ବୁଷ୍ଟର ଡୋଜ ପାଇଁ ଲୁଚିକି ବିଦେଶ ଯାଉଛନ୍ତି ଧନୀ! ଦେଖନ୍ତୁ Special Report

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାରା ବିଶ୍ବରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଆତଙ୍କ ସୃଷ୍ଟି କରିଛି । ନୂଆ ମ୍ୟୁଟାତ ଓମିକ୍ରନକୁ ନେଇ ସାରା ବିଶ୍ଵବାସୀ ଏବେ ଚିନ୍ତା ପ୍ରକାଶ କରିଛନ୍ତି । ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଓ ଆତଙ୍କିତ ସ୍ଥିତି ସୃଷ୍ଟି ହୋଇଛି । ସମୟ କ୍ରମେ କୋରୋନାର ଏହି ନୂଆ ରୂପ କାୟା ମେଲାଇବାରେ ଲାଗିଛି ।  ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ୩୦ରୁ ଅଧିକ ଦେଶକୁ ମାଡି ଗଲାଣି ବୋଲି ସୂଚନା ରହିଛି ।

ଏହାର ପ୍ରତିରୋଧ ପାଇଁ ବିଭିନ୍ନ ଦେଶରେ ବୁଷ୍ଟର ଦୋଜ କଥା ଚିନ୍ତା କରୁଛନ୍ତି ଲୋକ ମାନେ । ଭାରତରେ ବୁଷ୍ଟର ଡ଼ୋଜ ପାଇଁ କୌଣସି ପ୍ରକ୍ରିୟା ଏ ଯାଏଁ ଆରମ୍ଭ ହୋଇ ନାହି । କିନ୍ତୁ କିଛି ଧନୀ ବ୍ୟକ୍ତି ବିଦେଶକୁ ଯାଇ ବୁଷ୍ଟର ଡ଼ୋଜ ନେବା ପାଇଁ ମନସ୍ଥ କରିଲେଣି । ପର୍ଯ୍ୟାପ୍ତ ଡାକ୍ତରୀ ପରାମର୍ଶ ପରେ ସେମାନେ ବିଦେଶରେ ବୁଷ୍ଟର ଡ଼ୋଜ ନେବା ପାଇଁ ପ୍ରତୁଷ୍ଟି ଆରମ୍ଭ କରି ସାରିଲେଣି ।

ଜଣେ ଧନୀ ବ୍ୟକ୍ତି ନିଜ ନାଁ କୁ ଗୋପନୀୟ ଭାବେ ରଖି ବିଦେଶରେ ସପରିବାର ଧରି ଟୀକା ଲଗାଇବାକୁ ଚାହୁଁ ଥିବା କହିଛନ୍ତି । ଆଉ କିଛି ଶିଲ୍ପପତି କହିଛନ୍ତି ବୁଷ୍ଟର ଡ଼ୋଜ ବାବଦରେ କୌଣସି ସରକାରୀ ଏ ଯାଏଁ କିଛି ସ୍ପଷ୍ଟ କରି ନାହାନ୍ତି । କିନ୍ତୁ ନୂଆ ଭ୍ୟାରିଆଣ୍ଟ ରୋଗ ପ୍ରତିରୋଧ ଶକ୍ତିକୁ କମ କରିବାରେ ଲାଗିଛି ।

ଉଦ୍ଯୋଗ ପରିସର ହେଲଥ କାଉନ୍ସିଲର ର ଅଧ୍ୟକ୍ଷ ମରେଶ ରେହେନ କହିଛନ୍ତି ଯେ କିଛି ବ୍ୟକ୍ତି ବୁଷ୍ଟର ଡ଼ୋଜ ନେବା ଆରମ୍ଭ କରି ଦେଇଛନ୍ତି । କାରଣ ସେମାନେ ନିଜ ଶରୀରର ରୋଗ ପ୍ରତିରୋଢାକା ଶକ୍ତିକୁ ନେଇ ସ୍ପଷ୍ଟ ନାହାନ୍ତି । ଇମୁନୀଟିତି ପାୱାର ମଜବୁତ କରିବାକୁ ବୁଷ୍ଟର ଦୋଜ ର ଆବଶ୍ୟକତା ରହିଛି ।

ଆଉ କିଛି ଅଧିକାରୀ ମାନେ ଅହିଛନ୍ତି ଯେ ଫାଇଜର ଟୀକା ନେବା ପାଇଁ କିଛି ଧନୀ ମାନେ ଚାଟାର୍ଡ ବିମାନରେ ଯାତ୍ରା କରୁଛନ୍ତି । କୋଲକାତା ସ୍ଥିତ ମେଡିକୋ ସୁପର ସ୍ପେଶାଲିଷ୍ଟ ମେଡିକାଳର ଧ୍ୟକ୍ଷ ଆଲୋକ କହିଛନ୍ତି ସରକାର ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ତୁରନ୍ତ ବୁଷ୍ଟର ଡ଼ୋଜ ନେବା ପାଇଁ ଅନୁମତି ମିଳିବା ଆବଶ୍ୟକ ରହିଛି । ତେବେ ଏହି ଟୀକା ଉପଲବ୍ଧ ଉପରେ ନିର୍ଭର କରୁଛି ।

ବିଶେଷଜ୍ଞଙ୍କ କହିବା ମୁତାବକ ଏହି ଟୀକାର ପ୍ରଭାବ ଶରୀରରେ ୬ ମାସ ଯାଏଁ ରହିଥାଏ । ପରେ ଏହା ଧୀରେ ଧୀରେ ସ୍ୱାସ୍ଥ୍ୟ ରେ କମ ହେବାରେ ଲାଗିଥାଏ । ଏହି ଟୀକା ନେବା ପରେ ଆଣ୍ଟିବଡି ପରୀକ୍ଷା କରିବା ପରେ ଏହା ବହୁତ କମ ଥିବା ଜଣା ପଡିଥିଲା ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ତେଣୁ ଅନେକ ସମ୍ବ୍ରାନ୍ତ ବିଦେଶରେ ବୁଷ୍ଟର ଡ଼ୋଜ ନେବା ପାଇଁ ଇଚ୍ଛୁକ ଅଛନ୍ତି ବୋଲି ସୂଚନା ମିଳିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *