଣିପାରିଲେ ନାହିଂ ଆମେ କାହା ବିଷୟରେ କହୁଛୁ? ସେ କେହି ନୁହଁ ଆମର ଅତିପ୍ରିୟ ଧାରାବାହିକ ନାଇକା ତଥା ଆଙ୍କର ଯାଇଫୁଲ । ଆମ ଓଡିଆ ଧାରାବାହିକ ଯାଇଫୁଲର ମୁଖ୍ୟ ନାଇକା ଯାଇଫୁଲ । ଆପଣ ମାନେ ତାଙ୍କର ଅଭିନୟ ଦେଖିଥିଲେ ନିଶ୍ଚୟ ଜାଣିଥିବେ ସେ ଜଣେ ସୁନ୍ଦର ଅଭିନେତ୍ରୀ ।

ସେ ତାଙ୍କର ବ୍ୟାଙ୍ଗାତ୍ମିକ ଅଭିନୟ ଏବଂ ଆଙ୍କରିଙ୍ଗରେ ଦର୍ଶକଙ୍କ ମନ କିଣି ପାରିଛନ୍ତି । ସେ ଆମ ରାଜ୍ୟର ଗ୍ରାମକୁ ଗ୍ରାମ ପରିଦର୍ଶନ କରି ସେହି ଅଞ୍ଚଳର ସଂସ୍କୃତି, ପର୍ଯ୍ୟଟନ ସ୍ଥଳୀ, ବେସ ପୋଷାକ ଇତ୍ୟାଦି ବିଷୟରେ ଆମକୁ ତାଙ୍କ ଧାରାବାହିକ ମାଧ୍ୟମରେ ଅବଗତ କରାଇଥାନ୍ତି ।

ସେ ଅନେକ ଧାରାବାହିକ, ସିନେମା ଓ ଆଡଭାଟାଇଜରେ ନିଜର ଚମତ୍କାର ଅଭିନୟର ପ୍ରଦର୍ଶନ କରିସାରିଛନ୍ତି । କିନ୍ତୁ ବର୍ତମାନର କାରୋନା ପରିସ୍ଥିତି କାରଣରୁ ସମ୍ପୂର୍ଣ ଓଡିଆ ଜଗତ ଯେପରି ସ୍ତବ୍ଧ ହୋଇ ଯାଇଛି । କିଛି ମାତ୍ରାରେ ଏହା ଦର୍ଶକଙ୍କୁ ନିରାଶ କରିଥିବା ବେଳେ ଆମର ପ୍ରିୟା କଳାକାର ମାନେ ନିଜର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ପାଇଁ ବିଶ୍ରାମ ପାଇଛନ୍ତି ।

ସେହିପରି ଭାବେ ଯାଇଫୁଲ ମଧ୍ୟ ଏହି ସମୟରେ ନିଜ ଜୀବନର ସବୁଠାରୁ ବଡ ଏବଂ ସୁନ୍ଦର ନିସ୍ପତି ନେଇଛନ୍ତି । ଅର୍ଥାତ ଯାଇଫୁଲ ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବଂ ସେ ଏବେ ନିଜ ସାସୁ ଘରେ ଥିବାର ଖବର ଆସିଛି । ନିକଟରେ ସେ ଜାନୁଆରୀ ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ବିବାହ ପରେ ସେ ତାଙ୍କର ମୁଲ୍ୟବାନ ସମୟ ନିଜର ସାସୁ ଶଶୁର ତଥା ନଜର ସ୍ଵାମୀଙ୍କ ସହିତ ଅତିବାହିତ କରୁଛନ୍ତି । ତାଙ୍କ ବିବାହ ପରେ ସେ ସାମାଜିକ ଗଣମାଧ୍ୟମରେ ନିଜ ସ୍ବାମୀଙ୍କ ସହ ବହୁତ ଚର୍ଚାରେ ଆସୁଛନ୍ତି ।

ଏବଂ ସେ ବିବାହ ପରେ ନିଜ ଶଶୁର ଘରେ ଖୁସି ଥିବାର ଜଣା ପଡ଼ୁଛନ୍ତି । ଆମେ ଆସା କରୁଛୁ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏବଂ ସେ ତାଙ୍କ ଅଭିନୟ ମାଧ୍ୟମରେ ଆମକୁ ଏହିପରି ମନୋରଞ୍ଜନ ଦେଉଥାନ୍ତୁ । ଏହା ସହିତ ଆସା କରୁଛୁ କିଛି ଦିନ ପରେ ପୁଣିଥରେ ସେ ତାଙ୍କ ସାଂସାରିକ ଜୀବନରୁ ମୁଲ୍ୟବାନ ସମୟ ବାହାର କରି ଅଭିନୟ ଦୁନିଆରେ ପ୍ରତ୍ୟାବର୍ତନ କରନ୍ତୁ ।

Leave a Reply

Your email address will not be published. Required fields are marked *