ଛୋଟବେଳୁ ଆମମକୁ କିଛି ଜିନିଷ କରିବା ପାଇଁ ମନା କରା ଯାଇଥାଏ ଏବଂ ଏହି ଅଭ୍ୟସ ଖରାପ ବୋଲି ବୁଝା ଯାଇଥାଏ କିନ୍ତୁ ଖରାପ ଅଭ୍ଯାସ ସେତେବେଳେ ଖରାପ ହୋଇଥାଏ ଯେତେବେଳେ ଏହା ଆପଣଙ୍କୁ ବା ଆପଣଙ୍କ ଦ୍ଵାରା ଅନ୍ୟକୁ ହାନି କରିଥାଏ । ବହୁତ ଅଭ୍ଯାସ ଏମିତି ଥାଏ ଯାହା ଖରାପ ବୋଲି ଆମେ ଭାବିଥାଉ, କିନ୍ତୁ ଆଜି ଆମେ ଆପଣଙ୍କୁ ଖରାପ ଅଭ୍ଯାସ ର ଲାଭ ବିଷୟରେ କହିବାକୁ ଯାଉଛୁ । ତେବେ ଏହାର ଅର୍ଥ ନୁହଁ ଯେ ଆପଣ ଏହି ଖରାପ ଅଭ୍ଯାସକୁ ଆପଣେଇବେ କାହିଁକିନା ଏହା କିଛି ସୀମା ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ ତେବେ ସୀମା ପାରି କଲେ ଏହା ହାନିକାରକ ହୋଇଥାଏ ।

ଟିଭି ଦେଖିବା :
ତେବେ ବୋହୁତ ଲୋକ ଟିଭି ଦେଖିବାକୁ ଫାଲ୍ତୁ କାମ ଭାବନ୍ତି କିନ୍ତୁ ଏହା ସତ ନୁହଁ ଟିଭି ଦ୍ଵାରା ଆପଣଙ୍କ ମାନସିକ ଚିନ୍ତା ଦୂର ହୋଇଥାଏ ଏହା ଛଡା ଟିବି ଦ୍ଵାରା ଆପଣଙ୍କ ମନୋରଞ୍ଜନ ହୋଇଥାଏ ଯାହା ଦ୍ଵାରା ଆପଣ ଫ୍ରି ଅନୁଭବ କରନ୍ତି । ତେବେ ଆପଣ କଣ ଦେଖିବା ପାଇଁ ଚାହନ୍ତି ଏହା ଆପଣଙ୍କୁ ନିଶ୍ଚିତ କରିବାକୁ ହବ ।

ଗପଶପ କରିବା :
ଆପଣଙ୍କ ଆଖ ପାଖରେ ଏମିତି ବହୁତ ଲୋକ ଥିବେ ଯିଏ ଅନ୍ୟ ଲୋକଙ୍କ ଜୀବନରେ ବହୁତ ଇଣ୍ଟରରେସ୍ଟ ରଖନ୍ତି ଏବଂ ଏହାକୁ ଅନ୍ୟ ଲୋକଙ୍କ ସହ ଚର୍ଚା କରିବାରେ ଲାଗି ରୁହନ୍ତି, ତେବେ ଏହା ଏତେ ହରାପ ଅଭ୍ଯାସ ମଧ୍ୟ ନୁହ ଏମିତିକା କଥା ଦ୍ଵାରା ଆମ କାନ ଶୁଣିବା ଶକ୍ତି ବଢିଥାଏ କାହିଁକିନା ଆମେ ଧୀରେ ଶବ୍ଦକୁ ଶୁଣିବା ପାଇଁ ପ୍ରୟାସ କରିଥାଉ ଏବଂ ଏହା ଦ୍ଵାରା କିଛି ଅନୁଯାଇ ଆମେ ସଫଳ ମଧ୍ୟ ହୋଇଥାଉ ।

ଗାଧେଇବା :
ପ୍ରତିଦିନ ସ୍ନାନ କରିବା ବହୁତ ଭଲ ଅଭ୍ଯାସ ଅଟେ କିନ୍ତୁ ଅଧ୍ୟୟନକର୍ତାଙ୍କ ଅନୁଯାଇ ସପ୍ତାହରେ ଥର ନ ଗାଧେଇବା ମଧ୍ୟ ଲାଭକାରୀ ହୋଇଥାଏ କାହିଁକିନା ପ୍ରତିଦିନ ଗାଧେଇବା ଦ୍ଵାରା ଆମେ ସେହି ଜୀବାଣୁକୁ ଧୋଇ ଦେଇଥାଉ ଯାହା ଆମ ଶରୀରକୁ ହାଇଡ୍ରେଟ କରିବା ପାଇଁ ସାହାଜ୍ଯ କରିଥାଏ ।

ଅଧିକ ଶୋଇବା :
ତେବେ ଆପଣ ବହୁତ ଲୋକଙ୍କୁ ଦେଖିଥିବେ ଯିଏ ସପ୍ତାହ ସାରା କାମ କଲା ପରେ ରବିବାର ଛୁଟି ରେ ଦିନ ସାରା ସୁଅନ୍ତି ତାଙ୍କୁ ଅନ୍ୟ କିଛି ଦେଖା ଯାଏ ନାହିଁ, ତେବେ ଅଧ୍ୟୟନକର୍ତାଙ୍କ ଅନୁଯାଇ ଏହା ବହୁତ ଭଲ ଅଭ୍ଯାସ ଅଟେ ଏହା ଦ୍ଵାରା ଶରୀରକୁ ଆରାମ ମିଳିଥାଏ ଏବଂ ଆସନ୍ତା ସପ୍ତାହ କାମ କରିବା ପାଇଁ ଶରୀର ରିଚାର୍ଜ ହୋଇଥାଏ । ତେବେ ଯେତେବେଳେ ସକାଳେ ଆପଣଙ୍କ ଆଲାର୍ମ ବାଜିଥାଏ ଏବଂ ଏହା ଶୁଣିବା ପରେ ଆପଣ କିଛି ସମୟ ସୋଇ ପଡନ୍ତି ତେବେ ଏହା ଆପଣଙ୍କ ମସ୍ତିକ ବହୁତ ଭଲ କାମ କରିଥାଏ । ତେବେ ଆଜି ଆପଣ ଏହା ଜାଣିବାକୁ ପାଇଲେ ଯେ କଣ କଣ ଅଭ୍ଯାସ ଆପଣ ପ୍ରତିଦିନ କରନ୍ତି ଯାହା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।