ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖେଳିଗଲା ଶୋକର ଛାୟା, ଏହି ବଡ Star ଙ୍କର ହେଲା ପରଲୋକ

ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡିଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ଜୟ ପ୍ରକାଶ ରେଡି ବହୁତ ସାରା ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ନିଧନରେ ପୂର୍ବ ସିଏମ ଚନ୍ଦ୍ର ବାବୁ ନାଇଡୁଙ୍କ ସହିତ ବହୁତ ପ୍ରସିଦ୍ଧ କଳାକାରମାନେ ଶୋକ ପ୍ରକାଶ କରିଛନ୍ତି । ତେଲୁଗୁ ଫିଲ୍ମର ପ୍ରସିଦ୍ଧ ଅଭିନେତା ଜୟା ପ୍ରକାଶ ରେଡିଙ୍କର ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାର ମଙ୍ଗଳବାର ଦିନ ହାର୍ଟ ଆଟାକରେ ନିଧନ ହୋଇଛି । ଜୟ ପ୍ରକାଶଙ୍କୁ ୭୪ ବର୍ଷ ହୋଇଥିଲେ ।

ଜୟ ପ୍ରକାଶ ରେଡି କମେଡି ଓ କ୍ୟାରେକ୍ଟର ଅଭିନେତା ରୂପରେ ତେଲୁଗ ସିନେମାରେ ବହୁତ ପ୍ରସିଦ୍ଧ ଥିଲେ । ସେ ଦକ୍ଷିଣ ଭାରତୀୟ ଫିଲ୍ମର ବହୁତ ଲୋକପ୍ରିୟ ଓ ଚର୍ଚିତ ନାମ ଥିଲେ ।

Image Courtesy: Google

ସେ ନିଜ କ୍ୟାରିୟରରେ ବହୁତ ସଫଳ ଫିଲ୍ମରେ ଭୂମିକା ନିଭାଇଛନ୍ତି । ରେଡିଙ୍କୁ ଶେଷଥର ପାଇଁ ମହେଶ ବାବୁ ଷ୍ଟାରର ‘ସରେଲେରୁ ନିକେଭାରୁ ‘ ରେ ଦେଖିବାକୁ ମିଳିଥିଲା । ଯାହା ଏହିବର୍ଷ ୧୧ ଜାନୁୟାରୀରେ ରିଲିଜ ହୋଇଥିଲା । ରେଡି ମୁଖ୍ୟ ରୂପରେ ତେଲୁଗୁ ଫିଲ୍ମରେ କାମ କରିଛନ୍ତି । କନଡ ଓ ତାମିଲ ଫିଲ୍ମରେ ମଧ୍ୟ ସେ କେତେ ଗୁଡିଏ ମୁଭିରେ କାମ କରିଛନ୍ତି ।

Image Courtesy: Google

ଜୟା ପ୍ରକାଶ ରେଡିଙ୍କର ନିଧନ କଥା ଶୁଣି ସାରା ଫିଲ୍ମ ଜଗତରେ ଦୁଃଖର ଲହରୀ ଖେଳିଯାଇଛି । ତେଲୁଗୁ ପାର୍ଟିର ମୁଖିଆ ଏନ ଚନ୍ଦ୍ର ବାବୁ ନାଇଡୁ ରେଡ଼ିଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ଆନ୍ଧ୍ର ପ୍ରଦେଶର ପୂର୍ବ ମୁଖ୍ୟ ମନ୍ତ୍ରୀ ନାଇଡୁ ଟ୍ବିଟ କରିଛନ୍ତି କି ‘ ଜୟପ୍ରକାଶ ରେଡିଙ୍କ ନିଧନରେ ତେଲୁଗୁ ସିନେମା ନିଜର ଗୋଟେ ହିରୋ ହରାଇଲେ । କିଛି ଦଶକ ପରେ ତାଙ୍କର ଅଲଗା ଅଲଗା ଭୂମିକା ଆମକୁ ମନେପଡିବ ।

ଏହି ଦୁଃଖର ସମୟରେ ତାଙ୍କ ପରିବାର ଓ ସାଙ୍ଗ ମାନଙ୍କ ପାଇଁ ମୋ ମନ ଦୁଃଖରେ ଭାରି ଯାଉଛି । ଜୟପ୍ରକାଶ ରେଡି ତାଙ୍କ କ୍ୟାରିଅର ର ଆରମ୍ଭ ‘ ବ୍ରହ୍ମପୁତୃଡୁ ‘ରୁ କରିଥିଲେ । ଏହା ଛଡା ପ୍ରେମୀଚୁକୁନ୍ଦମ, ଗବ୍ବର ସିଂହ, ଚେନାକେସବା ରେଡି, ସିଥାୟା, ଟେମ୍ପର ଭଳି ପ୍ରସିଦ୍ଧ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଜୟପ୍ରକାଶ ରେଡି ଆଲ୍ଲାଗଡ ଜିଲ୍ଲାର ଲୋକ ଥିଲେ । ଫିଲ୍ମରେ ନିଜର ଖାସ ଅନ୍ଦାଜ ପାଇଁ ସେ ବହୁତ ପ୍ରସିଦ୍ଧ ଥିଲେ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *