1 ଫେବୃଆରି ଭୌମି ଏକାଦଶୀ, ଗାଈକୁ ଖାଇବାକୁ ଦିଅନ୍ତୁ ଏହି 1 ଜିନିଷ, ହେବ ଧନର ବର୍ଷା 

ବନ୍ଧୁଗଣ ୨୦୨୩ ଫେବୃଆରୀ ୧ ବୁଧବାର ଦିନ ପଡିବାକୁ ଯାଉଛି ବଡ ଏକାଦଶୀ ବା ଭୌମି ଏକାଦଶୀ । ଏକାଦଶିର ବ୍ରତ ଗଙ୍ଗା ଜଳର ବୁନ୍ଦା ଭଳି ପବିତ୍ର, ଶୁଭ କାର୍ଯ୍ୟ, ମଙ୍ଗଳ ମାନାଯାଏ । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏକାଦଶୀ ସବୁଠାରୁ ବଡ ବ୍ରତ ମାନାଯାଇଥାଏ । ଏହି ବ୍ରତ ଜୀବନରେ ଭୌତିକ ସୁଖ ଶାନ୍ତି, ଉତ୍ତମ ଜୀବନ ସାଥି, ମୋକ୍ଷ, କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ ।

ଏହି ଏକାଦଶୀ ବର୍ଷର ସବୁଠାରୁ ବଡ ଅଟେ । ଏହି ଦିନ ଗାଈକୁ କେଉଁ ଜିନିଷ ଖାଇବାକୁ ଦେଲେ ସବୁ ଇଚ୍ଛା ପୂରଣ ହୁଏ ସେହି ବିଷୟରେ ଆସନ୍ତୁ ଜାଣିବା । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗାଈ କୁ କେବେ ବି ବାସୀ ଜିନିଷ ଖାଇବାକୁ ଦେବା ଦ୍ଵାରା ଗୋମାତାଙ୍କର ଅପମାନ ହୋଇଥାଏ । ଭଗବାନ କୃଷ୍ଣ କହିଛନ୍ତି ଗାଈ ହେଉଛି ସମସ୍ତ ଜଗତର ମା ଓ ଦିବ୍ୟ ଜୀବ । ଯେଉଁ ଘରେ ଗାଈ ରହିଥାଏ ସେହି ଘରର ବାସ୍ତୁ ଦୋଷ ଦୂର ହୁଏ ।

ଗାଈଙ୍କ ଠାରେ ୩୩ କୋଟି ଦେବିଦେବତା ବାସ କରନ୍ତି । ଗାଈ ଉପରେ ସବୁ ନକ୍ଷତ୍ରଙ୍କର ପ୍ରଭାବ ପଡିଥାଏ । ସନାତନ ଧର୍ମ ଅନୁଯାୟୀ ଗଙ୍ଗା ଓ ଗାୟତ୍ରୀଙ୍କର ଧାର୍ମିକ ମହତ୍ଵ ସବୁଠାରୁ ଅଧିକ ଅଟେ । ଯିଏ ଗାଈର ପୂଜା କରିଥାନ୍ତି ତାଙ୍କ ଉପରେ ଦେବିଦେବତାଙ୍କ କୃପା ମିଳିଥାଏ । ଗୋମାତା କାମଧେନୁ ଅଟନ୍ତି ସେଥିପାଇଁ ସମସ୍ତଙ୍କର କଷ୍ଟକୁ ହରଣ କରିଥାନ୍ତି ଓ ସମସ୍ତଙ୍କର ଇଚ୍ଛା ପୂରଣ କରିଥାନ୍ତି ।

ସୂର୍ଯ୍ୟାସ୍ତ ପରେ ଯେବେ ଗାଈ ଘରକୁ ଫେରିଥାଏ ଗାଈ ଖୁରାରୁ ଯେଉଁ ଧୁଳି ଉଡିଥାଏ ସେଥିରୁ ମଣିଷର ସବୁ ପାପ ନଷ୍ଟ ହୋଇଥାଏ । ଯେଉଁ ବ୍ୟକ୍ତି କ୍ରୋଧୀ, ପାଠ ପଢାରେ ଦୁର୍ବଳ, କହିବାର ଅସମର୍ଥ ଅଟନ୍ତି ତେବେ ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦେବା ଉଚିତ । ଏହା ଦ୍ଵାରା ବୁଧ ଗ୍ରହ ଦୋଷ ଦୂର ହୁଏ । ଶାସ୍ତ୍ର ଅନୁଯାୟୀ ଗାଈକୁ ଦାନ କରିବା ଶୁଭ ହୋଇଥାଏ ।

ଗାଈଙ୍କୁ ରୁଟି ଖାଇବାକୁ ଦେଇ ତାଙ୍କ କାନରେ ମନସ୍କାମନା କହିବା ଉଚିତ । ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଦୃଢ ହୁଏ । ଖରା ଦିନରେ ଘରକୁ ଗାଈ ଆସିଲେ ତାକୁ ପାଣି ପିଇବାକୁ ଦିଅନ୍ତୁ । ଏମିତି କରିଲେ ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ଗୋମାତାଙ୍କୁ ଶୀତଦିନରେ ଗୁଡ ଖାଇବାକୁ ଦିଅନ୍ତୁ । ପିତୃଦୋଷ ଦୂର କରିବା ପାଇଁ ଗାଈକୁ ଅମାବାସ୍ୟାରେ ସବୁଜ ଚାରା, ଗୁଡ, ରୁଟି ଖାଇବାକୁ ଦିଅନ୍ତୁ ।

ଏହା ଲାଭଦାୟକ ଅଟେ । ଯଦି ପିଲାମାନେ କଥା ଶୁଣୁ ନାହାନ୍ତି, ରାଗୁଛନ୍ତି ତେବେ ଘରକୁ ଆସିଥିବା ଗାଈଙ୍କୁ ପିଲାଙ୍କ ଦ୍ଵାରା ଖାଇବାକୁ ଦିଅନ୍ତୁ । ଏମିତି କରିଲେ ନିଜେ ସନ୍ତାନ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଦୁଆର ପାଖକୁ ଆସୁଥିବା ଗାଈର ପିଠିକୁ ଥରେ ସ୍ପର୍ଶ କରିବା ଉଚିତ । ଘର ବନେଇବା ଆଗରୁ ଗାଈ ବା ବାଛୁରି ବନ୍ଧା ହେଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *