ଧନର ବର୍ଷା କରୁଥିବା ଫୁଲ କରନ୍ତୁ ଏହି ଉପାୟ- Vastu Tips

ଭାରତରେ ଅନେକ ପ୍ରକାର ଫୁଲ ପ୍ରଜାତି ଦେଖିବାକୁ ମିଳିଥାଏ, ତେବେ ସବୁ ଫୁଲର ଅଲଗା ଅଲଗା ଭିନ୍ନତା ହୋଇଥାଏ । ତେବେ ଆପଣ ମାନେ ଅପରାଜିତା ଫୁଲ ନିଜ ଆଖ ପାଖ ଜାଗାରେ ଦେଖିବାକୁ ପାଇଥିବେ । ଅପରାଜିତା ଫୁଲ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ତେବେ ଅପରାଜିତା ଫୁଲ ବହୁତ ରଙ୍ଗ ର ଦେଖିବାକୁ ମିଳିଥାଏ ।

ଅପରାଜିତା ଫୁଲ ଭଗବାନ ଶିବ ଓ ମାତା ଶକ୍ତିଙ୍କ ପ୍ରିୟ ଅଟେ, ଅପରାଜିତା ନୀଳକଣ୍ଠଙ୍କୁ ବହୁତ ପ୍ରିୟ ଅଟେ ତେବେ ଅପରାଜିତା ନୀଳ ରଙ୍ଗର ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ଅଟେ । ଅପରାଜିତା ଫୁଲ ପୁରା ଭାରତ ବର୍ଷ ସବୁ ଜାଗାରେ ପ୍ରାପ୍ତ ହୋଇଥାଏ ।

Image Courtesy: Google

ଏହି ଫୁଲ ଭଗବାନ ଶିବ ଓ ପାର୍ବତୀଙ୍କ ସହ ଅନ୍ୟ ସବୁ ଭଗବାନମାନଙ୍କୁ ପ୍ରିୟ ହୋଇଥାଏ ସେଥିପାଇଁ ଅପରାଜିତାକୁ ସଂସ୍କୃତରେ ବିଷ୍ଣୁପ୍ରିୟା କୁହା ଯାଇଥାଏ । ଅପରାଜିତା ଏମିତି ଗୋଟେ ଫୁଲ ଯାହା ସବୁ ଭଗବାନ ମାନଙ୍କୁ ପସନ୍ଦ ହୋଇଥାଏ ଓ ଏହାର ଉପାୟ କରିବା ଦ୍ଵାରା ଆପଣଙ୍କୁ ଭଗବାନ ଆଶୀର୍ବାଦ ପ୍ରଦାନ କରନ୍ତି । ଅପରାଜିତା ଫୁଲ ଉପାୟ କରିବା ଦ୍ଵାରା ଆପଣଙ୍କୁ ଘରୁ ନକାରାତ୍ମକ ଦୋଷ ବାହାରି ଯାଇଥାଏ । ଏହି ଉପାୟ କରିବା ସମୟରେ ଆପଣଙ୍କୁ ଏହି କଥା ବିଶେଷ ଧ୍ୟାନ ଦବାକୁ ହବ ଯେ ଆପଣଙ୍କୁ କେହି ଯେମିତି ନା ଦେଖନ୍ତୁ ଓ ନା କେହି ଆପଣଙ୍କ ସହ କଥା ହୁଅନ୍ତୁ ।

Image Courtesy: Google

ତେବେ ଯାଇ ଆପଣଙ୍କୁ ଏହି ଉପାୟର ଫଳ ପ୍ରାପ୍ତି ହବ । ଆପଣଙ୍କୁ ଶନିବାର ରାତ୍ରିରେ ଅପରାଜିତା ଫୁଲ ତୋଳିବାକୁ ହବ ଓ ସେହି ଅପରାଜିତା ଫୁଲ ଗୁଡିକ ନେଇ ଗୋଟେ ମାଳ କରନ୍ତୁ ଓ ଶନିଦେବଙ୍କ ପୂଜା କରି ସେହି ମାଳ ଘର ମୁଖ୍ୟ କବାଟ ଉପରେ ଝୁଲେଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘରୁ ସବୁ ନକାରାତ୍ମକ ଊର୍ଜା ଦୂର ହୋଇଯିବ । ଅପରାଜିତା ଫୁଲ ଦେଖିବାକୁ ଯେତେ ସୁନ୍ଦର ଅଟେ ସେତିକି ଲାଭକାରୀ ଏବଂ ଶୁଭକାରୀ ଅଟେ, ଏହା ଶୁଭକାରୀ କାହିଁକିନା ଏହାର ଉପାୟ ଦ୍ଵାରା ଘରେ ଧନ ଆଗମନ ହୋଇଥାଏ ଓ ନକାରାତ୍ମକ ଊର୍ଜା ଦୂର ହୋଇଥାଏ ।

Image Courtesy: Google

ତେବେ ସୋମବାର ବା ଶନିବାର ଦିନ ପାଞ୍ଚଟି ଅପରାଜିତା ଫୁଲ ତୋଳି ରଖି ଦିଅନ୍ତୁ ଓ ଏହାକୁ ନେଇ କୌଣସି ପାଣି ସ୍ରୋତରେ ପକାଇ ଦିଅନ୍ତୁ ଓ ପାଣିରେ ଫୁଲ ପ୍ରବାହିତ କରିବା ସମୟରେ ନିଜ ଇଷ୍ଟ ଦେବଙ୍କୁ ପୂଜା କରନ୍ତୁ ଓ ନିଜ ମନ କଥା କୁହନ୍ତୁ ଦେଖିବେ ଆପଣଙ୍କ ସବୁ କଷ୍ଟ ଦୂର ହବ ଓ ଧନ ପ୍ରାପ୍ତି ସହ କାର୍ଯ୍ୟରେ ସଫଳତା ପ୍ରାପ୍ତି ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *