୯ ବର୍ଷ ପରେ ମି-ଡି-ଆ ସାମ୍ନାରେ DID ର Winner “ରାଜସ୍ମିତା କର” କହିଲେ କିଛି ଏମିତି, ଯାହା ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ- ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ହିନ୍ଦୀ ରିୟାଲିଟି ସୋ DID ନିଶ୍ଚିତ ଭାବରେ ଦେଖିଥିବେ । ଓଡିଆ ଝିଅ “ରାଜସ୍ମିତା କର” DID ର Winner ହୋଇଥିବା ଖ-ବ-ର ଆପଣ ମାନେ ଟିଭି ପରଦାରେ ନିଶ୍ଚିତ ରୂପେ ଦେଖିଛନ୍ତି ।

“ରାଜସ୍ମିତା କର” ଙ୍କର ଜନ୍ମ ସ୍ଥାନ ରାଉରକେଲା ଅଟେ । ସେ ନାଚର ଜାଦୂଗର ଅଟନ୍ତି । ସ୍ଟେଜ ଉପରକୁ ଆସିଲେ କରତାଳି ରେ ଫାଟି ପଡୁଥିଲା ସେଠାକାର ସ୍ଥାନ । ଜର୍ଜ ହୁଅନ୍ତୁ କିଅବା ତାଙ୍କର ପ୍ରତିଦ୍ଵନ୍ଦୀ ସମସ୍ତେ ପ୍ରାଏ ଚାହିଁ ବସଥିଲେ ରାଜସ୍ମିତା କିଭଳି ଭାବରେ ପ୍ରଦର୍ଶଣ କରିବେ । ଆଜି ଆମ୍ଭେ ଆପଣ ମାନଙ୍କୁ ଦୀର୍ଘ ୯ ବର୍ଷ ପରେ ରାଜସ୍ମିତା ଙ୍କ ସମ୍ବନ୍ଧରେ କିଛି ବିବରଣୀ ଦେବାକୁ ଯାଉଅଛୁ ।

ମି-ଡି-ଆ ଭାଇମାନେ ରାଜସ୍ମିତ ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯେ, ୯ ବର୍ଷ ଦୂରେଇ ରହିବା ପଛର ଆପଣଙ୍କର ଅନୁଭୂତି କିଭଳି ରହିଲା ? ସେତେବେଳେ ରାଜସ୍ମିତା ଉତ୍ତର ଦେଇଥିଲେ ଯେ, ପ୍ରାଏ ସମସ୍ତେ ପଚାରୁଥିଲେ ରାଜସ୍ମିତା ବର୍ତ୍ତମାନ କେଉଁଠାରେ ଏବଂ ସେ କଣ କରୁଛନ୍ତି ? ମାତ୍ର ମୋର ଜର୍ନୀ ଏହି ୯ ବର୍ଷ ମଧ୍ୟରେ ବହୁତ ଅଲଗା ରହିଅଛି ।

ମୁଁ କେବଳ DID ରେ Winner ହୋଇନି ମାତ୍ର ମୋର ଜୀବନରେ ଅନେକ Experience ମତେ ମିଳିଅଛି । ଷ୍ଟ୍ରଗଲ ଠାରୁ ଆରମ୍ଭ କରି ଜୀବନରେ ମୁଁ ପରିଶ୍ରମ ଦ୍ଵାରା କଣ କଣ ଆଜି ହାସଲ କରିଅଛି ସେ ସବୁ ବିଷୟରେ ମତେ ବେସ ଭଲ ଭାବରେ ଜଣାଅଛି ।

ଏଥିପାଇଁ ମୁଁ ବହୁତ ଗର୍ବିତ ଅଛି ଯେ, ଭାରତରେ ମୁଁ ନମ୍ବର ୧ ପୋଜିସନ ରେ ଆସିଲି । ଓଡିଶା ରେ ମଧ୍ୟ ମୁଁ ମୋ ନାମ କୁ ନେଇ ପରିଚିତ ଅଛି । ଏବଂ ମୁଁ ନିଜକୁ ଗର୍ବ ଅନୁଭବ କରୁଅଛି ଯେ ମୁଁ ଓଡିଶା ଝିଅ । ମୁଁ ମୋ ଜନ୍ମଭୂମି ରାଉରକେଲା ର ନାମ ଉଜ୍ଜ୍ଵଳ କରିବାକୁ ଚାହୁଁଅଛି । ମୁଁ ୪ ବର୍ଷ ବାହାରେ ରହିଥିଲି । ବମ୍ବେ ରେ ରହି ସେଠାରେ କାମ କରୁଥିଲି । ମାତ୍ର ୨୦୧୯ ରେ ମୁଁ ଓଡିଶା ଆସିଲି ।

ରାଜସ୍ମିତା କହିଲେ ମୁଁ ୨୦୧୮ ପର୍ଯ୍ୟନ୍ତ ମ୍ୟୁଜିକାଲ ଥିଏଟର ରେ କାମ କରିଛି । ମୋ ଜୀବନରେ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ସ୍ଥିତି ଏହା ଥିଲା ଯେ, ୨୦୨୦ ରେ ଯେଉଁ କ-ରୋ-ନା ମ-ହା-ମା-ରୀ ଆସିଲା । ଏହାପରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କ-ରୋ-ନା ର ପ୍ରଭାବ ସଂପୂର୍ଣ୍ଣ ରୂପେ ଯାଇନାହିଁ । ଏହା ସମସ୍ତଙ୍କ ପାଇଁ ବହୁତ ଜଟିଳ ପରିସ୍ଥିତି ଥିଲା । ମାତ୍ର ୨୦୨୦ ରେ ମୋ ଗୋଡ ର ଅପେରେସନ ହେଲା ।

ଏହାପରେ ସେତେବେଳେ ଲକଡାଉନ ହୋଇଗଲା । ଏହି ସମୟରେ ମୁଁ ଭୁବନେଶ୍ଵର ରୁ ଫେରି ଆସିଲି ରାଉରକେଲା । ୬ ମାସ ପର୍ଯ୍ୟନ୍ତ ମୁଁ ଫିଜୋଥେରାପି ମଧ୍ୟ କରିଛି । ମୁଁ ନିଜକୁ ବହୁତ ସୃଦୁଢ କରାଇବାକୁ ଚେଷ୍ଟା କରିଛି କାରଣ ଜଣେ ଡ୍ୟାନ୍ସର ନିମନ୍ତେ ତାହାର ଗୋଡ ତାହାର ଆଶାର ବାଡି ସାଦୃଶ୍ୟ ହୋଇଥାଏ ।

ଏହାପରେ ୨୦୨୧ ରେ ମୋତେ କ-ରୋ-ନା ମଧ୍ୟ ହୋଇଗଲା । ଏଥିରେ ମୁଁ ବହୁତ କଷ୍ଟ ଅନୁଭବ କରିଛି ମାତ୍ର ଭଗବାନ ଙ୍କ କୃପା ରୁ ବର୍ତ୍ତମାନ ସଠିକ ଅଛି । ଆଗକୁ ବହୁତ କିଛି ମତେ କରିବାର ବାକି ଅଛି ବୋଲି “ରାଜସ୍ମିତା” କରିଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *