ମରିଗଲେ ବି ଏମିତି ଲୋକଙ୍କୁ କେବେ ବିଶ୍ଵାସ କରନ୍ତୁ ନାହିଁ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ବ୍ୟାକ୍ତିର ଜୀବନ ଉପରେ ନିଜର ଚାଣକ୍ୟ ନୀତିରେ ବହୁତ କିଛି ଲେଖିଛନ୍ତି । ସେ ଏମିତି ବହୁତ ନୀତି ବତେଇଛନ୍ତିଯାହା ଉପରେ ଆସୁଥିବା ବିପଦର  ସଙ୍କେତ ବିଷୟରେ ଜାଣିପାରିବ । ଚାଣକ୍ୟ ଜୀବନ ଓ ବଦଲୁଥିବା ପରିସ୍ଥିତି ବିଷୟରେ ନିଜ ଚାଣକ୍ୟ ନୀତିରେ କହିଛନ୍ତି । ଚାଣକ୍ୟ କହିଛନ୍ତି କେଉଁ ଭଳି ଲୋକଙ୍କ ଉପରେ ବିଶ୍ଵାସ ଓ ଭରସା  କରିବେ ଏହାକୁ ନେଇବି କିଛି ନୀତି କହିଛନ୍ତି ।

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ୫ମ ଅଧ୍ୟାୟର ଶ୍ଳୋକରେ କହିଛନ୍ତି:

ଯଥା ଚତୁର୍ଭି: କନକଂ ପରୀକ୍ଷ୍ଯତେ ନିଘର୍ଷଣଂ ଛେଦନତାପତାଡନୈ: ।

ତଥା ଚତୁର୍ଭି: ପୁରୁଷଂ ପରୀକ୍ଷ୍ଯତେ ତ୍ଯାଗେନ ଶୀଲେନ ଗୁଣେନ କର୍ମଣା ॥

ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତିକି ସୁନକୁ ପରଖିବା ପାଇଁ ଘସା ଯାଏ, କାଟିକି ଦେଖାଯାଏ,ତାକୁ ତତେଇ ସୁନାକୁ ଫିଟିକିରିରେ ତାର ଶୁଦ୍ଧତାର ପରୀକ୍ଷା କରାଯାଏ । ତାକୁ ଘଷିବା, ତତେଇବା, କାଟିବା, ପିଟିବା ଦ୍ଵାରା ସୁନାରେ କିଛି ମିଶ୍ରଣ ଅଛି କି ନାହିଁ ଜଣାପଡେ । ଆଚାର୍ଯ୍ୟ କହିଛନ୍ତି ଏହି ଚାରୋଟି କଥା ଉପରେ ଧ୍ୟାନରଖି କୌଣସି ବ୍ୟକ୍ତିକୁ ପାରଖି ପାରିବେ । ଚାଣକ୍ୟ କହିଛନ୍ତି କୌଣସି ବ୍ୟକ୍ତିକୁ ବିଶ୍ଵାସ କରିବା ପୂର୍ବରୁ ଏହା ଦେଖିବା ଉଚିତ କି ସେହି ବ୍ୟକ୍ତି ଆଉ କାହାର ଖୁସି ପାଇଁ ନିଜ ଖୁସି ଛାଡି ପାରିବ ନା ନାହିଁ ।

ଚାଣକ୍ୟ କହିଛନ୍ତି ଯଦି ସେ ଆଉକାହାର ଖୁସି ପାଇଁ ନିଜ ଖୁସି ଛାଡି ପାରିବ ବ ତ୍ୟାଗ କରିପାରିବ ସେ ଲୋକ ଉପରେ ଭରସା କରିହେବ । ଯେଉଁ ଲୋକ ଆଉ କାହାର ଖରାପ ଭାବନ୍ତି ନାହିଁ ବା ପରର ମନ୍ଦ ଚିନ୍ତା କରନ୍ତି ନାହିଁ । ତାଙ୍କ ଉପରେ ଭରସା କରି ହେବ । ଚାଣକ୍ୟ କହିଛନ୍ତି ଯେଉଁ ଲୋକଙ୍କର ରାଗ, ଆଳସ୍ୟ, ଅହଂଭାବ, ମିଛ କହିବା ଭଳି ଖରାପ ଅଭ୍ୟାସ ଅଛି, ତାଙ୍କ ଉପରେ ଭରସା କରିବା ଠିକ ନୁହେଁ ।

ପୁଣି ଚାଣକ୍ୟ ଆଗକୁ କହିଛନ୍ତି ଯେଉଁ ଲୋକ ଶାନ୍ତ ସ୍ଵଭାବର ହୋଇଥାନ୍ତି, ସବୁବେଳେ ସତ କହିଥାନ୍ତି, ସେ ଶ୍ରେଷ୍ଠ ଲୋକ ହୋଇଥାନ୍ତି । ଚାଣକ୍ୟ କହିଛନ୍ତି ଯେଉଁ ଲୋକ ଅଧାର୍ମିକ କାମ କରି ଧନ କମାଇଥାନ୍ତି ତାଙ୍କ ଉପରେ ଭୁଲରେବି ଭରସା କରିବା କଥା ନୁହେଁ । ସେହିଭଳି ଲୋକ ନିଜ ସ୍ଵାର୍ଥ ପାଇଁ କାହାକୁ ବି ଧୋକା ଦେଇପାରନ୍ତି । ଚାଣକ୍ୟ କହିଛନ୍ତି ଧାର୍ମିକ କାମ କରି ପଇସା ଆୟ କରୁଥିବା ଲୋକ ଉପରେ ବିଶ୍ଵାସ କରିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *