ଏହିଭଳି ଭାବରେ ପଢନ୍ତୁ “ହନୁମାନ ଚାଳିଶା”, ଦେଖୁ ଦେଖୁ ରୋଡ଼ପତି ରୁ ହୋଇଯିବେ କୋଟିପତି

ବନ୍ଧୁଗଣ, ହନୁମାନଙ୍କର ଗୁଣ ତଥା ମହାନ କଥା ର ବର୍ଣ୍ଣନା କରି ଷୋଡଶ ଶତାବ୍ଦୀ ରେ ଗୋସ୍ଵାମୀ “ତୁଲସୀ ଦାସ” ଏକ ସ୍ରୋତ ର ରଚନା କରିଥିଲେ । ଯାହାକୁ ଶ୍ରୀ ହନୁମାନ ଚାଳିଶା କୁହନ୍ତି । ବନ୍ଧୁଗଣ ଏହି ସ୍ରୋତ ରେ ୪୦ ଟି ଶ୍ଳୋକ ରହିଅଛି । ଏଥିପାଇଁ ଏହାକୁ ହନୁମାନ ଚାଳିଶା କୁହାଯାଏ । ବନ୍ଧୁଗଣ ହନୁମାନ ଚାଳିଶା ରେ ହନୁମାନ ଙ୍କର ୧୦୮ ନାମ ଉଲ୍ଲେଖ ହୋଇଅଛି । ଏହି ପ୍ରକାରରୁ ଯଦି ଆମ୍ଭେ ହନୁମାନ ଚାଳିଶ ର ପାଠ କରିଥାଉ ତେବେ, ଆମ୍ଭେ ପ୍ରଭୁ ହନୁମାନ ଙ୍କର ନାମର ମଧ୍ୟ ଉଚ୍ଚାରଣ କରିଥାଉ ।

ବନ୍ଧୁଗଣ ପ୍ରଭୁ ହନୁମାନ ଚାଳିଶା ଙ୍କ ୪୦ ଟି ଶ୍ଳୋକ କୁ “ତୁଲସୀ ଦାସ” ଏଭଳି ଲେଖିଛନ୍ତି ଯେ, ପ୍ରଥମର ୧୦ ଟି ଶ୍ଳୋକ ଅଥବା ଚୌପାଇ ଗୁଡିକରେ ଶ୍ରୀ ହନୁମାନ ଙ୍କର ବ୍ୟକ୍ତିତ୍ବ ର ପରିଚୟ ତଥା ତାଙ୍କର ରୂପ ର ଉଲ୍ଲେଖ କରି ତାଙ୍କର ବଳ, ବୁଦ୍ଧି, ବିଦ୍ୟା, ଜ୍ଞାନ, ତଥା ସୋରୟ ର ବର୍ଣ୍ଣନା କରାଯାଇଅଛି ।

୧ ରୁ ପର ଚୌପାଇ ରେ ଶ୍ରୀ ହନୁମାନଙ୍କର ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଥିବା ଭକ୍ତି ର ଝଲକ ଦେଖାଯାଇଥାଏ । ବନ୍ଧୁଗଣ ଶନି ଙ୍କ ପ୍ରକୋପ ରୁ ମୁକ୍ତି ହେବ ପାଇଁ ଶ୍ରୀ ହନୁମାନ ଚାଳିଶା ର ପାଠ କରିବା ନିଶ୍ଚିତ ଆବଶ୍ୟକ । ବନ୍ଧୁଗଣ ଇଶ୍ଵର ସମ୍ବନ୍ଧୀୟ ସମସ୍ତ ମନ୍ତ୍ର ର ଉଚ୍ଚାରଣ ବିଧି ବିଧାନ ପୂର୍ବକ ନିୟମ ଭାବରେ ଉଚ୍ଚାରଣ କରିବା ଆବଶ୍ୟକ ।

୧- ସବୁଠାରୁ ମହତ୍ବପୂର୍ଣ୍ଣ କଥା ଶ୍ରୀ ହନୁମାନ ଚାଳିଶା ପାଠ କରୁଥିବା ସମୟରେ ଏହାକୁ କେବେ ମଧ୍ୟ ଅସମ୍ପୂର୍ଣ୍ଣ ପାଠ କରନ୍ତୁ ନାହିଁ କିଅବା ଏହାକୁ ଅସମ୍ପୂର୍ଣ ଶୁଣନ୍ତୁ ନାହିଁ । ଶ୍ରୀ ହନୁମାନ ଚାଳିଶା ସଂପୂର୍ଣ୍ଣ କରି ନିଜ ସ୍ଥାନରୁ ଉଠନ୍ତୁ । ଶ୍ଳୋକ ଅଥବା ଚୌପାଇ ମାନଙ୍କର ଉଚ୍ଚାରଣ ସଠିକ ରଖନ୍ତୁ । ହନୁମାନ ଚାଳିଶା ପଢିବା ପୂର୍ବରୁ ପ୍ରଭୁ ଶ୍ରୀ ରାମ ଏବଂ ମାତା ସୀତା ଙ୍କୁ ପ୍ରଣାମ କରନ୍ତୁ ।

୨- ଶ୍ରୀ ହନୁମାନ ଚାଳିଶା ପାଠ କରିବା ସମୟରେ ଆସନ ଗ୍ରହଣ କରି ପାଠ କରନ୍ତୁ । ପାଠ କରିବା ପୂର୍ବରୁ ଘର ର ଉତ୍ତର-ପୂର୍ବ ଦିଗରେ ପ୍ରଭୁ ହନୁମାନ ଙ୍କ ପ୍ରତିମା ଅଥବା ଫଟୋଚିତ୍ର କୁ ଲାଲ କପଡା ରେ ସ୍ଥାପିତ କରନ୍ତୁ । ଏହାପରେ ଲାଲ ଫୁଲ, ସିନ୍ଦୁର, ପୁଷ୍ପ ଇତ୍ୟାଦି ଅର୍ପଣ କରି ଫଳ ଭୋଗ ଲଗାଇ ପୂଜାର୍ଚ୍ଚନା କରନ୍ତୁ । ଏତତ ବ୍ଯତୀତ ହନୁମାନ ଙ୍କର ପ୍ରିୟ ବସ୍ତୁ କୁ ଦାନ କରନ୍ତୁ, ଏବଂ ପ୍ରଭୁ ରାମ ଚନ୍ଦ୍ର, ମାତା ସୀତା ଏବଂ ପ୍ରଭୁ ହନୁମାନ ଙ୍କୁ ସ୍ମରଣ କରନ୍ତୁ । ବନ୍ଧୁଗଣ ଶ୍ରଦ୍ଧା ଭକ୍ତି ର ସହିତ ହନୁମାନ ଙ୍କର ଆରଧାନ କରିଲେ ନିଶ୍ଚିତ ରୂପରେ ଆପଣଙ୍କୁ ଅନୁଭୂତି ହେବ ଯେ, ପ୍ରଭୁ ହନୁମାନ ଆପଣଙ୍କ ଆଖ ପାଖ ରେ ବିରାଜ ମାନ ଅଛନ୍ତି ।

୩- ଶ୍ରୀ ହନୁମାନ ଙ୍କର ପ୍ରତ୍ୟକ ରୂପ ଶୁଭ ହୋଇଥାଏ । ପରନ୍ତୁ ଘରେ ଅଥବା ପୂଜା କରୁଥିବା ସମୟରେ ସର୍ବଦା ତାଙ୍କର ଆଶୀର୍ବାଦ ଦେଉଥିବା ଫଟୋଚ୍ଚିତ୍ର ସ୍ଥାପିତ କରନ୍ତୁ । ଏହା ସହିତ ଜଳରେ ପରିପୂର୍ଣ୍ଣ ହୋଇଥିବା ଗୋଟିଏ ନୋଟା ରଖନ୍ତୁ । ବନ୍ଧୁଗଣ ଏହି କେତୋଟି ବିଶେଷ ନିୟମ ଉପରେ ଧ୍ୟାନ ଦିଅନ୍ତୁ ଉନ୍ନତି ସୁନିଶ୍ଚିତ ହେବ । ଆପଣ ମାନଙ୍କୁ ଏହି ଟିପ୍ପଣୀ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *