Famous ହେବା ଆଗରୁ ଏମିତି ଦେଖା ଯାଉଥିଲେ TV ଜଗତର ଏହି 5ଜଣ Actress ମାନେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯିଏ ନିଜ କ୍ୟାରିଆର ଆରମ୍ଭରେ ତ ବହୁତ ସିଧାସାଧା ରହିଥିଲେ କିନ୍ତୁ ସମୟ ର ସହ ସେ ନିଜକୁ ବର୍ତ୍ତମାନ ସହ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି। ବନ୍ଧୁଗଣ ଆପଣ ମାନଙ୍କୁ ଆମେ କହିବାକୁ ଚାହୁଁଛୁ ଯେ, ଟିଭି ପରଦା ରେ ଶାଶୁ, ବୋହୁ,ଝିଅ ଆଦି ଚାରିତ୍ର ଭାବେ ଅଭିନୟ କରୁଥିବା ଅଭିନେତ୍ରୀ ଅନସ୍କ୍ରିନ ଯେତେ ସିଧା ସାଧା ଦେଖାଯାଆନ୍ତି ନିଜ ବାସ୍ତବ ଜୀଵନ ରେ ସେତେ ସିଧା ସାଧା ନୁହଁନ୍ତି। ଅନସ୍କ୍ରିନ ଏବଂ ଅଫସ୍କ୍ରିନ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି।

ଏହା ସତ୍ୟ ଯେ, ସେମାନେ ନିଜ ଅଭିନୟ ଜରିଆରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଛନ୍ତି। ଅନସ୍କ୍ରିନ ରେ ଯେଉଁ ନାଁ ରେ ଏହି ଅଭିନେତ୍ରୀ ମାନେ ପରିଚିତ ନିଜ ବାସ୍ତବ ଜୀଵନ ରେ ମଧ୍ୟ ତାଙ୍କୁ ଦର୍ଶକ ମାନେ ସେହି ନାଁ ରେ ହିଁ ଜାଣିଛନ୍ତି।

ଟିଭି ପରଦାରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିବା ଏହି ଅଭିନେତ୍ରୀ ମାନେ ବାସ୍ତବରେ ସମ୍ପୂର୍ଣ୍ଣ ଭିନ୍ନ ଦେଖା ଯାଆନ୍ତି। ଏହା ମଧ୍ୟ କୁହାଯାଇ ପାରିବ ଯେ, ବାସ୍ତବରେ ଏହି ଅଭିନେତ୍ରୀ ମାନଙ୍କୁ ଚିନ୍ହିବ କିଛି ମାତ୍ରାରେ କଷ୍ଟକର ହୋଇଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଟିଭି ପରଦାର ସେହି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ।

୧. ପ୍ରଥମେ ଆସନ୍ତୁ ଜାଣିବା ଅଭିନେତ୍ରୀ ‘ସ୍ମୃତି ଝା’ ଙ୍କ ବିଷୟରେ। ସ୍ମୃତି ଙ୍କୁ ପ୍ରଥମେ ଚ୍ୟାନେଲ ଲାଇଫ ଓକେ ର ଧାରାବାହିକ ‘ସୌଭାଗ୍ୟବତୀ’ ରୁ ହିଁ ପରିଚୟ ମିଳିଥିଲା। ଏହାପରେ ସେ ପଛକୁ ଚାହିଁ ନଥିଲେ। ପରେ ତାଙ୍କୁ ଜି ଟିଭି ରେ ଦେଉଥିବା ଧାରାବାହିକ ‘କୁମ କୁମ ଭାଗ୍ୟ’ ରେ ଦେଖିବାକୁ ମିଳିଥିଲା। ଏହି ସିରିଆଲ ରେ ତାଙ୍କୁ ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ। ସ୍ମୃତି ନିଜ କ୍ୟାରିଆର ଆରମ୍ଭ ରେ ବହୁତ ସାଧାସିଧା ଥିଲେ କିନ୍ତୁ ବର୍ତ୍ତମାନ ସେ ସମୟ ସହ ନିଜକୁ ମଧ୍ୟ ବହୁତ ମାତ୍ରା ରେ ବଦଳାଇ ଦେଇଛନ୍ତି ଏବଂ ପୂର୍ବ ଅପେକ୍ଷା ବର୍ତ୍ତମାନ ସେ ଅଧିକ ସୁନ୍ଦର ଦେଖାଯାଉଛନ୍ତି।

୨. ଛୋଟ ପରଦାରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ‘ସାରା ଖାଁ’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।ଏହି ଅଭିନେତ୍ରୀ ଜଣକ ନିଜ କ୍ୟାରିଆର ର ଆରମ୍ଭ ଧାରାବାହିକ ‘ବିଦାଇ’ ରୁ କରିଥିଲେ। ଏହି ସିରିଆଲ ରେ ତାଙ୍କୁ ଜଣେ ସାଧା ସିଧା ବୋହୁ ଭୂମିକା ରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା। ବାସ୍ତବ ଜୀଵନ ରେ ଵୋଲଡ଼ ଦେଖାଯାଉଥିବା ଏହି ଅଭିନେତ୍ରୀ ଜଣଙ୍କୁ ଅନସ୍କ୍ରିନ ସାଧାସିଧା ଚରିତ୍ର ରୂପେ ଦେଖିବାକୁ ମିଳେ।

୩. ଅଭିନେତ୍ରୀ ‘ଜେନିଫର ବିଂଗେଟ’ ନିଜ ଅଭିନୟ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି।କିଛି ଦିନ ପୂର୍ବରୁ ବନ୍ଦ ହୋଇଥିବା ଧାରାବାହିକ ‘ବେପନହା’ ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ଜଣକ ଅଧିକ ଚାର୍ଜ ନିଅନ୍ତି ବୋଲି ଶୁଣିବାକୁ ମିଳେ। କ୍ୟାରିଆର ର ଆରମ୍ଭ ରେ ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଏବଂ ସିଧାସାଧା ଥିଲେ କିନ୍ତୁ ବର୍ତ୍ତମାନ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି। ବର୍ତ୍ତମାନ ସେ ନିଜକୁ ଷ୍ଟାଇଲିସ ଏବଂ ସମସ୍ତଙ୍କ ଠାରୁ ଭିନ୍ନ କରିବାରେ ଲାଗି ପଡିଛନ୍ତି।

୪. ସବୁଠାରୁ ଅଧିକ ଟି.ଆର.ପି ହାସଲ କରିଥିବା ଧାରାବାହିକ ‘ନାଗିନ’ ରେ ନାଗିନ ର ଚରିତ୍ର ଭାବେ ଅଭିନୟ କରିଥିବା ଅଭିନେତ୍ରୀ ‘ମୋନି ରଏ’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଛୋଟ ପରଦା ସହ ବଡ଼ ପରଦାରେ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ଏହି ଅଭିନେତ୍ରୀ ଜଣଙ୍କୁ। ନାଗିନ ଚରିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି ଏହି ଅଭିନେତ୍ରୀ ଜଣକ।ଏହି ଅଭିନେତ୍ରୀ ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ ରେ ବର୍ତ୍ତମାନ ନୂଆ ନୂଆ ପାଦ ରଖିଛନ୍ତି ତଥା ଫିଲ୍ମ ‘ଗୋଲଡ’ ଜରିଆ ରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜ କ୍ୟାରିଆର ର ଆରମ୍ଭ କରିଛନ୍ତି। ଏହି ଅଭିନେତ୍ରୀ ଜଣକ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସୁନ୍ଦର ଦେଖା ଯାଉଛନ୍ତି ଏବଂ ନିଜକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛନ୍ତି।

୫. ଷ୍ଟାର ପ୍ଲସ ର ଧାରାବାହିକ ‘ୟେ ହେ ମୋହବତେ’ ରେ ଇସିତା ନାମକ ଚରିତ୍ର ରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ‘ଦିବ୍ୟଙ୍କା ତ୍ରିପାଠୀ’ ବର୍ତ୍ତମାନ ଘରେ ଘରେ ପରିଚିତ। ଏହି ଅଭିନେତ୍ରୀ ଜଣକ ପୂର୍ବାପେକ୍ଷା ନିଜକୁ ବହୁତ ମାତ୍ରାରେ ବଦଳାଇ ଦେଇଛନ୍ତି ଏବଂ ଅଧିକ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ ବହୁତ ଶୀଘ୍ର ଏହି ଅଭିନେତ୍ରୀ ଜଣଙ୍କୁ ବଲିଉଡ ରେ ଅଭିନୟ କରିବାର ଦେଖିବାକୁ ମିଳିବ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *