ଦେଶରେ ବଢିବାକୁ ଲାଗିଛି କରୋନା ସମସ୍ଯା, ଫେରିବ Lockdown ?

ଏବେ ଦେଶରେ ମହାମାରୀ ସମସ୍ଯା ବହୁତ ବଢିବାକୁ ଲାଗିଛି । ଦେଶରେ ବଢୁଥିବା ମହାମାରୀ ସମସ୍ଯା ଲୋକଙ୍କୁ ପୁଣି ଭୟଭୀତ କରାଇ ଲକ ଡାଉନ କରାଇଛି । ମହାରାଷ୍ଟ୍ରର ନାଗପୁରରେ ପୁଣି ଥରେ ଲକ ଡାଉନ ହେବାକୁ ଯାଉଛି । ଜରୁରୀକାଳିନ ସେବାକୁ ଛାଡି ଦେଲେ ଗୋଟିଏ ସପ୍ତାହ ଧରି ଲକଡାଉନ ରହିବ । ଗୁଜୁରାଟ ଓ ଅହମଦବାଦରେ ରାତି 10 ଟା ପରେ ରେଷ୍ଟୁରାଣ୍ଟ, ମଲ, ସୋ ରୁମ, ପାନ ଦୋକାନ, ଚା ଦୋକାନ, ସେଲୁନ, କ୍ଲବ  ଆଦି ବନ୍ଦ ରହିବ ।

ଛତିଶ ଗଡର ରାୟପୁର ୩ ଟି ଫୁଡ ମାର୍କେଟକୁ ବନ୍ଦ କରାଯାଇଛି । ଏହି ସବୁ ପଦକ୍ଷେପ ନେବାର କାରଣ ୨୪ ଘଣ୍ଟା ମଧ୍ୟରେ ମହାମାରୀ ଆଶ୍ଚର୍ଯ୍ୟ ଜନକ ଭାବରେ ବଢିଛି । ଚତୁର୍ଥ ଦିନ ପାଇଁ ମହାରାଷ୍ଟ୍ରରେ ୧୫ ହଜାରରୁ ଅଧିକ ମହାମାରୀ ରୋଗୀ ଚିହ୍ନଟ ହୋଇଛି । ମହାରାଷ୍ଟ୍ରାରେ ୧୬ ହଜାରରୁ ୧୬ ହଜାର ୬୨୦ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଗୁଜୁରାଟ, କେରଲ, ତାମିଲନାଡୁ, ମଧ୍ୟ ପ୍ରଦେଶ, ଓ ଛତିଶଗଡ ମହାମାରୀ ରୋଗୀଙ୍କ ସଂଖ୍ୟା  ବଢି ଚାଲିଛି ।

ଏହି ସବୁ ଜାଗାରେ ମହାମାରୀ ରୋଗୀଙ୍କ ସଂଖ୍ୟା ବଢିବା ପରେ ଦିତୀୟ ଥର ଆସିବାର ଭୟ ରହିଛି । ଏହି ପରିସ୍ଥିତି ଦେଖି ଏବେ ପ୍ରଶ୍ନ ଉଠୁଛିକି ପୁଣି ଥରେ ଷଟଡାଉନ ହେବ କି ? ଆଉ କଣ ବିକଲ୍ପ ଅଛିକି ? ମହାମାରୀ ପ୍ରକୋପ ଦିନକୁ ଦିନ ବଢିବାକୁ ଚାଲିଛି ଶେଥିଲାଗି ଲୋକ ବହୁତ ଭୟଭୀତ ହେଉଛନ୍ତି । ସବୁପ୍ରକାର ଜନଜୀବନ କ୍ଷତି ମଧ୍ୟ ଦିନକୁ ଦିନ ହେବାକୁ ଲାଗିଛି । ଯେଉନଭଳି ଭାବେ ମହାମାରୀ ପୁଣି ଫେରୁଛି ଏହା ଦେଖି ଲାଗୁଛି ଲକଡାଉ ପୁଣି ହେଇପାରେ ।

ପ୍ରାୟତଃ ମହାମାରୀ ଆରମ୍ଭ ହେବା 1 ବର୍ଷ ହୋଇଗଲାଣି । ଯାହା ପାଇଁ ସାରା ଦେଶରେ ଏକ ଭୟ ମହୋଲ ଏବେବ୍ବି ରହିଛି । ଲୋକେ ସାଧାରଣ ଜୀବନ ବଞ୍ଚିବାକୁ ଚେଷ୍ଟା କଲେ ମଧ୍ୟ ମନରେ ସମସ୍ତଙ୍କର ଏକ ଭୟ ରହୁଛି । ଯେଉଁଭଳି ଭାବେ ମହାମାରୀରେ ଲୋକଙ୍କ ଜୀବନ ଯାଇଛି ତାହା ଏବେ ବି ବହୁତ ଡର ଭରି ରଖିଛି ସମସ୍ତଙ୍କ ମନରେ । ତେବେ ମହାମାରୀ ଯେମିତି ପୁଣି ଫେରୁଛି ଆପଣ କଣ ଭାବୁଛନ୍ତି ଲକଡାଉନ ହେବା ଦରକାର କି ନୁହେଁ । ନିଜର ମତ ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *