ପେଟ କମ କରିବାର ସହଜ Diet ପ୍ଳାନ, ଦେଖନ୍ତୁ କଣ ଖାଇବେ ଓ କଣ ନାହିଁ- Niharika Dash

ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନଙ୍କର ପେଟ ବଢିଯିବା ଏକ ସମସ୍ୟା ହୋଇଯାଇଛି । ଯେଉଁମାନେ ଅଧିକ ସମୟ ବସି କାମ କରନ୍ତି ତାଙ୍କର ହିଁ ପେଟ ବଢିଥାଏ । ଆଜିକାଲିର ଜୀବନଶୈଳୀ ଏମିତି ହୋଇ ଯାଇଛି କି ଦିନକୁ ଦିନ ସମସ୍ତେ ଅସଲୁଆ ହୋଇ ଯାଉଛନ୍ତି ଓ ବ୍ୟାୟମ ତ ଦୂରର କଥା ଓ ସଠିକ ଭୋଜନ ମଧ୍ୟ ସେବନ କରିବା ପାଇଁ ସମୟ ମିଳୁ ନାହିଁ ଏହି ସମସ୍ତ ଜିନିଷର କୁପ୍ରଭାବ ଆମ ସମସ୍ତଙ୍କ ଶରୀରର ଉପରେ ପଡିଥାଏ ।

ଆମ ଶରୀରର ଯେଉଁ ପ୍ରୋଟିନ ଯେତିକି ମାତ୍ରାରେ ଦରକାର ତାହା ଠାରୁ ଯଦି ଅଧିକ ହୋଇଯାଏ ତେବେ ତାହା ଆମ ଶରୀରରେ ଫ୍ୟାଟ ହୋଇଯାଏ । କେବଳ ପେଟରେ ନୁହେଁ ଶରୀରର ଅନ୍ୟ ଅଂସ ଗୁଡିକରେ ବି ଚର୍ବି ଲାଗିଥାଏ ।

ଯଦି ଆପଣ ନିଜର ଚର୍ବି କିମ୍ବା ଫ୍ୟାଟ କମ କରିବାକୁ ଚାହୁଁଛନ୍ତି ତେବେ ଆପଣ ଯୋଗ, ସୂର୍ଯ୍ୟ ନମସ୍କାର, ବ୍ୟାୟମ କରନ୍ତୁ । ନଚେତ ଆପଣ ସବୁଦିନ ୩୦ ରୁ ୪୦ ମିନିଟ ଚାଳନ୍ତୁ । ଯେତେବେଳେ ବି ଖାଦ୍ୟ ସେବନ କରିବେ ତେବେ ସବୁବେଳେ କମ ମାତ୍ରାରେ ଖାଦ୍ୟ ସେବନ କରନ୍ତୁ । ପାଣି ସଠିକ ସମୟରେ ପିଅନ୍ତୁ । ଯେଉଁମାନେ ଅଫିସରେ ବସି କାମ କରୁଛନ୍ତି କିମ୍ବା ଅନ୍ୟ କେଉଁଠି ତେବେ ଦ୍ଵିପହରର ଖାଦ୍ୟ ଖାଇ ସାରିବା ପରେ କେବେ ବି ସଙ୍ଗେ ସଙ୍ଗେ ଯାଇ ଚେୟାରରେ ବସି କାମ କରନ୍ତୁ ନାହିଁ ।

ଖାଇବା ପରେ ୧୦ ରୁ ୧୫ ମିନିଟ ଚାଳନ୍ତୁ । ନଚେତ ଅଳ୍ପ ଭୋଜନ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣ ନିଜ ଶରୀରର ଫ୍ୟାଟ କମ କରି ପାରିବେ । ଆପଣ କିଛି ଡାଏଟ ପ୍ଳାନ ବି ଫ୍ଲୋ କରି ପାରିବେ । ଯେମିତି କି ସବୁବେଳେ ଅଳ୍ପ ଅଳ୍ପ ଖାଦ୍ୟ ସେବନ କରନ୍ତୁ । ସକାଳୁ ଉଠି ନଖ ଉସୁମ ପାଣି ପିଅନ୍ତୁ । ଯଦି ଆପଣ ଚାଲିବା ପାଇଁ ଯାଉଛନ୍ତି ତେବେ କେବେ ବି ଖାଲି ପେଟରେ ଚାଲିବାକୁ ଯାଆନ୍ତୁ ନାହିଁ । ଆପଣ ଚାଲିବାର ୨୦ ମିନିଟ ପୂର୍ବରୁ ଗୋଟିଏ କଦଳୀ କିମ୍ବା ପାଉଁରୁଟି ଖାଇ ଚାଲିବାକୁ ଯାଆନ୍ତୁ ।

ଓଟ୍ସ, ମାଣ୍ଡିଆ, ଛତୁ, ଇଟିଲି, ଘର ତିଆରି ଜୁସ, ସାଲାଡ ସେବନ କରି ପାରିବେ । ଆପଣ କିଛି ଫଳର ବି ସେବନ କରି ପାରିବେ ଓ ଅଫିସ ବି ନେଇ ଯାଇ ପାରିବେ । ଆପଣ ଆଲମଣ୍ଡ ବାଦାମ ବି ସେବନ କରି ପାରିବେ । ଦ୍ଵିପହର ଖାଦ୍ୟରେ କେବେ ବି ରୁଟି ଓ ଭାତ ମିଶାଇ ଖାଇବେ ନାହିଁ । ଯଦି ରୁଟି ଖାଉଛନ୍ତି ରୁଟି ଖାଆନ୍ତୁ ନଚେତ ଭାତ ଖାଆନ୍ତୁ । ଏହା ଭୁଲ ଧାରଣ ଅଟେ କି ଭାତ ଖାଇବା ଛାଡି ଦେଲେ ଆପଣଙ୍କ ଫ୍ୟାଟ କମିଯିବ । ଆପଣ ଅଳ୍ପ ଭାତ ସେବନ କରି ପାରିବେ ।

ଆପଣ ଗୋଟିଏ ଦିନ ରୁଟି ଓ ଗୋଟିଏ ଦିନ ଭାତ ଖାଇ ନିଜର ଡାଏଟ ପ୍ଳାନ କରି ପାରିବେ । ସନ୍ଧ୍ୟା ସମୟରେ ଫଳ, ଅଣ୍ଡା କିମ୍ବା ଛେନା ଖାଇ ପାରିବେ । ରାତିରେ ସବୁବେଳେ ଅଳ୍ପ ଖାଦ୍ୟ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *