ବୁଧବାର ଦିନ କରନ୍ତୁ ଏହି ଉପାୟ, ଗଣେଶଙ୍କ କୃପାରୁ ବଦଳିଯିବ ଭାଗ୍ୟ

ଗଣେଶ ଭଗବାନ ବିଘ୍ନହର୍ତା ଅଟନ୍ତି, ଏହି କଥା ଆପଣ ମାନେ ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି, କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଭଗବାନ ଗଣେଶ ନିଜ ଭକ୍ତଙ୍କୁ, ବିଦ୍ୟା ସହ ବୁଦ୍ଧି, ଋଦ୍ଧି ଓ ସିଧି ମଧ୍ୟ ଦେଇଥାନ୍ତି, ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ ହିନ୍ଦୁ ଧର୍ମ ଅନୁଯାଇ କୌଣସି ଶୁଭ କାର୍ଯ୍ୟ କରିବା ଆଗରୁ ଗଣେଶ ପୂଜା କରିବା ଅତ୍ୟନ୍ତ ଆବଶ୍ୟକ ଅଟେ, ଗଣେଶ ଭଗବାନ ବହୁତ ଦୟାବାନ ଅଟନ୍ତି ସେ ବହୁତ ଶୀଘ୍ର ନିଜ ଭକ୍ତଙ୍କ ଦ୍ଵାରା ପ୍ରସନ୍ନ ହୋଇଥାନ୍ତି, ତେବେ ଆସନ୍ତୁ ଏହି ଅଚୁକ ଉପାୟ ବିଷୟରେ ଜାଣିବା ।

Image Courtesy: Google

୧. ବୁଧବାର ଦିନ ଭଗବାନ ଗଣେଶଙ୍କର ଅଟେ ବୋଲି କୁହା ଯାଇଥାଏ ସେଥିପାଇଁ ବୁଧବାର ଦିନ ସକାଳେ ଉଠି ସ୍ନାନ ଇତ୍ୟାଦି ସମାପ୍ତ କରି ଦୁଭ ୨୧ଟି ଗଣ୍ଠି ବା ୫୧ଟି ଗଣ୍ଠି ଗଣେଶ ମନ୍ଦିରରେ ଅର୍ପଣ କରନ୍ତୁ, ଆପଣଙ୍କୁ ଲାଭ ପ୍ରାପ୍ତି ହବ ।

୨. ବୁଧବାର ଦିନ ଗାଈକୁ କଞ୍ଚା ଘାସ ଦିଅନ୍ତୁ ଶୁଖିଲା ଜମା ବି ଦିଅନ୍ତୁ ନାହିଁ, ଏହା ଦ୍ଵାରା ଆପଣଙ୍କ ଘର ସବୁ କଳି ଝଗଡା ଦୂର ହୋଇଥାଏ ଓ ପରିବାରରେ ଶାନ୍ତି ଆସିଥାଏ ।

୩. ବୁଧବାର ଦିନ ମନେ କରି ଭଗବାନ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ମିଳିବ ।

 

Image Courtesy: Google

୪. ଗଣେଶ ଭଗବାନଙ୍କ ପସନ୍ଦ ଭୋଗ କଣ ତାହା ଆପଣ ମାନେ ସମସ୍ତେ ଜାଣିଛନ୍ତି, ତେବେ ବୁଧବାର ଦିନ ମୁଙ୍ଗ ଲଡୁ ଭଗବାନ ଗଣେଶଙ୍କୁ ଅର୍ପଣ କଲେ ଆପଣଙ୍କ ଦରିଦ୍ରତା ଦୂର ହୋଇଥାଏ ।

୫. ବୁଧବାର ଦିନ ଗଣେଶ ଭଗବାନଙ୍କୁ ଏହି ମନ୍ତ୍ର ଜାପ କରି ଶମୀ ପତ୍ର ଅର୍ପଣ କରନ୍ତୁ, ଏହା ଦ୍ଵାରା ଆପଣଙ୍କ ବୁଦ୍ଧି ବିକାଶ କରିଥାଏ ଓ ଆପଣଙ୍କୁ ସବୁ ପ୍ରକାର କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ ।

Image Courtesy: Google

୬. ଯଦି ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ବା ଭୁତ ପ୍ରେତ ବାସ ଅଛି ଓ ବହୁତ କିଛି କଲା ପରେ ମଧ୍ୟ ସମସ୍ଯା ସମାଧାନ ହେଉ ନାହିଁ, ତେବେ ଆପଣ କୌଣସି ଶୁକ୍ଳ ପକ୍ଷ ବୁଧବାର ଦିନ ଗୋଟେ ଧଳା ଗଣେଶଙ୍କ ପ୍ରତିମା ଘରେ ଆଣନ୍ତୁ, ଦେଖିବେ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ, ଆପଣଙ୍କ ଘର ସବୁ ନକାରାତ୍ମକ ଊର୍ଜା ଦୂର ହୋଇଥାଏ ।

ତେବେ ଗୋଟେ କଥା ସବୁବେଳେ ମନେ ରଖନ୍ତୁ ଭଗବାନ ବା ଧାର୍ମିକ ଯେଉଁ କାର୍ଯ୍ୟ କଲେ ପୂର୍ଣ ନିଷ୍ଠା ଓ ମନ ଦେଇ କରିବା ଉଚିତ ନଚେତ ଏହାର କୌଣସି ଫଳ ଆପଣଙ୍କୁ ପ୍ରାପ୍ତ ହୋଇନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *