ଦ୍ଵିତୀୟ ବିବାହ ଏହି 5 ଜଣ ଫେମସ ଅଭିନେତ୍ରୀଙ୍କ ବଦଳି ଦେଲା ଜୀବନ

ବହୁତ ସାରା ଅଭିନେତ୍ରୀ ଅଛନ୍ତି ଜୀବନରେ ଦୁଇ ଥର ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ଯେଉଁ ବ୍ୟକ୍ତି ସହିତ ହୋଇଥିଲା, ତାଙ୍କ ଦ୍ଵାରା ସେ ବହୁତ ଦୁଃଖୀ ରହିଥିଲେ । ସେମାନଙ୍କ ଜୀବନ ବଞ୍ଚି ଥାଉ ଥାଉ ନର୍କ ବନି ଯାଇଥିଲା ।

ସେଇ ଅଭିନେତ୍ରୀ ମାନେ ତାଙ୍କର ପ୍ରଥମ ସ୍ବାମୀଙ୍କ ଠାରୁ ଛାଡପତ୍ର ନେଇକି ଦିତୀୟ ବିବାହ କରିଥିଲେ । ସେଇ ଦିତୀୟ ବିବାହ ତାଙ୍କ ଜୀବନରେ ବରଦାନ ପ୍ରମାଣିତ ହୋଇଥିଲା । କାରଣ ଦିତୀୟ ବିବାହ କରି ତାଙ୍କ ଜୀବନ ବଦଳି ଯାଇଥିଲା । ଶେଠୀ ପାଇଁ ଆଜି ଆମେ ଟିଭିର ଏହି ୫ ଟି ଅଭିନେତ୍ରୀଙ୍କ ସହିତ ମିଳାଇବୁ ଯେଉଁ ମାନେ ଦିତୀୟ ବିବାହ କରି ବହୁତ ଭଲରେ ଜୀବନ ବିତାଉଛନ୍ତି ।

ଗୌତମୀ କପୂର :- ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ଗୌତମୀ କପୂର । ଯିଏ ଆଜି ରାମ କପୂରଙ୍କ ସହିତ ବିବାହ କରି ଆଜି ସୁଖୀ ଜୀବନ ବିତାଉଛନ୍ତି । ରାମ କପୂର ପୂର୍ବରୁ ସେ ପ୍ରସିଦ୍ଧ ଫୋଟୋ ଗ୍ରାଫର ମଧୁ ଶ୍ରଫଙ୍କ ସହିତ ବିବାହ କରିଥିଲେ । ବିବାହ ପରେ ଏହି ଦୁଇଜଣଙ୍କର ସମ୍ପର୍କ ବିଗିଡି ଯାଇଥିଲା । ଏମାନଙ୍କର ବୈବାହିକ ଜୀବନ ନର୍କ ବନିଯାଇଥିଲା । ସେହି ସମୟରେ ତାଙ୍କ ଜୀବନରେ ରାମ କପୂର ଆସିଥିଲେ । ସେ ତାଙ୍କୁ ବହୁତ ଭଲପାଇବା ଦେଇଥିଲେ । ଗୋଟେ ଭଲ ଜୀବନ ଦେବାର ବାଦା କରିଥିଲେ । ସେଥିଲାଗି ସେ ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ଦେଇ ସେ ରାମ କପୂରଙ୍କ ସହ ୨୦୦୩ ରେ ବିବାହ କରିଥିଲେ । ଯାହା ଦ୍ଵାରା ଏହି ଅଭିନେତ୍ରୀଙ୍କ ଜୀବନ ପୁରା ବଦଳି ଯାଇଥିଲା ।

ରୁଚା ଗୁଜରାଟୀ :- ଭାବି’ସିରିଏଲ ରେ ସୁହାନା ଚରିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ତାଙ୍କ ଜୀବନରେ ଦୁଇ ବିବାହ କରିଛନ୍ତି । ସେ ତାଙ୍କର ଦିତୀୟ ବିବାହ ବିଶାଳ ଜୈସୱାଲଙ୍କ ସହିତ କରିଥିଲେ । ତାଙ୍କ ସହିତ ବହୁତ ଖୁସି ମଧ୍ୟ ଅଛନ୍ତି । ସେ ବିଶାଲଙ୍କ ସହିତ ବିବାହ କରିବା ପୂର୍ବରୁ ସେ ବିଜନେସ ମ୍ୟାନ ମିଥୁନ ଶାଙ୍ଗବି ଙ୍କ ସହିତ ବିବାହ କରିଥିଲେ । କିନ୍ତୁ ତାଙ୍କ ପରିବାର ଆଉ ସେ ମିଶି ରୁଚାଙ୍କ ଉପରେ ମାନସିକ ଓ ଶାରୀରିକ ଅ-ତ୍ୟା-ଚା-ର କରୁଥିଲେ । ସେଥିପାଇଁ ସେ ତାଙ୍କ ଠାରୁ ଛାଡପତ୍ର ନେଇଥିଲେ । ଯାହା ପରେ ବିଶାଲ ତାଙ୍କ ଜୀବନରେ ଆସିଥିଲେ । ବିଶାଲଙ୍କ ସହିତ ବିବାହ କରି ତାଙ୍କ ଜୀବନ ବଦଳି ଯାଇଥିଲା । ସେ ଆଜି ତାଙ୍କ ଜୀବନରେ ବହୁତ ଖୁସି ଅଛନ୍ତି ।

ତନାଜ ଇରାନୀ :- ବହୁତ ଟିଭି ସୋର ଭାଗ ନେଇ ପ୍ରସିଦ୍ଧ ହୋଇଛନ୍ତି ତନାଜ ଇରାନୀ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କ ଜୀବନ ମଧ୍ୟ ଦିତୀୟ ବିବାହରେ ମଧ୍ୟ ବଦଳିଛି । ପ୍ରଥମେ ଅଭିନେତା ଫରିଦ କୁର୍ରିନଙ୍କ ସହିତ ବିବାହ କରିଥିଲେ । କିନ୍ତୁ ସେହି ବିବାହରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖିନ୍ନ ହେବାକୁ ପଡିଥିଲା । ତାପରେ ସେ ଦୁଇଜଣଙ୍କ ଭିତରେ ଛାଡପତ୍ର ହୋଇଯାଇଥିଲା । ପ୍ରଥମ ବିବାହରେ ଅସୁବିଧାର ସମ୍ମୁଖୀନ ହେବ ପରେ ୨୦୦୭ ରେ ଦିତୀୟ ବିବାହ ଅଭିନେତା ବକ୍ତିଆର ଇରାଣୀଙ୍କ ସହିତ ବୟସରେ ସେ ତାଙ୍କଠୁ ୮ ବର୍ଷ ଛୋଟ ଥିଲେ । କିନ୍ତୁ ସେ ତାଙ୍କୁ ବହୁତ ଭଲ ପାଉଥିଲେ । ସେ ତାଙ୍କ ସହିତ ବିବାହ କରି ତାଙ୍କ ଜୀବନ ବଦଳି ଯାଇଥିଲା । ଏବେ ସେ ବହୁତ ଖୁଶିରେ ଜୀବନ ବ୍ଯତୀତ କରୁଛନ୍ତି ।

ଦୀପିକା କକ୍କର :- ଶଶୁରାଲ ସୀମର କା, ର ଅଭିନେତ୍ରୀ ଘରେ ଘରେ ପରିଚିତ ଅଭିନେତ୍ରୀଙ୍କର ମଧ୍ୟ ଦିତୀୟ ବିବାହ ହେଲା ପରେ ଭାଗ୍ୟ ବଦଳି ଥିଲା । ତାଙ୍କର ବିବାହ ରୋନକ ଙ୍କ ସହିତ ହୋଇଥିଲା, ବିବାହ ହେଲା ପରେ ସେ ବହୁତ ଅସୁବିଧା ଭୋଗିଥିଲେ । ବିବାହର ୩ ବର୍ଷ ତାପରେ ସେ ଛାଡପତ୍ର ଦେଇଥିଲେ ଆଉ ତାଙ୍କର ପ୍ରଥମ ବିବାହ ଆସଫଳ ରହିଥିଲା । ତାପରେ ତାଙ୍କ ଜୀବନରେ ପାଦ ଦେଇଥିଲେ ସୋୟବ ଇବ୍ରାହିମ । ସେ ତାଙ୍କୁ ଏତେ ଭଲ ପାଇବା ଦେଇଥିଲେକି ସେ ତାଙ୍କ ସହିତ ୨୦୧୮ ରେ ବିବାହ କରିବା ଦ୍ଵାରା ତାଙ୍କର ଜୀବନ ବଦଳି ଯାଇଥିଲା । ଯେବେଠୁ ବିବାହ କରିଛନ୍ତି ସେ ତାଙ୍କ ସହିତ ଖୁସିରେ ଜୀବନ ବିତାଉଛନ୍ତି ।

କାମ୍ୟା ପଞ୍ଜାବୀ :- ସେ ୨୦୦୩ ରେ ବଣ୍ଟି ନେଗୀ ସହିତ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଗୋଟେ ଝିଅ ହୋଇଥିଲା କିନ୍ତୁ ବଣ୍ଟିଙ୍କ ସହିତ ବିବାହ ବେସୀ ଦିନ ତିଷ୍ଠି ପାରିନଥିଲା । ସେ କାରଣରୁ ବଞ୍ଚି ଥାଉ ଥାଉ ତାଙ୍କ ଜୀବନ ନର୍କ ବନିଯାଇଥିଲା । ସେ ସେଥିପାଇଁ ୨୦୧୩ ରେ ତାଙ୍କଠୁ ଛାଡପତ୍ର ନେଇଥିଲେ । ଯାହାପରେ ୨୦୨୦ ରେ ସାଲବ ଢାଙ୍ଗ
ଙ୍କ ସହିତ ଦିତୀୟ ବିବାହ କରିଥିଲେ । ତାଙ୍କ ସହିତ ସେ ବହୁତ ଖୁସିରେ ଜୀବନ ବିତାଉ ଛନ୍ତି । ଏବେ ତାଙ୍କ ଜୀବନରେ କୌଣସି ପ୍ରକାର ଦୁଃଖ ନହିଁ । ବାସ୍ତବରେ ଦିତୀୟ ବିବାହ ପରେ ତାଙ୍କ ଜୀବନ ବଦଳି ଯାଇଛି ।

Leave a Reply

Your email address will not be published. Required fields are marked *