ବ୍ରହ୍ମା ବିଷ୍ଣୁ ମହେଶଙ୍କ ମଧ୍ୟରୁ ସବୁଠାରୁ ବଡ କିଏ ? କଣ ଆପଣ ଜାଣିଛନ୍ତି- Ajira Anuchinta

ବ୍ରହ୍ମା ସଂସାର ରଚନା କରନ୍ତି ଭଗବାନ ଶ୍ରୀ ହରି ବିଷ୍ଣୁ ଏହାର ପାଳନ କରନ୍ତି ଓ ଭଗବାନ ଶିବ ସଂଘାରକ ଅଟନ୍ତି । ତେବେ ତିନି ଜଣଙ୍କୁ ମିଶାଇ ତ୍ରିଦେବ କୁହା ଯାଇଛି, ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ଏମାନଙ୍କ ଉତ୍ପତ୍ତି କେମିତି ହେଲା ଏହା ବିଷୟରେ ବହୁତ୍ ଲୋକ ବିଚାର କରିଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର ବିଷ୍ଣୁ ପୁରାଣ, ଶିବ ପୁରାଣ ଓ ଗୀତାରେ ଉଲ୍ଲେଖ କରା ଯାଇଛି ଆସନ୍ତୁ ଜାଣିବା କେଉଁ ପୁରାଣରେ କଣ କାହାଣୀ ଅଛି । ଏହି ସବୁ ପୁଆରାନ ଅନୁସାରେ କିଏ କାହାଠାରୁ ବଡ ଜାଣନ୍ତୁ ।

ଶିବ ପୁରାଣ :

ଥରେ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ବିବାଦ ଲାଗିଲା ଯେ ସଂସାର ରେ କିଏ ବଡ ଦୁହେଁ କହିଲେ ମୁଁ ବଡ । ବ୍ରହ୍ମା ନିଜକୁ ବାସ କହିଲେ ଆଉ ବିଷ୍ଣୁ ନିଜକୁ ବଡ କହିଲେ ଏହି କଥା ବିବାଦରେ ପରିଣତ ହେଲା ଆଉ ବିଚାର କେମିତି ହଉ କିଛି ବୁଝା ପଡୁନଥିଲା ହଟାତ୍ ଦୁହିଁଙ୍କ ମଧ୍ୟରେ ଗୋଟେ ଅଗ୍ନି ପ୍ରଜ୍ବଳିତ ହେଲା ଯାହାର ଆରମ୍ଭ ଓ ଶେଷ କିଛି ଜଣା ପଡ଼ିଲା ନାହିଁ ଏହା ପରେ ବ୍ରହ୍ମା ଉପରକୁ ଗଲେ ଆଉ ବିଷ୍ଣୁ ତଳକୁ ।

ବହୁତ୍ ସମୟ ଖୋଜିବା ପରେ ବିଷ୍ଣୁ ହାର ମାନିଗଲେ ଓ କହିଲେ ଏହାର ଅନ୍ତ କିଛି ନାହିଁ । କିନ୍ତୁ ବ୍ରହ୍ମା ମିଛ କହିଲେ ଏହି କଥା ଶୁଣି ସେହି ଅଗ୍ନିରୁ ଶିବ ଭଗବାନ ବାହାରିଲେ ଓ ରାଗି ଯାଇ ବ୍ରହ୍ମାଙ୍କ ମିଛ କହିଥିବା ମୁଣ୍ଡକୁ କାଟିଦେଲେ । ଏହା ପରେ ତାଙ୍କୁ ଅଭିଶାପ ଦେଲେ ଯେ ପୃଥିବୀ ରେ ତମ ପୁଜା କେହି କରିବେ ନାହିଁ ଓ ବିଷ୍ଣୁଙ୍କୁ ନିଜ ସମାନ ପୁଜା ପାଇବାର ଆଶୀର୍ବାଦ ଦେଇଥିଲେ ।

ଗୀତା :

ଗୀତା ଅନୁଯାଇ ସପ୍ତ ଋଷି ମାନେ ଏହା ପରୀକ୍ଷା କରିଥିଲେ ଯେ ତ୍ରି ଦେବଙ୍କ ମଧ୍ୟରୁ ସବୁଠାରୁ ଉତ୍ତମ କିଏ ଅଟନ୍ତି । ଏହି ପରୀକ୍ଷା ପାଇଁ ଭ୍ରୀଙ୍ଗୁ ଋଷି ଆଗ ବ୍ରହ୍ମା ପାଖକୁ ଗଲେ ଆଉ ତାଙ୍କ ଅପମାନ କଲେ ବ୍ରହ୍ମା ରାଗିଗଲେ । ଏହା ପରେ ଭ୍ରିଙ୍ଗୁ ଋଷି ଭଗବାନ ଶିବଙ୍କ ପାଖକୁ ଗଲେ ଓ ତାଙ୍କୁ ମଧ୍ୟ ଅପମାନ କଲେ ଓ ଶିବ ଭଗବାନ ମଧ୍ୟ ରାଗିଗଲେ । ଏହା ପରେ ଋଷି ବିଷ୍ଣୁଙ୍କ ପାଖକୁ ଗଲେ ଓ ତାଙ୍କ ପେଟରେ ଲାତ୍ ମାରିଲେ କିନ୍ତୁ ତାଙ୍କ ଏତେ କରିବା ପରେ ମଧ୍ୟ ବିଷ୍ଣୁ ରାଗିଲେ ନାହିଁ ଆଉ ଋଷିଙ୍କୁ ପଚାରିଲେ ଋଷିବର ଆପଣଙ୍କୁ ଆଘାତ ଲାଗି ନାହିଁ ତ କାହିଁକିନା ମୋ ପେଟ ବହୁତ କଠୋର ଅଟେ ଆଉ ଆପଣଙ୍କ ପାଦ ବହୁତ୍ କୋମଳ ତେବେ ଏହି ଘଟଣା ପରେ ସମସ୍ତେ ମାନିଲେ ଯେ ବିଷ୍ଣୁ ସମସ୍ତଙ୍କ ଠାରୁ ବଡ ଅଟନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *