Corona ପାଇଁ ବିବାହ ବନ୍ଦ ହେଲେ ମିଳିବ 10 ଲକ୍ଷ ଟଙ୍କା, ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା

ସାରା ଦେଶରେ କୋରୋନା ମହାମାରୀ ଆତଙ୍କ ସୃଷ୍ଟି କରି ସରିଲାଣି । ପୂର୍ବ ବର୍ଷ ଡେଲ୍ଟା ଓ ଚଳିତ ବର୍ଷ ଓମିକ୍ରନ ଭାଇରସ ତୀବ୍ର ଗତିରେ ବ୍ୟାପିବା ଯୋଗୁ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି । ମାତ୍ର ୬ ମାସ ମଧ୍ୟରେ କୋରୋନାର ନୂଆ ନୂଆ ଭ୍ୟାରିଆଣ୍ଟ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ବାରମ୍ବାର ମହାମାରୀ କାୟା ବିସ୍ତାର କରୁ ଥିବାରୁ ଏକତ୍ରିତ ହେବା, ବିବାହ, ବ୍ରତ ଓ ଅନେକ ଶୋଭାଯାତ୍ରା ଉପରେ ସରକାର କଟକାନ ଲଗାଇଛନ୍ତି ।

ସ୍ଥିତି ଦେଖି ପ୍ରଶାସନ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରୁଛି । ଏହା ସହ ନାଇଟ କର୍ଫ୍ଯୁ ଆଦି ନିୟମ ଲାଗୁ କରା ଯାଇଛି । ଯେଉଁ ମାନେ କଟକଣା ପୂର୍ବରୁ ନିଜ ବିବାହର ସମୟ ସୀମା ଫିକ୍ଷ କରିଥିଲେ ସେମାନେ ଏବେ ଚିନ୍ତା ରେ ପଡିଛନ୍ତି । କାରଣ ଯେଉଁ ବ୍ୟକ୍ତି ବିବାହ ପାଇଁ ଆଡଭାନ୍ସ ଟଙ୍କା ଦେଇ ସାରିଛନ୍ତି ସେମାନେ ଫେରି ପାଇବାର କୌଣସି ଚାନ୍ସ ନାହି ।

କିନ୍ତୁ ଏ ନେଇ କିଛି ଏମିତି ସୂଚନା ରହିଛି ଯାହା ଶୁଣିଲେ ବିବାହ ହେବାକୁ ଯାଉଥିବା ବ୍ୟକ୍ତି ଖୁସି ହୋଇଯିବେ । ସୂଚନା ଯୋଗ୍ୟ କି ଯେଉଁ ମାନଙ୍କର କୋରୋନା ବା ଅନ୍ୟ କେଉଁ କାରଣ ପାଇଁ ବିବାହ ଭାଙ୍ଗି ଯାଉଛି ବା ସ୍ଥଗିତ ହୋଇଛି ତାହା ହେଲେ ଖର୍ଚ୍ଚ ହୋଇଥିବା ଟଙ୍କା ଆପଣଙ୍କୁ ମିଳିଯିବ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଫେରସ୍ତ ଟଙ୍କା ଲୋକଙ୍କୁ ଦେବା ପାଇଁ ବ୍ଯାଙ୍କ ଓ ବୀମା କମ୍ପାନୀ ମାନେ ସ୍ଵତନ୍ତ୍ର ବୀମା କରିଛନ୍ତି ।

ଯାହା ଡବରା ଆପଣ ଲାଭବାନ ହେବେ । ICICI ଲମ୍ବାର୍ଟ, ଫ୍ୟୁଚର ଜେନେରାଲ, HDFC ଆର୍ବୋ, ବଜାଜ ଆଲାନ୍ସ ପକ୍ଷରୁ ହୋଇଥିବା ମ୍ୟାରେଜ ଇଂସୁରାନ୍ସରେ ଆପଣଙ୍କୁ ମିଳି ପାରିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ପୂରଣ । କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ୭ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଯଦି ଆପଣ ଏହି ଟଙ୍କା ଦେଇଥିବେ ତେବେ ଆପଣଙ୍କୁ କୋରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ର ରେ ନିବେଶ କରିଥିବା ଟଙ୍କାର ଲସ ସହିବାକୁ ପଡିବ ନାହି ।

ବିବାହ ପାଇଁ ସାଜସଜା ବାବଦରେ ଟଙ୍କା, ଖାଇବା ପାଇଁ ଦେଇଥିବା ଅଗ୍ରୀମ ଟଙ୍କା, ବୁକ ହୋଇଥିବା ହୋଟେଲ ବାବଦରେ ଦିଆ ଯାଇଥିବା ଟଙ୍କା, ଗାଡି ବୁକିଙ୍ଗ ଲାଗି ଟ୍ରାଭେଲ ଏଜେନ୍ସିକୁ ଦିଆ ଯାଇଥିବା ଟଙ୍କା, ବିବାହ କାର୍ଡ ପାଇଁ ଦିଆ ଯାଇଥିବା ଟଙ୍କା ଫେରି ପାରିବେ । ଯଦି ଆପଣ କୋରୋନା ସମୟରେ ଏହି କ୍ଷେତ୍ରରେ ଟଙ୍କା ବିନିଯୋଗ କରିଛନ୍ତି ତେବେ ଆପଣଙ୍କୁ ବୀମା କରିଥିବା କମ୍ପାନୀକୁ ରିପୋର୍ଟ ଦେବା ସହ କେଉଁ ବାବଦରେ କାହାକୁ କେତେ ଟଙ୍କା ଦେଇଛନ୍ତି ଉଲେଖ କରିବାକୁ ପଡିବ ।

ଯେଉଁ ଦିନ ନିଜର ବିବାହ ସ୍ଥଗିତ ହେଲା ତୁରନ୍ତ ବୀମା କମ୍ପାନୀକୁ ସୂଚନା ଦେବାକୁ ପଡିବ । ସବୁ ପ୍ରମାଣପତ୍ର ଦାଖଲ କରିବା ପରେ ବୀମା କମ୍ପାନୀ ଟଙ୍କା ଦେବା ବୋଲି କୁହାଯାଉଛି । ଯଦି କମ୍ପାନୀ ଟଙ୍କା ଦେବା ପାଇଁ ରାଜିନ ହୁଏ ତେବେ କୋର୍ଟର ଆଶ୍ରୟ ନେଇପାରିବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *