କେବଳ ଏହି ଗୋଟେ କାରଣ ପାଇଁ ବାପା ହୋଇ ପାରିଲେ ନାହିଁ Dilip Kumar, ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବି ମନରେ ରହିଥିଲା ଦୁଃଖ

ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ଦିଲୀପ କୁମାର ନିଜ ଜୀବନରେ ଦୁଇଟି ବିବାହ କରିଥିଲେ । ସେ ୧୯୬୬ରେ ପ୍ରଥମ ବିବାହ ସାୟରା ବାନୋଙ୍କୁ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ଦିଲୀପ କୁମାର ଦ୍ଵିତୀୟ ବିବାହ କରିଥିଲେ ଓ ତାଙ୍କର ଦ୍ଵିତୀୟ ପତ୍ନୀଙ୍କ ନାଁ ଆସମା ରହମାନ ଥିଲା ।

କହିଦେଉଛୁ କି ଦିଲୀପ କୁମାର ବାଧ୍ୟ ହୋଇ ଆସମାଙ୍କୁ ବିବାହ କରିଥିଲେ, କିନ୍ତୁ ସେ ସାୟରା ବାନୋଙ୍କୁ ବହୁତ ଭଲ ପାଉଥିଲେ ଓ ଏହି କାରଣରୁ କିଛି ବର୍ଷ ପରେ ସେ ଆସମାଙ୍କ ସହ ନିଜର ସମ୍ପର୍କକୁ ଭାଙ୍ଗି ଦେଲେ । ଦିଲୀପ କୁମାରଙ୍କ ନାଁ ଅଭିନେତ୍ରୀ କାମିନିଙ୍କ ସହ ବି ଯୋଡିଥିଲା । କିନ୍ତୁ କାମିନୀ ପୂର୍ବରୁ ହିଁ ବିବାହିତ ଥିଲେ । ସେଥିପାଇଁ ତାଙ୍କର ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ । କୁହାଯାଏ କି ଦିଲୀପ କୁମାର ଯେତିକି ପ୍ରେମ କାମିନୀ କୌଶଲଙ୍କୁ କରିଥିଲେ, ସେତିକି ପ୍ରେମ ସେ ଆଉ କାହାକୁ ବି କରି ନାହାନ୍ତି ।

କାମିନୀଙ୍କ ପରେ ଦିଲୀପ କୁମାରଙ୍କ ଜୀବନରେ ମଧୁବାଲା, ବୈଜୟନ୍ତୀ ମାଲା, ସାୟରା ବାନୋ ଓ ଆସମା ରହମାନ ଆସିଲେ । ଆସମା ଦିଲୀପ କୁମାରଙ୍କ ଦ୍ଵିତୀୟ ପତ୍ନୀ ବି ଥିଲେ । ଯାହାଙ୍କ ସହ ବିବାହ କରିବାର ଦୁଇ ବର୍ଷ ପରେ ତାଙ୍କୁ ତଲାକ ଦେଇଥିଲେ । ଏହା ପରେ ସାୟରାଙ୍କ ପାଖକୁ ଫେରି ଯାଇଥିଲେ । କହିଦେଉଛୁ କି ଦିଲୀପ କୁମାର ନିଜର ଅଟୋ ବାୟୋଗ୍ରାଫିରେ ‘ଦ ସବସ୍ଟାଂସ ଏଂଡ ଦ ଶୈଡୋ’ରେ ନିଜର ଦ୍ଵିତୀୟ ବିବାହ କଥା କହିଥିଲେ ।

ଅଟୋ ବାୟୋଗ୍ରାଫୀରେ ଦିଲୀପ କୁମାର କହିଥିଲେ କି ‘ସତ ଏହା ଅଟେ କି ୧୯୭୨ରେ ସାୟରା ପ୍ରଥମ ଥର ଗର୍ଭବତ୍ତୀ ହେଲେ । ଏହା ପୁଅ ଥିଲା ଆମେ ପରେ ଜାଣି ପାରିଲୁ । ୮ ମାସ ଗର୍ଭବତ୍ତୀ ସମୟରେ ସାୟରାଙ୍କୁ ବ୍ଲଡ ପ୍ରେସରର ସମସ୍ୟା ହେଲା । ଏମିତିରେ ଶିଶୁକୁ ବଞ୍ଚାଇବା ପାଇଁ ସର୍ଜରୀ କରିବା ସମ୍ଭବ ନ ଥିଲା ଓ ନିଶ୍ଵାସ ବନ୍ଦ ହେବା କାରଣରୁ ଶିଶୁର ଜୀବନ ଚାଲିଗଲା । ଦିଲୀପ କୁମାରଙ୍କ ଅନୁସାରେ ଏହି ଘଟଣା ପରେ ସାୟରା ଆଉ କେବେ ବି ଗର୍ଭବତ୍ତୀ ହୋଇ ପାରିଲେ ନାହିଁ ।

ପିତା ହେବା ସ୍ଵପ୍ନକୁ ପୁରା କରିବା ପାଇଁ ଦିଲୀପ କୁମାର ଦ୍ଵିତୀୟ ବିବାହ କରିବା ପାଇଁ ଚିନ୍ତା କରିଲେ । ଦିଲୀପ କୁମାର ୧୯୮୧ରେ ଆସମାଙ୍କୁ ଦ୍ଵିତୀୟ ବିବାହ କରିଲେ । କିନ୍ତୁ ଏହି ବିବାହ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଓ ମାତ୍ର ୨ ବର୍ଷ ମଧ୍ୟରେ ଆସମାଙ୍କ ସହ ଦିଲୀପ କୁମାରଙ୍କ ଛାଡପତ୍ର ହୋଇଗଲା । କହିଦେଉଛୁ କି ସାୟରା ଓ ଦିଲୀପ ଶାହରୁଖ ଖାନଙ୍କୁ ନିଜର ପୁଅ କରିଥିଲେ ।

ଗୋଟିଏ ଇଣ୍ଟରଭିୟୁରେ ସାୟରା ବାନୋ ଶାହରୁଖ ଖାନଙ୍କ ସହିତ ଦିଲୀପ କୁମାରଙ୍କ ସାକ୍ଷାତ ବିଷୟରେ କହିଥିଲେ କି ଦିଲୀପ କୁମାର ଫିଲ୍ମ ‘ଦିଲ ଆଶନା ହେ’ର ଶୁଭ ମୂହୁର୍ତ୍ତ ପାଇଁ ଯାଇଥିଲେ । ଯେଉଁଠି ଶାହରୁଖ ଖାନ ବି ଯାଇଥିଲେ ଓ ସେହି ସ୍ଥାନରେ ହିଁ ଦୁଇ ଜଣଙ୍କ ସାକ୍ଷାତ ହୋଇଥିଲା । ଦିଲୀପ ଶାହରୁଖଙ୍କ ପ୍ରଥମ ସାକ୍ଷାତ ବିଷୟରେ ସାୟାରା କହିଥିଲେ କି ଦୁଇ ଜଣ ଅସଲରେ ଏକାଭଳି ଅଟନ୍ତି । ମୁଁ ସବୁବେଳେ କହିଛି କି ଯଦି ଆମର ପୁଅ ଥାନ୍ତା ତେବେ ଶାହାରୁଖ ଭଳି ଦେଖା ଯାଇ ଥାନ୍ତା । ଶାହାରୁଖ ବି ଦିଲୀପ କୁମାର ଓ ସାୟରା ବାନୋଙ୍କୁ ମାତା ପିତାର ଦର୍ଜା ଦେଇଛନ୍ତି । ଶାହାରୁଖ ପ୍ରାୟତଃ ତାଙ୍କ ଘରକୁ ବି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *