ଏ ଯୁଗର ଏକଲବ୍ୟ, 10 ବର୍ଷ ଧରି ଗୁରୁଙ୍କୁ ବୋହୁଛନ୍ତି ରବି, ସାଜିଲେ ସମାଜ ପାଇଁ ଅବ୍ଦ ଉଦାହରଣ…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ପ୍ରାଚୀନ ଯୁଗରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କେତେ ଗଭୀର ଥିଲା । ଯେମିତି ଏକଲବ୍ୟଙ୍କ ଠାରୁ ଆରମ୍ଭ କରି ଅନେକ ଶିଷ୍ୟ ସେମାନଙ୍କ ଗୁରୁଙ୍କ ପ୍ରତି ଇଜ ଜୀବନକୁ ସମର୍ପିତ ବା ଉଶ୍ଚର୍ଗ କରିଥିବା କଥା ଆମେ ଆଗରୁ ଜାଣିଥିଲେ । କିନ୍ତୁ କଳି ଯୁଗରେ ଏମତି ଜଣେ ଭକ୍ତ ଅଛନ୍ତି ଯିଏ ନିଜ ଗୁରୁଙ୍କ ପାଇଁ ନିଜ ଜୀବନକୁ ସମର୍ପଣ କରି ଦେଇଛନ୍ତି । ସେ ହେଉଛନ୍ତି ଭକ୍ତ ରବି ଦାସ ଯିଏ ଚାଲି ଚାଲି ଗାଡିରେ ବସାଇ ନିଜ ଗୁରୁଙ୍କୁ ବିଭିନ୍ନ ଗାଁ କୁ ଧରି ମାଗୁଣି କରିବା ସହ ବିଭିନ୍ନ ଯଜ୍ଞରେ ସାମିଲ ହେଉଛନ୍ତି ।

ତେବେ ଶିଷ୍ୟ ରବି ଦାସ କହିଛନ୍ତି ସେ ତାଙ୍କର ଗୁରୁଙ୍କର ସେବା କରିବାରେ କୌଣସି ଅସୁବିଧା ହେଉ ନାହି କି ତାଙ୍କ ଶରୀରରେ କୌଣସି କ୍ଷତି ହେଉ ନାହି । ଗୁରୁଙ୍କ ସେବା କରି ସେ ବହୁତ ଆନନ୍ଦ ଅନୁଭବ କରୁଛନ୍ତି । ଗାଡିରେ ଗୁରୁଙ୍କୁ ବସାଇବା ମାତ୍ରେ ପବନରେ ଉଡିଲା ଭଳି ମନେ ହେଉଛି ବୋଲି ରବି ଦାସ କହିଛନ୍ତି । ଗୁରୁଙ୍କର କର୍ତ୍ତବ୍ୟ କରିବା ତାଙ୍କର ଧର୍ମ ବୋଲି ସେ କହିଛନ୍ତି ।

ତାଙ୍କର ଏହା ମନସ୍କାମନା ଥିଲା ଯାହା ପାଇଁ ନିଜ ଗାଡିକୁ ନିଜେ ଚଳାଇ ନିଜ ହାତରେ ଗୁରୁଙ୍କୁ ଗୋଟିଏ ଗାଁ ରୁ ଆଉ ଗୋଟିଏ ଗାଁ କୁ ନେଉଛନ୍ତି । ଅନେକ ଆଶ୍ରମକୁ ନେବା ସହ ବିଭିନ୍ନ ଗାଁ କୁ ବୁଲି ବୁଲି ମହିମା ଧର୍ମର ପ୍ରଚାର କରୁଛନ୍ତି । ତତ ସହିତ ବିଭିନ୍ନ ଯଜ୍ଞର ମଧ୍ୟ ସାମିଲ ହେଉଛନ୍ତି । ତେବେ ଏହି ସମ୍ପର୍କରେ ବାବା ନିଜର ମନ୍ତବ୍ୟ ଦେଇଛନ୍ତି କି ଆଜି ବି ଏହି ପରମ୍ପରା ଜୀବିତ ରହିଛି ।

ନିଜର ତପସ୍ୟାର ଫଳ ଗୁରୁ ପାଇଛନ୍ତି ବୋଲି ମତ ଦେଇଛନ୍ତି । ଶିଷ୍ୟ ରବି ଦାସ ତାଙ୍କର ଏତେ ଶ୍ରଦ୍ଧା ସହକାରେ ସେବା କରୁଛନ୍ତି ଯାହା ପାଇଁ ସେ ଆନନ୍ଦିତ ଅଛନ୍ତି । ଏ ଦେଶର ମଙ୍ଗଳ ପାଇଁ, ଉନ୍ନତି ପାଇଁ, ଲୋକ ମାନଙ୍କର ମଙ୍ଗଳ ପାଇଁ ଗୁରୁ ଶିଷ୍ୟ ଉଭୟ ଗ୍ରାମ ଗ୍ରାମ ଗୁଡିକରେ ବୁଲି ବୁଲି ମହିମା ଧର୍ମର ପ୍ରଚାର କରିବାରେ ଲାଗିଛନ୍ତି ।

ଦୀର୍ଘ ୧୦ ବର୍ଷ ହେବ ଗୁରୁ ଙ୍କୁ ଏମିତି ନିଜ ହାତରେ ବୋହି ନେଉଛନ୍ତି ଶିଷ୍ୟ ରବି ଦାସ । ଲୋକେ କିପରି ଅନ୍ୟାୟ ବାଟକୁ ଯିବେ ନାହି, ଜୀବନରୁ କେମତି ମୁକ୍ତି ଅପାଇବେ , ସାଧୁ ସନ୍ଥଙ୍କୁ ମାନି କରି ଯେଉଁ ନୀତି ନିୟମ ରହିଛି ସେହିପରି କିପରି ଚାଲିବେ, ଧର୍ମ ପଥରେ ଚାଳିବେ, ପୁତ୍ର କନ୍ୟାଙ୍କୁ କିପରି ଲୋକ ମାନେ ଶିକ୍ଷା ଦେବେ ଧର୍ମ ପଥରେ ଚାଲିବା ପାଇଁ ଏହା କାମନା କରି ଭଗବାନଙ୍କ ନିକଟରେ ସମର୍ପଣ ଭାବ ରଖିବା ପାଇଁ ଗାଁ ଗାଁ ବୁଲୁଛନ୍ତି ଗୁରୁ ଓ ଶିଷ୍ୟ ।

ନିଆଳି ଠାରୁ ଆରମ୍ଭ କରି ଅସ୍ତରଙ୍ଗ ଯାଏଁ ବିଭିନ୍ନ ଗାନ ବୁଲି ନିଜର ଧର୍ମର ପ୍ରଚାର କରୁଛନ୍ତି । ଗୁରୁ ଶିଷ୍ୟଙ୍କ ସମ୍ପର୍କ ତାଙ୍କର କେତେ ଜନ୍ମର ତପସ୍ୟା ପାଇ ଏଭଳି ଜଣେ ଶିଷ୍ୟଙ୍କୁ ପ୍ରାପ୍ତ କରିଛନ୍ତି ବୋଲି ଗୁରୁ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ଗୁରୁ ଶିଷ୍ୟଙ୍କ ସଂପର୍କକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *