ଦରିଦ୍ରତା ଏବଂ ଭାଗ୍ୟହୀନତା ଠାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତାହେଲେ ଜାଣନ୍ତୁ ବୁଧବାର ଦିନ କେଉଁ ୮ଟି କାମ କରିବା ଉଚିତ ନୁହେଁ

ସପ୍ତାହରେ ସାତ ଦିନ ଥାଏ ,ଏହି ସାତ ଦିନ ନିଜ ନିଜ ଭିତରେ ଏକ ବିଶେଷ ମହତ୍ଵ ରଖିଥାନ୍ତି । ଯାହାର ପ୍ରଭାବ ଆମ ଜନ୍ମକୁଣ୍ଡଳୀରେ ଥିବା ଗ୍ରହ ନକ୍ଷେତ୍ର ଉପରେ ବି ଥାଏ । ଶାସ୍ତ୍ର ଅନୁସାରେ ବୁଧବାର ଦିନକୁ ଗଣେଶଙ୍କର ଉପାସନା ପାଇଁ ସର୍ବୋତମ କୁହାଯାଇ ଥାଏ । ଏହି ଦିନ ଗଣେଶଙ୍କର ପୂଜା କାଲେ ସବୁ କଷ୍ଟ ଦୂର ହୋଇଥାଏ । ବୁଧବାର ଦିନ ଗଣେଶଙ୍କ ପୂଜା ସହିତ ବୁଧଦେବ ଙ୍କର ବି ପୂଜା କାରାଯାଇଥାଏ ।

ଏହିଦିନ ବୁଧଦେବ ଙ୍କୁ ପୂଜା କରି ପ୍ରସନ୍ନ କଲେ ତାଙ୍କ ଠାରୁ ବୁଦ୍ଧି ,ବଳ ଏବଂ ବେତନରେ ବୃଦ୍ଧି କରାଯାଇଥାଏ ।

ଜୀବନରେ ସଫଳତା ପାଇବାକୁ ହେଲେ ବୁଦ୍ଧି ଏବଂ ଚତୁରତା ରହିବା ନିହାତି ଦରକାର । କୌଣସି ବି ଶୁଭ କାମ କରିଥାଉ ତାହେଲେ ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରିଥାଉ । ଆଜି ଆମେ ଆପଣଙ୍କୁ କହିବୁ କି ବୁଧବାର ଦିନ କେଉଁ କାମ କରିବେ ନାହିଁ ,ଯାହା ଆପଣଙ୍କ କାମରେ ବାଧା ହେଇପାରେ ।

ବୁଧବାର ଦିନ କରନ୍ତୁ ନାହିଁ ଏହି କାମ

– ବୁଧବାର ଦିନ କେବେବି ପାନ ଖାଆନ୍ତୁ ନାହିଁ ।

– ବୁଧବାର ଦିନ କୌଣସି ନୂଆ ଜୋତା କି ନୂଆ କପଡା କିଣିବେ ନାହିଁ ।

– ବୁଧବାର ଦିନ କେବେବି ଝିଅଙ୍କ ଅପମାନ କରିବେ ନାହିଁ । ଯଦି ଆପଣଙ୍କୁ କେଉଁଠି ବି ଛୋଟ ଝିଅ ଦେଖାହୁଏ ତାହେଲେ ତାକୁ ଉପହାର ସ୍ୱରୂପ କିଛି ଦିଅନ୍ତୁ ବା କିଛି ପଇସା ଦେଇ ଦିଅନ୍ତୁ ।

– ଆପଣ ସବୁବେଳେ ଦେଖୁଥିବେ କି ଲୋକମାନେ ରାସ୍ତାରେ କିନ୍ନର ଙ୍କୁ ଦେଖିଥାନ୍ତି ତାହେଲେ ସେମାନଙ୍କର ମଜାକ ଉଡାଇ ଥାନ୍ତି । କିନ୍ତୁ ଏହା ମନେରଖିବେ କି ବୁଧବାର ଦିନ ଏମିତି କେବେବି କରିବେ ନାହିଁ ,କାରଣ ଏମିତି କଲେ ଆପଣଙ୍କର ବୃଦ୍ଧି ଏବଂ ଯଶ ର ବିନାଶ ହୋଇଥାଏ । ସମ୍ଭବ ହେବ ତ ତାଙ୍କୁ କିଛି ପଇସା ଦେଇ ଦିଅନ୍ତୁ ।

– ବୁଧବାର ଦିନ ଏହି କଥାର ବିଶେଷ ଧ୍ୟାନ ରଖିବେ କି ଏହି ଦିନ କେବେବି ଖିରୀ କରିବା ,ପନିର କରିବା ,କ୍ଷିର ଗରମ କରିବା ଇତ୍ୟାଦି କାମ କେବେ କରିବେ ନାହିଁ ।

– ବୁଧବାର ଦିନ କେବେବି ବ୍ରସ ,ଟୁଥପେଷ୍ଟ ଇତ୍ୟାଦି ଜିନିଷ କିଣିବେ ନାହିଁ ।

– ବୁଧବାର ଦିନ ଝିଅକୁ ବିଦା କରିବା ଆପଣଙ୍କ ପାଇଁ ଏବଂ ଆପଣଙ୍କ ଝିଅଙ୍କ ପାଇଁ ବହୁତ ଦୁଖଃଦାୟକ ହୋଇପାରେ । ଯଦି ଆପଣଙ୍କେ ଝିଅର ବୁଧଗ୍ରହ ଦୋଷ ଅଛି ତାହେଲେ ବିଲକୁଲ ବି ଏମିତ କରନ୍ତୁ ନାହିଁ ।

– ପୁରୁଷମାନେ ବୁଧବାର ଦିନ କେବେବି ନିଜ ଶଶୁର ଘରକୁ ଯିବା ଉଚିତ ନୁହେଁ ,ଏଥିରେ ତାଙ୍କ ଯଶ କମ ହୋଇଥାଏ ।

Leave a Reply

Your email address will not be published. Required fields are marked *