ଗର୍ଭବତୀ ହବା ପ୍ରତି ମହିଳାଙ୍କ ପାଇଁ ବହୁତ ବଡ ଖୁସି ଖବର ହୋଇଥାଏ, କୌଣସି ମହିଳା ଗର୍ଭବତୀ ହେଲା ପରେ ନିଜ ଭିତରେ ବହୁତ ପ୍ରକାର ଶାରୀରିକ ଓ ମାନସିକ ପରିବର୍ତନ ଦେଖିବାକୁ ପାଇଥାନ୍ତି, ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଗର୍ଭବତୀ ମହିଳାଙ୍କୁ ୮ ବା ୯ ମାସ ସମୟରେ କରିବା ଜମା ବି ଉଚିତ ନୁହ ଆପଣଙ୍କୁ ଗର୍ଭବତୀ ହେଲା ପରେ ଡକ୍ଟର ବହୁତ ପ୍ରକାର କଥା ବୁଝାଇ ଥାନ୍ତି କିନ୍ତୁ ୮ରୁ ୯ ମାସ ସାରିଲା ପରେ ଆପଣଙ୍କ ପ୍ରସବ ସମୟ ଆସିଥାଏ ସେଥିପାଇଁ କିଛି କଥା ଉପରେ ଆପନାଙ୍କୁ ଧ୍ୟାନ ରଖିବା ଉଚିତ ଯାହା ଦ୍ଵାରା ଆପଣଙ୍କ ନରମଲ ଡିଲିଭରି ହୋଇଥାଏ ।
୧. ଗର୍ଭବତୀ ର ୮ରୁ ୯ ମାସ ଭିତରେ ଶିଶୁ ସାଇଜ ବଢିବାକୁ ଲାଗିଥାଏ ଯାହା ଦ୍ଵାରା ମାକୁ ବହୁତ ଅଳସୁଆ ଅନୁଭବ ହୋଇଥାଏ ଆପଣଙ୍କୁ କୌଣସି କାମ କରିବାକୁ ଇଛା ହବ ନାହିଁ ଓ ଆପଣ ଆଗରୁ ଯେତେ ବୁଲା ବୁଲି କରୁଥିଲେ ତାହା ମଧ୍ୟ କରିବାକୁ ଇଛା ହବ ନାହିଁ । ଯଦି ଆପଣ ନିଜ ମନ ଇଛା ସୋଇ ରହିବେ ତେବେ ଆପଣଙ୍କ ନରମଲ ଡିଲିଭରି କେବେ ହବ ନାହିଁ ଯଦି ଆପଣଙ୍କର କମ୍ପ୍ଲିକେସନ ଅଛି ଓ ଡକ୍ଟର ଆପଣଙ୍କୁ ବେଡ ରେସ୍ଟ କହିଛନ୍ତି ତେବେ ଆପଣ ରେସ୍ଟ କରନ୍ତୁ କିନ୍ତୁ ଯଦି ଆପଣ ସୁସ୍ତ ଅଛନ୍ତି ତେବେ ଆପଣଙ୍କୁ ଗୋଟେ ଦିନରେ ୩୦ ମିନିଟ ଯାହା ହେଲେ ଚଲା ବୁଲା କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଛୁଆ ସ୍ଵସ୍ଥ ରହିଥାଏ ଓ ଆପଣଙ୍କ ଡିଲିଭରି ମଧ୍ୟ ନରମଲ ହୋଇଥାଏ ।
୨. ୮ରୁ ୯ ମା ସ୍ଭିତରେ ଛୁଆ ବଢିବା ଦ୍ଵାରା ଆପଣଙ୍କୁ ସବୁବେଳେ ହେବି ହେବି ଲାଗିଥାଏ ଆପଣଙ୍କୁ ଏହା ଅନୁଭବ ହୋଇଥାଏ ଯେ ଆପଣଙ୍କୁ ଭୋକ ଲାଗୁନି ଓ ଆପଣଙ୍କ ପେଟ ପୁରୀ ଯାଇଛି କିନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ସେଥିପାଇଁ ନିଜ ପାଇଁ ନହେଲେ ନିଜ ଛୁଆ ପାଇଁ ହେଲଦି ଫୁଡ କ୍ଷାନ୍ତୁ, ବାହାର ଜିନିଷ ଜମା ବି ସେବନ କରନ୍ତୁ ନାହିଁ କାହିଁକିନା ଏହି ସମୟରେ ମସ୍ତିସ୍କ ବିକାଶ କରିଥାଏ ଯଦି ଆପଣ ବାହାର ଜିନିଷ କ୍ଷାନ୍ତି ତେବେ ଛୁଆ ମସ୍ତିସ୍କ ହେଲଦି ହୋଇନଥାଏ ।
୩. ୯ ମାସ ସମୟରେ ଗର୍ଭବତୀ ମହିଳାଙ୍କୁ ବହୁତ ପରିଶ୍ରା ଲାଗିଥାଏ ଯାହା ଫଳ ସ୍ୱରୂପ ତାଙ୍କ ଶରୀରରେ ପାଣି ମାତ୍ରା କମି ଯାଇଥାଏ । ତେବେ ଆପଣଙ୍କୁ ୮ରୁ ୯ ମାସ ଭିତରେ ଯେତେ ପାରୁଛନ୍ତି ପାଣିଆ ଜିନିଷ ସେବନ କରିବା ଉଚିତ ନଚେତ ଆପଣଙ୍କ ପେଟରେ ପାଣି ମାତ୍ରା କମିଠାଏ ଓ ଛୁଆକୁ ମଧ୍ୟ ସୁବିଧା ହୋଇଥାଏ । ତେବେ ଏହି ସମୟରେ ମନେ ପକେଇ ପାଣି ପିଆନ୍ତୁ, ନଡିଆ ପାଣି ବା ଜୁଷ ଯେତେ ଅଧିକ ମାତ୍ରାରେ ସେବନ କରିବେ ଆପଣଙ୍କ ଶିଶୁ ପାଇଁ ଲାଭକାରୀ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।