ଏହିପରି ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀ ଙ୍କ ଆୟୁଷ ବଢିଥାଏ- Ajira Anuchinta

ସିନ୍ଦୁର ଏହା ଏକ ସର୍ବୋଚ୍ଚ ପବିତ୍ର ଏବଂ ମହାନ୍ ଜିନିଷ ହୋଇଥାଏ । ବିବାହ କାର୍ଯ୍ୟ ରେ ଏହାକୁ ସର୍ବଶ୍ରେଷ୍ଠ ମାନ୍ୟତା ଦିଆଯାଇଛି । ମହିଳା ମାନଙ୍କ ମଥାର ସିନ୍ଦୁର ରୁ ହିଁ ପରିଚୟ ମିଳିଥାଏ କି ସେ ସଧବା ବୋଲି । ଏହି ସିନ୍ଦୁର ନିଜ ସ୍ବାମୀଙ୍କ ଲମ୍ବା ଆୟୁଷ ପାଇଁ ସଧବା ବା ବିବାହିତା ମହିଳା ମାନେ ମଥାରେ ପିନ୍ଧିଥାନ୍ତି । କୁହାଯାଏ କି ହନୁମାନ ତାଙ୍କ ମା ଙ୍କୁ ପଚାରିଥିଲେ କି କାହିଁକି ସିନ୍ଦୁର ପିନ୍ଧିଥାନ୍ତି । ଆଉ ତାଙ୍କ ମା ଉତ୍ତର ରେ କହିଥିଲେ ଯେ ସ୍ବାମୀଙ୍କ ଲମ୍ବା ଆୟୁଷ ପାଇଁ ସିନ୍ଦୁର ପିନ୍ଧା ଯାଇଥାଏ ।

ଯିଏ ଯେତେ ସିନ୍ଦୁର ପିନ୍ଧେ ତାଙ୍କ ସ୍ବାମୀଙ୍କ ଆୟୁଷ ସେତେ ଲମ୍ବା ହୋଇଥାଏ । ତେଣୁ ହନୁମାନ ରାମଚନ୍ଦ୍ର ଙ୍କୁ ନିଜ ସ୍ଵାମୀ ମାନିଥାନ୍ତି । ସେଥିପାଇଁ ସେ ଦେହ ସାରା ସିନ୍ଦୁର ବୋଳି ହୋଇଥିଲେ । ଆଜି ବି ହନୁମାନ ଙ୍କୁ ସିନ୍ଦୁର ର ଅଭିଷେକ କରାଯାଇଥାଏ ।

ଯେଉଁ ସ୍ତ୍ରୀ ମଥା ର ମଝି ସ୍ଥାନ ରେ ଯେତେ ଲମ୍ବା ସିନ୍ଦୁର ଗାର ଟାଣିଥାନ୍ତି ତାଙ୍କ ସ୍ଵାମୀ ଙ୍କର ସମାଜ ରେ ସେତେ ମ୍ମାନସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତି ହୋଇଥାଏ । ରୋଜଗାର ରେ ଏବଂ ଆୟୁଷ ମଧ୍ୟ ବୃଦ୍ଧି ପାଇଥାଏ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ରେ ସେତେ ନିବିଡତା ଦେଖିବାକୁ ମିଳିଥାଏ । ଏବଂ ଭଲ ପାଇବା ମଧ୍ୟ ସେତେ ନିବିଡ ହୋଇଥାଏ ।

ଯେଉଁ ନାରୀ ମଥା ର କର ସ୍ଥାନରେ ସିନ୍ଦୁର ପିନ୍ଧିଥାନ୍ତି ତାଙ୍କ ସମ୍ପର୍କ ରେ ଦୁରତ୍ଵ ବଢିଥାଏ । ଯେଉଁ ନାରୀ ମଥାରେ ଲୁଚାଇଲ ଭଳି ସିନ୍ଦୁର ପିନ୍ଧିଥାନ୍ତି ତାଙ୍କ ସ୍ବାମୀଙ୍କର ମ୍ମାନସମ୍ମାନ ରେ ଆଞ୍ଚ ଆସିଥାଏ । ସମାଜ ରେ ତାଙ୍କ ସ୍ବାମୀଙ୍କର ସମ୍ମାନ ହ୍ରାସ ପାଇଥାଏ । ବୈବାହିକ ସମ୍ପର୍କ ଖେଳ ହୋଇଥାଏ ଏବଂ କୁହାଯାଏ କି ସିନ୍ଦୁର ପିନ୍ଧିବା ବେଳେ ଯଦି କିଛି ସିନ୍ଦୁର ନାକ ଉପରେ ଝଡି ପଡିଥାଏ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

ସିନ୍ଦୁର ଏକ ପବିତ୍ର ଜିନିଷ ହୋଇଥାଏ ତେଣୁ ଏହାକୁ ଅପବିତ୍ର ସମୟରେ ପିନ୍ଧିବା ଅନୁଚିତ ହୋଇଥାଏ । ତେଣୁ ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ ଏହି ସିନ୍ଦୁର ପିନ୍ଧିବା ବର୍ଜିତ ଅଟେ । ଶୁଦ୍ଧ ପୂତ ହେଲା ପରେ ସିନ୍ଦୁର ପିନ୍ଧିବା ଉଚିତ । ଯେଉଁ ନାରୀ ପିଲା ଜନ୍ମ ଦେଇଥାନ୍ତି ସେମାନେ ୧୨ ଦିନ ପର୍ଯ୍ୟନ୍ତ ସିନ୍ଦୁର ପିନ୍ଧିବା ବର୍ଜିତ ଅଟେ ।

ଘରେ ପୂଜା କରୁଥିବା ମହିଳା ମାନେ ଠାକୁର ପୂଜା କରିବା ପୂର୍ବରୁ ସିନ୍ଦୁର ପିନ୍ଧି ପାରିବେ । ଏବଂ ଠାକୁର ପୂଜା କରି ସାରିବା ପରେ ମଧ୍ୟ ସିନ୍ଦୁର ପିନ୍ଧି ପାରିବେ । କିନ୍ତୁ ବିଶେଷ ବଡ ବଡ ଓଷା ପର୍ବ ପର୍ବାଣି ରେ ସଜବାଜ ହୋଇ ସିନ୍ଦୁର ପିନ୍ଧି ପୂଜା କରିବା ବିଧାୟ ହୋଇଥାଏ ।

ଯେଉଁ ନାରୀ ମଥାରେ ସିନ୍ଦୁର ପିନ୍ଧିବା ପରେ ତାଙ୍କ ହାତ ରେ ଚୁଡି ପିନ୍ଧୁଥିବା ସ୍ଥାନ ରେ ଅଳ୍ପ ସିନ୍ଦୁର ଲଗାଇଥାନ୍ତି ଏହାକୁ ଅତ୍ୟନ୍ତ ଶୁଭ ବିଚାର କରାଯାଇଥାଏ । ସିନ୍ଦୁର କେବେ ବି ଆଙ୍ଗୁଠି ରେ ପିନ୍ଧିବେ ନାହିଁ । ବରଂ ଝିଙ୍କ କଣ୍ଟା କିମ୍ବା ରୂପା କଣ୍ଟା ରେ ଲଗାଇବା ବହୁତ ଶୁଭ ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *