ଏହି ଗଛରେ ଲୁଚିଛି ସ୍ଵାସ୍ଥ୍ୟର ଖଜାନା- କ୍ୟାନ୍ସର ଭଳି ରୋଗ ବି ରୁହେ ଦୂରେଇ-Swami Ramdev

ଘରେ ଲଗାଯାଉଥିବା ଗଛ ଲତାରେ ବହୁତ ଏମିତି ଗୁଣ ମିଳେ, ଜାଗା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକରି ହୋଇଥାଏ । ଏହି ସବୁ ଗଛ ଭିତରୁ ସବୁଠୁ ଅଧିକ ଲୋକଙ୍କ ଘରେ ତୁଳସୀର ଗଛ ମିଳେ । ତୁଳସୀ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଥଣ୍ଡା କାସ ହେଲେ ତୁଲସୀର ଉପଯୋଗ ବିଷୟରେ ବହୁତ ଲୋକ ଜାଣିଥାନ୍ତି । ପ୍ରତିଦିନ ତୁଳସିର ଗୋଟେ କି ଦୁଇଟି ପତ୍ର  ଖାଇବା ଦ୍ଵାରା ରକ୍ତ ବିକାର, ବାତ- ପିତ ଓ ମଧୁମେହରେ ଲାଭ ଦେଇଥାଏ ।

ତୁଲସୀ ଶରୀରରେ ଇମ୍ୟୁନୀଟି ବଢାଇବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ତୁଳସିଭଳି ଆଉ କେଉଁ କେଉଁ ଗଛ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ଫାଇଦା ଦେଇଥାଏ ।

Image Courtesy: Google

ର୍ମ ରୋଗକୁ ଦୂର କରିବା ପାଇଁ ଲିମ୍ବ ପତ୍ର ଓ ଛେଲି ବହୁତ  କାମ ଦେଇଥାଏ । ଲିମ୍ବରେ ଆଣ୍ଟିବାୟୋଟିକ ଗୁଣ ମିଳିଥାଏ । ଲିମ୍ବ କାଠିରେ ଦାନ୍ତ ଘଷିବା ଦ୍ଵାରା ଦାନ୍ତ ସହିତ ଜଡିତ ଥିବା ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ଲିମ୍ବ କାଠିରେ ଦାନ୍ତ ଘଷିବା ଦ୍ଵାରା ପାଇରିଆ ହେବାର ଭୟ ରହିନଥାଏ । ଲିମ୍ବ ପତ୍ରକୁ ପାଣିରେ ଗରମ କରି ସେହି ପାଣିରେ ଗାଧୋଇବା ଦ୍ଵାରା ଚର୍ମ ରୋଗ,  କଞ୍ଚୁ କୁଣ୍ଡିଆ ହୋଇଥାଏ ।

Image Courtesy: Google

ପୁଦିନା ବହୁତ ଭଲ ମାଉଥ ଫ୍ରେଶନର ଅଟେ, ଏହାକୁ ଅତି ସହଜରେ ନିଜ ଘରେ ଲଗେଇ ପାରିବେ । ଏହାର ପତ୍ରକୁ ଚୋବାଇ ଖାଇବା ଦ୍ଵାରା ଓ ଗରମ ପାଣିରେ ଫୁଟାଇ ସେହି ପାଣିରେ କୁଳା କରିବା ଦ୍ଵାରା ମୁହଁର ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ । ପୁଦିନାର ରସ ପେଟ ସମ୍ବଧିତ ସମସ୍ୟା ଦୂର କରିଥାଏ । କିଛି ପେଟ ସମସ୍ୟା ରହିଲେ ପୁଦିନାକୁ ଖାଇଲେ ଭଲ ହୋଇଥାଏ ।

Image Courtesy: Google

ବେଲ ଗଛ ଔଷଧୀୟ ଗୁଣରେ ଭରପୁର ଅଟେ । ଏହାର ଫଳ ବହୁତ ସ୍ଵାଦିଷ୍ଟ ହୋଇଥାଏ ଏହା ସହିତ ପେଟ ପାଇଁ ବହୁତ ଫାଇଦା ଦେଇଥାଏ । ବେଲ ସର୍ବତ ପେଟ ପାଇଁ ବହୁତ ଭଲ ହୋଇଥାଏ ଓ ପେଟକୁ ଥଣ୍ଡା କରିଥାଏ । ସେଥିପାଇଁ ଖରାଦିନେ ଲୋକ ବେଲ ସର୍ବତ କରି ପିଇଥାନ୍ତି । ଗରମ ଦିନରେ ହେଉଥିବା ସନଷ୍ଟ୍ରୋକ ପାଇଁ ବେଲର ସର୍ବତ ବହୁତ ଫାଇଦା ଦେଇଥାଏ । ପେଟର ଅନ୍ୟ ସମସ୍ୟା ପାଇଁ ମଧ୍ୟ ବେଲର ସର୍ବତ ବହୁତ ଲାଭକରି ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *