Dhirubhai Ambaniଙ୍କ ଜୀବନର ଏହି 5ଟି କଥା ଯାହା ଆପଣଙ୍କ ଜୀବନ ବଦଳାଇଦେବ- Motivational Story

ଦ୍ଧିରୁ ଭାଇ ଆମ୍ବାନୀ ଆମ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଥାନ୍ତି । ତେବେ ଦ୍ଧିରୁ ଭାଇ ବହୁତ ବଡ ଧନୀ ବ୍ୟକ୍ତି ହୋଇ ନିଧନ କରିଥିଲେ, ତେବେ କେହି ବଡ ବ୍ୟକ୍ତି କହିଥିଲେ ଗରିବ ଘରେ ଜନ୍ମ ହବା ଆମ ଭାଗ୍ୟରେ ହୋଇଥାଏ କିନ୍ତୁ ଯଦି ଆମେ ଗରିବ ହୋଇ ନିଧନ କରିଥାଉ ତେବେ ଏହା ଆମ ଭାଗ୍ୟ ନୁହଁ ଆମ ପରିଶ୍ରମ ଫଳ ହୋଇଥାଏ । ତେବେ ଜୀବନରେ ଏତେ କଷ୍ଟ କରନ୍ତୁ ଯେ ମଲା ବେଳେ ଆପଣଙ୍କ ସବୁ ଇଛା ପୂରଣ ହେଉ ଆଉ ଆପଣ ଜୀବନରେ କିଛି କରି ପାରିଲେ ବୋଲି ଆପଣଙ୍କ ମନ ସନ୍ତୁଷ୍ଠ ହୋଇଥାଉ ।

ତେବେ ମଣିଷ ଯେତେ ଧନ ରୋଜଗାର କଲେ ମଧ୍ୟ ତାଙ୍କୁ କମ ଲାଗିଥାଏ କିନ୍ତୁ ଧନ ବି ସେତିକି ଆବଶ୍ୟକ ଯେତେ ଆମ ମନରେ ଅହଂକାର ନ ଦେଉ । ତେବେ ଆଜି ଆମେ ଦ୍ଧିରୁ ଭାଇ ଆମ୍ବାନୀଙ୍କ ଜୀବନ କିଛି କଥା ଜାଣିବା ଯାହା ତାଙ୍କୁ ସଫଳ କରିବାରେ ସାହାଯ୍ୟ କରିଥିଲା ।

୧. ଦ୍ଧିରୁ ଭାଇ ଆମ୍ବାନୀ କହିଥିଲେ ଯେଉଁ ବ୍ୟକ୍ତି ସ୍ୱ୍ୱାପ୍ନ ଦେଖି ଥାଏ ସେହି ବ୍ୟକ୍ତି ସେହି ସ୍ଵପ୍ନକୁ ସତ କରିବାରେ ସଫଳ ହୋଇଥାଏ । କଣ ଆପଣ ମାନେ ଜାଣିଛନ୍ତି ଯେ ମଣିଷ ଯେଉଁ ସ୍ଵପ୍ନ ବନ୍ଦ ଆଖିରେ ଦେଖିଥାଏ ଯଦି ଖୋଲା ଆଖିରେ କରିବା ପାଇଁ ପରିଶ୍ରମ କରିଥାଏ ତେବେ ତା ଜୀବନ ସୁଖମୟ ହୋଇଥାଏ ଆଉ ସେ ନିଜ ଜୀବନରେ ବହୁତ କିଛି ହାସଲ କରି ପାରିଥାଏ । ତେବେ ଦ୍ଧିରୁ ଭାଇ କହିଥିଲେ ଯେ ଯିଏ ସପନ ଦେଖି ନଥାଏ ସେ ତାଙ୍କ ଜୀବନରେ କିଛି କରି ପାରନ୍ତି ନାହିଁ ।

୨. ଦ୍ଵିତୀୟ କଥା ଯାହା ଦ୍ଧିରୁ ଭାଇ କହିଥିଲେ ତାହା ଥିଲା କଠିନ ସମୟରେ ମଧ୍ୟ ନିଜ ଲକ୍ଷକୁ କେବେ ଛାଡିବେ ନାହିଁ, ଆଉ ବିପଦ ସମୟକୁ ଅବସରରେ ପରିଣତ କରନ୍ତୁ । ତେବେ ଯେଉଁ ବ୍ୟକ୍ତି ନିଜ ଜୀବନରେ ପରିସ୍ଥିତି ସମ୍ଭାଳିବା ଶିଖି ଯାଇଥାଏ ସେହି ବ୍ୟକ୍ତି ନିଜ ଜୀବନରେ ବହୁତ କିଛି ହାସଲ କରିଥାଏ ଏହି ଭଳି ଲୋକ ନିଜ ଖରାପ ସମୟକୁ ମଧ୍ୟ ଭଲରେ ପରିଣତ କରି ଦେଖାଇଥାନ୍ତି ।

୩. ତୃତୀୟ କଥା ଯାହା ଦ୍ଧିରୁ ଭାଇ କହିଥିଲେ ତାହା ଥିଲା ଯେ ବ୍ୟାପାର ବିଷୟରେ ସେହି ବ୍ୟକ୍ତି ସବୁଠାରୁ ଅଧିକ ଜାଣିଥାଏ ଯିଏ ନିଜ ଜୀବନରେ ରିସ୍କ ନେଇଥାନ୍ତି । ଯିଏ ବ୍ୟବସାରେ ରିସ୍କ ନିଅନ୍ତି ନାହିଁ ସେହି ବ୍ୟକ୍ତି କେବେ ଆଗକୁ ବଢି ପାରନ୍ତି ନାହିଁ ତେବେ କିଛି ପାଇବାକୁ ହେଲେ ଆପଣଙ୍କୁ ଏଜି ହରାଇବାକୁ ପଡିଥାଏ ଯାହା ବ୍ୟବସାୟାର ଆରମ୍ଭ ହୋଇଥାଏ ।

୪. ଚତୁର୍ଥ କଥା ଯାହା ଦ୍ଧିରୁ ଭାଇ କହିଥିଲେ ତାହା ଥିଲା ବଡ ଭାବନ୍ତୁ, ଶୀଘ୍ର ଭାବନ୍ତୁ, ଆଗକୁ ବିଚାର କରନ୍ତୁ କାହିଁକିନ ବିଚାର ଉପରେ କାହାର ଅଧିକାର ନଥାଏ ।

୫. ପଞ୍ଚମ ଶିକ୍ଷା ଯାହା ଦ୍ଧିରୁ ଭାଇ ଦେଇଥିଲେ ତାହା ଥିଲା ତମକୁ ଯାହା ଆସୁଛି ତାହା ତମେ କର, ବାକି ସବୁ ଛାଡି ଦିଅ ଯାହା ହବ ଭଲ ହବ ।

Leave a Reply

Your email address will not be published. Required fields are marked *