ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, 12ଟି ଜିଲ୍ଲାକୁ ଜାରି ହେଲା Yellow ୱାର୍ଣ୍ଣିଂ

ରାଜ୍ୟରେ ବର୍ତ୍ତମାନ ସମୟରେ ମୌସୁମୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ଜାରି ରହିଛି । ଏହି ମଧ୍ୟରେ ପାଣି ପାଗ ବିଭାଗ ତରଫରୁ କୁହାଯାଉଛି କି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିବ । କେତେକ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ବି ହେବ । ଆସନ୍ତା କିଛି ଦିନ ପାଇଁ ପାଣି ପାଗ ବିଭାଗ ରାଜ୍ୟର ୧୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବି ଜାରି କରିଛି । ସେହି ସମତ ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ଢେଙ୍କାନାଳ, କଟକ, ନୟାଗଡ, ଖୋର୍ଦ୍ଦା, ପୁରୀ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷାର ସମ୍ଭାବନା ଅଛି । ଏହା ସହିତ ପ୍ରାୟତଃ ସବୁ ଜିଲ୍ଲାରେ ଅଳ୍ପ ମାତ୍ରାରେ ବର୍ଷା ହୋଇପାରେ ।

ଯଦି ଭୁବନେଶ୍ଵର ବିଷୟରେ କହିବା ତେବେ ଏଠି ପାଗ ଅଳ୍ପ ମେଘୁଆ ରହିବା ସହିତ ଅଳ୍ପ ବର୍ଷା ହେବାର ବି ସମ୍ଭାବନା ଅଛି । କହିଦେଉଛୁ କି ପାଣି ପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ୨୫ ପର୍ଯ୍ୟନ୍ତ ସ୍ଵାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣି ପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଝାଡଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ନି ବଳୟ ସୃଷ୍ଟି ହୋଇଛି ।

ଏହା ସହିତ ଓଡିଶାରେ ମୌସୁମୀ ମଧ୍ୟ ସକ୍ରିୟ ରହିଛି । ଆନ୍ଧ୍ରପ୍ରଦେଶର ଓ ଏହାର ଆଖାପାଖ ଅଞ୍ଚଳରେ ବି ଅନ୍ୟ ଏକ ଘୁର୍ନିବଳୟ ବି ରହିଛି । ଯାହାର ପ୍ରଭାବ ଓଡିଶାରେ ବି ଦେଖାଯିବ । ମୌସୁମୀ ପ୍ରଭାବରେ ଓ ଘୁର୍ନି ବଳୟ ପ୍ରଭାବରେ ଓଡିଶାର ଉପକୂଳ ବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଞ୍ଚଳର ବହୁତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । କିନ୍ତୁ କହିଦେଉଛୁ କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ୧୨ ଟି ଜିଲ୍ଲା ଯାହାକୁ ୟେଲୋ ୱାରିଙ୍ଗ ଜାରି କରାଯାଇଛି ସେହି ସମସ୍ତ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ।

୨୮ ତାରିଖରେ ଉତ୍ତର ଓଡିଶାର ଜିଲ୍ଲା ଗୁଡିକ ଯେମିତି କି ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନବରଙ୍ଗପୁର, କୋରାପୁଟ ଜିଲ୍ଲା ଗୁଡିକରେ ବି ବର୍ଷା ହୋଇପାରେ । ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାରିଙ୍ଗ ଜାରି କରାଯାଇଛି । କିନ୍ତୁ ୨୯ ତାରିଖ ପରେ ପାଗରେ ଅଳ୍ପ ପରିବର୍ତ୍ତନ ଆସିବ । କିନ୍ତୁ କିଛି ଅଞ୍ଚଳରେ ବିଜୁଳି, ଘଡି ଗହଡି ସହ ବର୍ଷା ଓ କାଳବୈଶାଖି ଜନିତ ବର୍ଷା ହୋଇପାରେ । କିନ୍ତୁ ୨୯ ତାରିଖ ପରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ ।

ଯାହା କି ବର୍ତ୍ତମାନ ମୌସୁମୀ ପ୍ରଭାବରେ ହେଉଛି । ଯଦି ଉପକୂଳ ଓଡିଶା ବିଷୟରେ କହିବା ତେବେ ଖୋର୍ଦ୍ଦା, କଟକ, ପୁରୀ ଜିଲ୍ଲାରେ ଆକାଶ ଅଳ୍ପ ମେଘୁଆ ରହିବ ଓ ଅଧିକ ଗୁଳୁଗୁଳିଆ ମଧ୍ୟ ଅନୁଭବ ହେବ । ପାଣି ପାଗ ବିଭାଗ ତରଫରୁ କୁହାଯାଇଛି କି ଏହି ବର୍ଷ ଯେଉଁଭଳି ରୂପରେ ଆଶା କରାଯାଇଥିଲା ତାହା ଠାରୁ ଅଧିକ ବର୍ଷା ହୋଇଛି । କିନ୍ତୁ ରାଜ୍ୟରେ ଧୀରେ ଧୀରେ ବର୍ଷାର ପରିମାଣ କମିବାରେ ଲାଗିବ ।

Leave a Reply

Your email address will not be published. Required fields are marked *