ଜୀବନରେ ସଫଳ ହେବାର ମନ୍ତ୍ର- Chanakya NIti

ଧର୍ମ ଜ୍ଞାନର ଭଣ୍ଡାର, ଜ୍ଞାନ ସ୍ଥାୟୀ, ଏହା କାହାକୁ ଛାଡି ଚାଲିଯାଏ ନହିଁ । ବିଶ୍ବାସ କରିବା ଦୁର୍ଭାଗ୍ୟ ଜନକ । ଯେଉଁ ବ୍ରାହ୍ମଣ ବିଦ୍ଵାନ, ଧର୍ମ ପରାୟଣ, ପରୋପକାରୀ, ଜଗତର ମଙ୍ଗଳ ସାଧନା ଯାହାର କର୍ତବ୍ୟ ସେ ଶ୍ରେଷ୍ଠ ବ୍ରାହ୍ମଣ । କାମ କ୍ରୋଧ, ମୋହ, ଲୋଭ, ସ୍ଵାର୍ଥ, ଅହଂକାର ଠାରୁ ଯିଏ ଦୂରରେ ରହିପାରେ, ସେ ସର୍ବଦା ସୁଖରେ ବାସ କରିପାରେ । ଯିଏ ରୂପ ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ ସେ ସମସ୍ତଙ୍କୁ ବଶୀଭୂତ କରିପାରେ ।

ବନ୍ଧୁର ବନ୍ଧୁତ୍ଵର ଗଭୀରତା ତାର ସହଯୋଗ ଓ ତ୍ୟାଗରୁ ଜଣା ପଡିଥାଏ । ନଦୀ ନାରୀ ଶସ୍ତ୍ର ଧାରୀ, ନଖଥିବା ପ୍ରାଣୀ, ଶିଙ୍ଗ ଥିବା ପଶୁ ଏବଂ ରାଜ ପରିବାରର ଲୋକଙ୍କୁ ବିଶ୍ବାସ କରିବା ଦୁର୍ଭାଗ୍ୟଜନକ ।

ସନ୍ତାନକୁ ପାଞ୍ଚବର୍ଷ ଯାଏ ଲାଳନ ପାଳନ କରିବ, ଦଶ ବର୍ଷ ଯାଏ ଆକତରେ ରଖିବ, ଷୋହଳ ବର୍ଷ ହେବା ପରେ ମିତ୍ର ପରି ଜ୍ଞାନ କରିବ । ସବୁ ପାହାଡ ଭିତରେ ମନି ନଥାଇ ପାରେ, ସବୁ ହାତୀଙ୍କ ମସ୍ତକରେ ମୁକ୍ତା ମିଳେ ନହିଁ, ସବୁ ସ୍ଥାନରେ ଭଲ ମଣିଷ ମିଳନ୍ତି ନହିଁ, ସବୁ ଗଛ ଚନ୍ଦନ ଗଛ ନୁହନ୍ତି ।

ଦୁଇଜଣ ଏକା ସାଥିରେ ପଢିବା ଦୁହିଙ୍କ ପାଇଁ ହିତ, ଦୁହିଙ୍କ ମଧ୍ୟରେ ପ୍ରତି ଯୋଗୀତା ମନୋଭାବ ଆସେ । ଅଥିତି ଭଗବାନ ସଦୃଶ, ଯେଉଁ ଘରେ ଅତିଥି ଅସନ୍ତୁଷ୍ଟ ହୋଇ ଆପ୍ୟାୟିତ ନହୋଇ ଫେରିଯାଆନ୍ତି ସେ ଘର ନଷ୍ଟ ହୋଇଯାଏ । ଯାହା ପାଖରେ ଜ୍ଞାନ ଥାଏ ସେ ସବୁବେଳେ ସୁଖୀ, ସଂସାରର ଦୁଃଖ ଜ୍ଞାନ ପାଖରେ ହାର ମାନିଥାଏ । ସଂସାରରେ ପ୍ରାଣୀ ଏକା ଏକା ଜନ୍ମ ହୁଏ ଏକା ଏକା ମରେ, କେହିବି ସାଥି ହୁଅନ୍ତି ନହିଁ ।

ସ୍ଵର୍ଗ ମର୍ତ୍ୟ ବୋଲି କିଛି ନହିଁ, ଏଇଠି ସ୍ଵର୍ଗ ଏଇଠି ନର୍କ, ଭଲ କାମ କାଲେ ସ୍ଵର୍ଗ ମିଳେ, ମନ୍ଦ କାମ କଲେ ନର୍କ ଯନ୍ତ୍ରଣା ରହିଥାଏ । ବିଜ୍ଞ, ଦୂରଦର୍ଶୀ ପିତା ମାତା ନିଜ ସନ୍ତାନକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ଉତ୍ତମ ଶିକ୍ଷା ସନ୍ତାନକୁ ଉଚିତ ମାର୍ଗ ପ୍ରଦର୍ଶନ କରିଥାଏ । ପୁରୁଷର ଚାରି ବଡ ଶତ୍ରୁ ଏଇ ଚାରିଜଣ ଏମାନଙ୍କ ଦ୍ଵାରା ବିପଦ ନିଶ୍ଚିତ ଆସିବ, କରଜ କରିଥିବା ପିତା, ଚରିତ୍ର ହିନ ମା, ସୁନ୍ଦରୀ ପତିତା ପତ୍ନୀ, ମୂର୍ଖ, ଦୁଷ୍ଟ ପୁତ୍ର ।

ସ୍ତ୍ରୀ, ପୁତ୍ର, କନ୍ୟାକୁ କଟୁ କଥା କହିବ ନହିଁ । ହାକିମ, ବାଳକ, ମୂର୍ଖ, କୁକୁର, ଘୁଷୁରି, ବାଘ, ସାପ ଏମାନେ ସୋଇଥିଲେ ଉଠାଇବ ନହିଁ । ଉଦଯୋଗ କାଲେ ଦାରିଦ୍ର୍ୟ ରୁହେ ନହିଁ, ଜପ କାଲେ ପାପ ରହେ ନହିଁ, ମୌନ ରହିଲେ ଝଗଡା ହୁଏ ନହିଁ । ଜାଗ୍ରତ ଥିବା ଯାଏ ଭୟ ଆସେ ନହିଁ, କ୍ରୋଧୀ ଲୋକଠାରେ ନ୍ୟାୟ ନଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *