ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ ନୂଆବର୍ଷ ୨୦୨୧ ? ସ୍ୱାସ୍ଥ୍ୟ , ପ୍ରେମ, କ୍ୟାରିୟର, ଆୟ

ବୃଷ ରାଶି ପାଇଁ ଏହି ବର୍ଷ ୨୦୨୧ ଏତେ ଖାସ ରହିବ ନାହିଁ।ବ୍ୟବସାୟ ରେ ଆଉ ଏତେ ଲାଭ ହେବ ନାହିଁ। ବ୍ୟବସାୟ ରେ ସହଯୋଗୀ ମାନଙ୍କ ସହ ଖରାପ ବ୍ୟବହାର ଏବଂ ଅସମ୍ମାନ କରିବା ଯୋଗୁଁ ବ୍ୟବସାୟରେ କ୍ଷତି ଘଟିବ। ପୂର୍ବରୁ ରୋଜଗାର କରିଥିବା ଟଙ୍କା ଖର୍ଚ୍ଚ ହେବ। ବାସସ୍ଥାନ ବା ଯାନବାହନର ନବୀକରଣ କରି ପାରନ୍ତି। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ପ୍ରାପ୍ତି ହେବ। ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ।

ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ। ରାଜନୀତି, ସଂଗଠନ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ। ସରକାରୀ କ୍ଷେତ୍ରରେ ଯଶ, ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ।

ବିଦ୍ୟା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। ଶତୃମାନେ ଦୂର ହେବେ। ରୋଜଗାରରେ ଉନ୍ନତି ହେବ। ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ଦେଖାଇବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ଚିତ୍ତ ପ୍ରସନ୍ନ ରହିବ। କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ବ୍ୟବସାୟରେ ଉନ୍ନତି ହେବ।

ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ପରିବାରରେ କ୍ରୋଧ ନିୟନ୍ତ୍ରଣ ନ ରଖିଲେ କ୍ଷତି ସହିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହାନୁଭୂତି ପାଇଁ ମନୋବଳ ଦୃଢ କରିବେ । କର୍ମକ୍ଷେତ୍ରରେ ନାନାଦି ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରିବାକୁ ପଡିବ । କଠୋର ପରିଶ୍ରମ କରିଲେ ମଧ୍ୟ ପରିଶ୍ରମ ମୁତବକ ଫଳ ପାଇବେ ନାହିଁ ।ବର୍ଷ ୨୦୨୧ ଶେଷ ଆଡ଼କୁ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଏପରିକି ଧାର କରଜ କରିବାକୁ ମଧ୍ୟ ପଡିପାରେ ।

ଅଫିସରେ ସହକର୍ମୀଙ୍କ ସହଯୋଗରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବା ସହ ସମସ୍ୟା ସମାଧାନ କରିପାରିବେ । ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ପାଖ ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବ ନାହିଁ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *