ଦିଦି ମୋ କଥା ଟିକେ ସୁନୋ ଗୋ… କାନ୍ଦି କାନ୍ଦି ଝିଅଟି ଯାହା କହୁଛି ଶୁଣନ୍ତୁ ଏହି ଭାଇରାଲ Video

ଛୋଟ ଛୁଆଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଇଥାଏ । ସମସ୍ତଙ୍କୁ ଛୋଟ ଛୁଆ ବହୁତ ପସନ୍ଦ ଆସିଥାନ୍ତି । ସେମାନଙ୍କ ର କଥା , ବ୍ୟବହାର ଲୋକଙ୍କୁ ବହୁତ ଖୁସି ଦେଇଥାଏ । କୁହାଯାଏ ପିଲା ମାନେ ହେଉଛନ୍ତି ଦେଶ ର ଆଗାମୀ ଭବିଷ୍ୟତ । ତେବେ ଵର୍ତମାନ ର ପିଲା ମାନଙ୍କ ବୁଦ୍ଧି ଓ ସ୍ମାର୍ଟ ଗୁଣ ର କୌଣସି ତୁଳନା ନାହିଁ । ତେବେ ସେହି ଭଳି ସୋସିଆଲ ମିଡିଆରେ ଏକ କୁନି ଝିଅ ର ଭିଡିଓ ଭାଇରାଲ ହେଉଛି ।

ଯାହାକୁ ଦେଖି ବହୁତ ଲୋକ ହସୁଛନ୍ତି । ଭିଡିଓ ଟିରେ ଝିଅ ଟିର ମଜାଳିଆ କଥା ଲୋକଙ୍କ ମନକୁ ବେଶ ମନ୍ତ୍ର ମୁଗ୍ଧ କରିଛି । ତେବେ ଭିଡ଼ିଓଟି ସମ୍ବଲପୁର ଭାଷା ରେ ଅଛି । ଏକ ଅଙ୍ଗନବାଡି କେନ୍ଦ୍ର ର ଭିଡିଓ ଟି ଅଟେ । ଜଣେ ଶିକ୍ଷୟତ୍ରୀ ଛୁଆ ଟି ର ଭିଡିଓ କରିଛନ୍ତି । ଯେତେବେଳେ ଦିଦି ପାଠ ଲେଖିବାକୁ ଦେଇଥିଲେ ।

ସେହି କୁନି ଝିଅ ଟି କୁ ଯେତେବେଳେ ସିଲଟ ନେଇ ପାଖକୁ ଆସିବାକୁ କହିଲେ । ପିଲା ଟି ଲେଖି ନ ଥିଲା । ତାକୁ ଯେତେବେଳେ ଦିଦି ପାଖକୁ ଡାକିଲେ ତ ପିଲାଟି ଜୋରେ ଜୋରେ କାନ୍ଦିଲା । ଦିଦି କହିଲେ ତତେ ମୁଁ ମାରିନି ତ କାନ୍ଦୁଛୁ କାହିଁକି ?

କୁନି ଝିଅ ଟି ସୁନ୍ଦର ଭାବେ କହିଛି ମୁଁ ତ କହୁଛି ଆପଣଙ୍କୁ ମୋର କଥା ଟିକେ ଶୁଣନ୍ତୁ । ମୁଁ ଅ ଆ ଲେଖିକି ଦେଖେଇଥାନ୍ତି । ମୋ ମା କହିଛି ମୁଁ ପାଠ ପଢିବି । ମୁଁ ପାଠ ନ ପଢିଲେ ମୂର୍ଖ ହେଇଯିବି । ଦିଦି ତାକୁ କହିଲେ ମୂର୍ଖ ହେଲେ ଗାଈ ଚରାଇବୁ ।

ଝିଅ ଟି କହୁଛି ଗାଈ କାହିଁ ଚରେଇବି ? ମୁଁ ଭଲ ପାଠ ପଢି ଚାକିରୀ କରିବି । ମୋ ବାପାଙ୍କ ପଇସା ଦେବୀ । ଆଉ ସେହି ପଇସା ରେ ଚିପ୍ସ , ଆଉ ଆଇସକ୍ରିମ ବି ଖାଇବି । ଛୁଆ ଟିର ଏହିଭଳି କଥା ଶୁଣି କିଏ ବା ରାଗି ପାରିବ ? ଦିଦି ଜଣକ କହିଲେ ତୁ ପାଠ ନ ପଢିଲେ ତତେ ମୂର୍ଖ ବୋଲି କହିବେ ।

ଝିଅ ଟି କହୁଛି ମତେ ସୁନା ଓ ଗେଲ୍ହା ଝିଅ କୁହ । ମୁଁ ପାଠ ଲେଖିକି ଦେଖେଇଦେବୀ କିନ୍ତୁ ତୁମେ ଯେ ମୋ କଥା ଶୁଣୁନ । କୁନି ଝିଅ ଟିର ଏହି ଭଳି କଥା ସେହି ଦିଦି ଙ୍କ ମୁହଁ ରେ ମଧ୍ୟ ହସ ଆଣି ଦେଇଛି । ତେବେ ଛୋଟ ଝିଅ ଟି ର ଏହି ଭିଡିଓ ଅସଂଖ୍ୟ ଲୋକଙ୍କ ମୁହଁରେ ହସ ଖେଳାଇ ଦେଇଛି ।

ଏତେ ଛୋଟ ଛୁଆ ହୋଇ ମଧ୍ୟ ତାର ବୁଦ୍ଧି ଓ ବିଚକ୍ଷଣତା ବହୁତ ଅଧିକ । ତେବେ ଏହି ଭିଡିଓ ଟି ଦେଖିଲେ ଛୁଆ ଟିର କଥା ଶୈଳୀ ଓ ଛୋଟ ପାଟିରେ ଏତେ ସୁନ୍ଦର ଓ ବୁଝାଇଲା ଭଳି କଥା ମନ କିଣି ନେଉଛି ।

Leave a Reply

Your email address will not be published. Required fields are marked *