କମିବ ପେଟ- ନିୟମିତ କରନ୍ତୁ ଏହି ୪ ଟି ବ୍ୟାୟମ- Health Tips

ଆଜି କାଲିର ମେଦ ବହୁଳତା ଓ ମୋଟାପଣ ବଢିବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଉଛି ଖାଦ୍ଯ ପେୟର ଅନିୟମିତତା ଓ ବ୍ୟାୟାମର ଅଭାବ ।

ତେବେ ଆସନ୍ତୁ ଜାଣିବା ଏମିତି ୪ ଟି ବ୍ୟାୟାମ ବିଷୟରେ ଯାହାକି ଆମର ପେଟର ଚର୍ବି କମ କରିବା ସହିତ ଆମକୁ ଫିଟ ରଖିବ । ଏହି ବ୍ୟାୟାମକୁ ଜିମର ବିନା ଈକୁଇପ ମେଣ୍ଟରେ ଘରେ କରିପାରିବା । ଆସନ୍ତୁ ଜାଣିବା ଏହି ୪ ଟି ବ୍ୟାୟାମ ବିଷୟରେ । ପ୍ରଥମଟି ହେଉଛି କ୍ରଞ୍ଚେସ :- ପ୍ରଥମେ ଆମେ ସିଧା ହୋଇ ଶୋଇବା ପରେ ଧୀରେ ଧୀରେ ଗୋଡଟିକୁ ଭାଙ୍ଗିବା ଏବଂ ହାତଟିକୁ ପଛକୁ ଦେବା । ତାପରେ ଆମର ଫୁଲ ବଡି ହାତ ସହିତ ବଡିଟିକୁ ଉଠାଇବା ଧୀରେ ଧୀରେ । ଏହି ବ୍ୟାୟମକୁ ଆମେ ପନ୍ଦରରୁ କୋଡିଏ ଥର କରିବା ।

ଏହୁ ବୟାମକୁ ଆମେ ତିନୋଟି ସେଟରେ କରିବା ।ପ୍ରଥମ ସେଟଟି ପନ୍ଦର ରୁ କୋଡିଏ ଥର ହେବା ଦରକାର । ଦିତୀୟ ସେଟ ମଧ୍ୟ ମଧ୍ୟ ପନ୍ଦରରୁ କୋଡିଏଥର ହେବା ଦରକାର ।  ଏହା ମଧ୍ୟରେ ଆମେ ତିରିଶ ସେକେଣ୍ଡର ରେସ୍ଟ ନେବା ନୁହତି ଦରକାର ।

ଲେଗ ରେଜ :- ପ୍ରଥମେ ଆମେ ସିଧା ହୋଇ ସୋଇପଡିବା , ଆଉ ହାତଟିକୁ ଆମ ଦୁଇ ଜଙ୍ଘ ମଧ୍ୟରେ ରଖିବା । ଏବଂ ଗୋଡଟିକୁ ଧୀରେ ଧୀରେ ଉପରକୁ ଉଠାଇବା । ଏହି ବ୍ୟାୟାମ କରିବା ସମୟରେ ଆମେ ପଦାକୁ ତଳେ ଲଗାଇବା ନହିଁ । ଏହି ବ୍ୟାୟମକୁ ମଧ୍ୟ ପନ୍ଦରରୁ କୋଡିଏ ଥର କରିବା ଆଉ  ତିନୋଟି ସେଟରେ କରିବା । ଆମେ ଏହି ବ୍ୟାୟାମ ମଧ୍ୟରେ ୩୦ ସେକେଣ୍ଡର ରେସ୍ଟ ନେବା ।

ସାଇଡ ଟୋ ଟଚ :- ପ୍ରଥମେ ଆମେ ଫ୍ଲାଟ ହୋଇ ପଡିବା । ତାପରେ ଗୋଡଟିକୁ ଧୀରେ ଧୀରେ ଭାଙ୍ଗି ଦେବା । ଏବଂ ଆମ ଦୁଇହାତ ସାହାର୍ଯ୍ୟରେ ପାଦକୁ ଛୁଇଁବା । ପ୍ଲାଙ୍କ :- ପ୍ରଥମେ ଆମେ ପୁଶ ଅପ ପୋଜିସନରେ ଆସିବା । ତାପରେ ଆମେ ହାତୀକୁ ଭାଙ୍ଗି ଦେବା ଓ ଟୋ ଟିକୁ ପଛରେ ଲଗାଇ ଏହାକୁ ଆମେ ଗୋଟିଏ ମିନିଟ ପର୍ଯ୍ୟନ୍ତ ଉଠାଇ ରଖିବା । ଏହି ବ୍ୟାୟାମକୁ ମଧ୍ୟ ଆମେ ତିନୋଟି ସେଟରେ କରିବା ।

ଗୋଟେ ମିନିଟ କରି ସାରିବା ପରେ ୩୦ ସେକେଣ୍ଡ ଆମେ ରେସ୍ଟ ନେବା । ଆସନ୍ତୁ ଜାଣିବା ଏହି ଚାରୋଟି ବ୍ୟାୟମର ଉପକାରିତା । କ୍ରଞ୍ଚେସ କରିବା ଦ୍ଵାରା ଆମର ଉପର ପେଟ କମିଥାଏ । ଲେଗ ରେଜ କରିବା ଦ୍ଵାରା ଆମର ଶରୀରର ତଳ ପେଟ କମିଥାଏ । ତୃତୀୟରେ ଆମେ ସାଇଡ ଟୋ ଟଚ କରିଥିଲେ, ସେଥିରେ ଆମର ସାଇଟ ଚର୍ବି କମିଥାଏ । ପ୍ଲାଙ୍କ ଦ୍ଵାରା ଆମ୍ର ଶରୀରର ହୋଲ ବଡି ଫ୍ୟାଟ କମିଥାଏ ।

Leave a Reply

Your email address will not be published. Required fields are marked *