ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ସାବାସି ଦେବାକୁ ବାଧ୍ୟ ହେବେ । ଅନ୍ଧାର ରାତିରେ ବାଲି ପକାଉଛନ୍ତି ପୋଲିସ ଆଉ ଏଥିରେ ସହଯୋଗ କରୁଛନ୍ତି ଦୁଇ ସାମ୍ବାଦିକ । କାରଣ ଏହି ବାଲି ନ ପଡିଲେ ଦୁର୍ଘଟଣା ରେ ଅନେକ ଜୀବନ ଯିବାର ସମ୍ଭାବନା ରହିଥିଲା ।
ଆଉ ଉପସ୍ଥିତ ବୁଦ୍ଧି ଖଟାଇ ଅନେକ ବାଇକ ଚାଳକ ଙ୍କ ଜୀବନ ବଞ୍ଚାଇଛନ୍ତି ଉଭୟ ପୋଲିସ ଓ ସାମ୍ବାଦିକ ମାନେ । ରବିବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵର ରେ ଏମିତି କିଛି ଘଟିଥିଲା ଯାହା ଏକେ ନିଶ୍ଚିନ୍ତ ବିପଦରୁ ହଜାର ହଜାର ଲୋକଙ୍କୁ ବଞ୍ଚାଇ ଦେଇଥିଲା । ସାମ୍ବାଦିକ ଙ୍କ ସଠିକ ସମୟରେ ସଠିକ ପଦକ୍ଷେପ ରାସ୍ତା ରେ ଯାଉଥିବା ହଜାର ହଜାର ଲୋକଙ୍କର ଜୀବନକୁ ବଞ୍ଚାଇ ଦେଇଛି ।
କେବଳ ଏତିକି ନୁହେଁ ବରଂ ପୋଲିସର ସହଯୋଗରେ ସେମାନେ ଏକ ବଡ ଅଘଟଣ ରୁ ଅନେକ ଲୋକଙ୍କୁ ବଞ୍ଚାଇ ପାରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ହେଉଛି ରାଜଧାନୀ ଦେଇ ଯାଉଥିବା ରସୁଲଗଡ ଓଭର ବ୍ରିଜ ଉପରର । ରାସ୍ତା ରେ କିଛି ଜଣ ବାଲି ପକାଇବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।
ଏମାନେ ଆଉ କେହି ନୁହନ୍ତି ବରଂ ସେହି ପୋଲିସ ଓ ସାମ୍ବାଦିକ ଯେଉଁ ମାନେ ଲୋକଙ୍କ ଜୀବନକୁ ବଞ୍ଚାଇ ଦେଇଛନ୍ତି । ବିଳମ୍ବିତ ରାତି ରେ ଯେତେବେଳେ ରସୁଲଗଡ ଓଭର ବ୍ରିଜ ଉପରେ ଗାଡି ଯାଉଥିଲା ସେତେବେଳେ ହଠାତ କିଛି ଗାଡି ରାସ୍ତା ଉପରେ ଖସୁ ଥିବାର ନଜର ଆସୁଥିଲା । ସେହି ରାସ୍ତା ରେ ଯାଉଥିବା ସାମ୍ବାଦିକ ସୁବ୍ରତ ନାୟକ ମଧ୍ୟ ଏହାର ଶିକାର ହୋଇଥିଲେ ।
ସେ ତୁରନ୍ତ ରାସ୍ତା ଉପରେ ନଜର ପକାଇବାରୁ ଦେଖିଥିଲେ ଯେ ଅନେକ ଦୂର ଯାଏଁ ମୋଭିଲ ବା ତୈଳ ଜାତୀୟ ସାମଗ୍ରୀ କିଛି ପଡିଛି । ସଙ୍ଗେ ସଙ୍ଗେ ସେ ପିସିଆର ଭ୍ୟାନ କୁ ଫୋନ କରିଥିଲେ । ପିସିଆର ସେଠାରେ ପହଞ୍ଚିବା ପରେ ସମସ୍ତେ ମିଶି ରାସ୍ତା ରେ ବାଲି ପକାଇବାକୁ ଲାଗିଥିଲେ । ଅନେକ ସମୟ ଧରି ରାସ୍ତା ଉପରେ ସହ ସହ ଗାଡି ଅଟକି ରହିଥିଲା ।
ରାସ୍ତା ରେ ବାଲି ପଡିବା ପରେ ଲୋକଙ୍କ ଚଳ ପ୍ରଚଳ ଆରମ୍ଭ ହୋଇଥିଲା । ସ୍ଥାନୀୟ କିଛି ବନ୍ଧୁ ଙ୍କ ସହଯୋଗରେ ରାସ୍ତା ଉପରେ ବାଲି ପଡିବା ପରେ ଲୋକେ ସୁରକ୍ଷିତ ଭାବେ ଯିବା ଆସିବା କରିଛନ୍ତି । ତେବେ ସାମ୍ବାଦିକ ଓ ପୋଲିସ ର ମିଳିତ ପ୍ରୟାସ କୁ ନେଇ ଏବେ ପ୍ରଶଂସା ମିଳୁଛି । ଲୋକେ ଏହାକୁ ପ୍ରଶଂସା କରିବା ସହ ସମାଜ ପାଇଁ ଏକ ବଡ ଉଦାହରଣ ବୋଲି କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।