Bollywoodର ଏହି 3 ସୁନ୍ଦରୀ ଅଭିନେତ୍ରୀ ମାନେ କଲେ ଗୋଟେ ହିଁ Hero ସହ ପ୍ରେମ…

ବଲିଉଡରେ ୯୦ ଦଶକର ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପଡ଼ିଛନ୍ତି । ସେମାନଙ୍କ ମଧ୍ୟ ରୁ ଅଭିନେତ୍ରୀ ରବିନା ତଣ୍ଡାନ, କରିସ୍ମା କପୁର ଓ ତବୁ ଅଟନ୍ତି । ଏହି ୩ ଅଭିନେତ୍ରୀ ମାନେ ନିଜ ସମୟରେ ଜବରଦସ୍ତ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ । ଏହି ୩ ଅଭିନେତ୍ରୀଙ୍କର ଅଭିନୟ କରିବାର ଷ୍ଟାଇଲ ଅଲଗା ହୋଇଥିଲେ ମଧ୍ୟ ଯେବେ କୌଣସି ଆକ୍ଟରକୁ ଡେଟ କରିବା କଥା ଉଠେ ତେବେ ୩ଜଣଙ୍କର ଜଣେ ଅଭିନେତା ପସନ୍ଦ ଥିଲେ ।

ଏହି ୩ ଅଭିନେତ୍ରୀ ଗୋଟିଏ ଅଭିନେତା ଅନେକ ଦିନ ଧରି ଡେଟ କରିଥିଲେ ମଧ୍ୟ ସେହି ଅଭିନେତା ଜଣକ ଏମାନଙ୍କ ମଧ୍ୟରୁ କାହାରିକୁ ନିଜ ହମସଫର ଭାବେ ବାଛିଲେ ନାହି । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତା ଜଣକ କିଏ ଯାହାର ପ୍ରେମରେ ପାଗଳ ଥିଲେ ଏହି ୩ ଅଭିନେତ୍ରୀ ସେହି ବିଷୟରେ କହିବାକୁ ଯାଉଛୁ ।

ଅଭିନେତ୍ରୀ କରିସ୍ମା, ତବୁ ଓ ରବିନା ଯେଉଁ ଅଭିନେତା ଙ୍କ ପ୍ରେମରେ ଦିୱାନି ଥିଲେ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଭିନେତା ଅଜୟ ଦେବଗନ । ଯିଏ କି ସିଙ୍ଘମ ନାଁ ରେ ପରିଚିତ ଅଟନ୍ତି । ଏହି ୩ ଅଭିନେତ୍ରୀ ମାନେ ଅଜୟଙ୍କ ସହ ଅନେକ ଦିନ ଧରି ଡେଟ କରିଥିଲେ । ଏମାନଙ୍କର ସମ୍ପର୍କ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଥିଲା । ୯୦ ଦଶକରେ ରବିନା ଓ ଅଜୟଙ୍କ ଯୋଡି ବେଶ ପପୁଲାର ରହିଥିଲା । ଦୁହିଙ୍କ ସମ୍ପର୍କ ଅନେକ ମ୍ୟାଗାଜିନରେ ପ୍ରକାଶ ହେଉଥିଲା ।

ରବିନା ଅଜୟଙ୍କ ପ୍ରେମରେ ଏତେ ଦିୱାନି ଥିଲେ ଆ-ତ୍ମ-ହ-ତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଏହାକୁ ନେଇ ଅଜୟ କହିଥିଲେ ଯେ ଏହା କେବଳ ରବିନାଙ୍କର ଏକ ଡ୍ରାମା ଆଉ କିଛି ନୁହେ । ଏହା ପରେ ଅଜୟ ଓ ରବିନାଙ୍କର ସମ୍ପର୍କ ତୁଟି ଯାଇଥିଲା । ଅଜୟ ଓ କରିସ୍ମାଙ୍କ ଯୋଡି ମଧ୍ୟ ୯୦ ଦଶକରେ ଖୁବ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଯେତେବେଳେ କାଜଲ ଅଜୟଙ୍କ ଠାରୁ ତାଙ୍କର ସମ୍ପର୍କ ବିଷୟରେ ପରାମର୍ଶ ନେବାକୁ ଯାଇଥିଲେ ସେହି ସମୟରେ କରିସ୍ମା ଅଜୟଙ୍କ ସହ କଥା ହେଉଥିଲେ ଯାହା ବିଷୟରେ କରିସ୍ମା ଜାଣି ପାରିଥିଲେ ।

ଏହା ପରେ ଦୁହିଙ୍କ ଅଧ୍ୟରେ ବ୍ରେକପ ହୋଇ ଯାଇଥିଲା । ଏହା ପରେ ଅଜୟ ଓ ତବୁଙ୍କ ମଧ୍ୟରେ ଅନେକ ଦିନ ଧରି ଡେଟ ଚାଲିଥିଲା । ଦୁହେଁ ୧୯୯୫ରେ “ହକିକତ” ଫିଲ୍ମରେ ପରସ୍ପରର ନିକଟତର ହୋଇଥିଲେ । ଏହା ପରେ ଦୁହେଁ ନିଜର ସମ୍ପର୍କକୁ ବେଶୀ ଦିନ ଯାଏଁ ରଖି ନ ଥିଲେ । ଦୁହେଁ କେବଳ ପରସ୍ପରର ବନ୍ଧୁ ହୋଇଥିଲେ କାରଣ ଦୁହେଁ ପିଲା ଦିନୁ ବନ୍ଧୁ ଭାବେ ଜଣାଶୁଣା ଥିଲେ । ତବୁ ଏକ ଇଣ୍ଟରବିୟୁରେ କହିଲଥିଲେ ଯେ ଯଦି ସେ ମେଲ ଅଭିନେତା ଭାବେ କାହାକୁ ଅଧିକ ଲାଇକ କରନ୍ତୁ ସେ ହେଉଛନ୍ତି ଅଜୟ ଦେବଗନ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *