ଦୁଇ ବର୍ଷର ଡେଟିଂ ପରେ ଝିଅଟି କରିଥିଲେ ବିବାହ, 12 ଘଣ୍ଟାରେ ହିଁ ଫେରିଲେ ବାପଘରକୁ – ବର କହିଲେ ବିରକ୍ତ ହେଇଗଲିଣି ଏ ପାଗଳପଣରେ

UP ର ହମିରପୁରରେ ଏମିତି ଘଟିଥିଲା, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଦିବର୍ଷ ରିଲେଶନସିପରେ ରହିବା ପରେ ଝିଅଟି ଘର ଲୋକଙ୍କ ବିରୋଧରେ ଯାଇ ବୟେଫ୍ରେଣ୍ଡକୁ ବିବାହ କରିଥିଲେ ଓ 12 ଘଣ୍ଟା ପରେ ସମ୍ପର୍କ ଭାଙ୍ଗିଦେଇଥିଲେ । ଝିଅଟି ଏକାଠି ସାଙ୍ଗ ହେଇ ପଢୁଥିବା ସନ୍ଦୀପ ଭଲ ପାଇଥିଲେ । ଯେତେବଳେ ଝିଅଟିର ଘର ଲୋକ ଜାଣିଲେ, ପୁଅଟି ନା ଥାନାରେ ଯୌନ ଶୋଷଣର ଏଫାୟର ଦେଇଥିଲେ ।

ସନ୍ଦୀପକୁ ପୋଲିସ ଥାନାକୁ ନେଇଥିଲେ ଓ କିଛି ଘଣ୍ଟା ପରେ ଝିଅଟି ଏଫାୟର ଫେରେଇ ନେଇଥିଲେ ।

ତାପରେ ଝିଅଟିକୁ ତାଙ୍କ ପରିବାର ଲୋକେ ଘରୁ ବାହାର କରିଦେଲେ । ତାପରେ ସେ ସନ୍ଦୀପ ପାଖକୁ ଯାଇ ତାଙ୍କ ଘରଲୋକଙ୍କୁ ତାକୁ ଗ୍ରହଣ କରିବା ପାଇଁ ମନେଇନେଲା । ଦୁଇଜଣ ସୋମବାର ଦିନ ମନ୍ଦିରରେ ବିବାହ କରିଥିଲେ ।

ମଙ୍ଗଳବାର ଦିନ ଝିଅଟି ନିଜ ମନ ବଦଳେଇ 12 ଘଣ୍ଟାର ବିବାହକୁ ଭାଙ୍ଗି ଦେବାକୁ ଚାହିଥିଲା । ସନ୍ଦୀପ ଝିଅଟିର ଅସ୍ଥିର ମନ ପ୍ରତି ବିରକ୍ତ ହୋଇ ସହମତି ପ୍ରକାଶ କରିଥିଲା । ଦୁହିଁଙ୍କ ବିବାହ ସମାପ୍ତ କରିଥିଲେ ।

ସନ୍ଦୀପ ପତ୍ରକାରଙ୍କୁ କହିଥିଲେ କି ସେ ଝିଅଟିର ପାଗଳପଣରେ ବ୍ୟସ୍ତ ହୋଇଗଲେଣି । ମୁଁ ତାଙ୍କୁ ଭଲ ପାଉଥିଲି ହେଲେ ଜାଣିପାରିଲିନି ସେ କଣ ଚାହୁଛି । ମତେ ଶାନ୍ତି ମିଳିଲା ଯେ ଏସବୁ ଶେଷ ହେଇଗଲା । ପୋଲିସ ଝିଅର ଘର ଲୋକଙ୍କୁ ଡାକି ଝିଅକୁ ଘରକୁ ନେବାପାଇଁ କହିଥିଲେ ।

Leave a Reply

Your email address will not be published. Required fields are marked *