ଘରର ଏହି ଦିଗରେ ମୟୁର ପଙ୍ଖ ରଖିବା ଦ୍ଵାରା ଦୂର ହୋଇଥାଏ ଦାରିଦ୍ରତା, 1 ମାସ ଭିତରେ ହେବେ ଧନୀ

ନମସ୍କାର ବନ୍ଧୁଗଣ, ମୟୁର ପକ୍ଷୀ ଶାନ୍ତିର ପ୍ରତୀକ ହୋଇଥାଏ । ଏବଂ ତାହାର ପଙ୍ଖ ଶ୍ରୀକୃଷ୍ଣଙ୍କ ମସ୍ତକରେ ଶୋଭା ପାଉଥାଏ । ତେଣୁ ଭଗବାନ କୃଷ୍ଣଙ୍କ ଆଶୀର୍ବାଦରୁ ମୟୁର ଆପଣଙ୍କ ଘରର ଆର୍ଥିକ ପରିସ୍ଥିକୁ ମଧ୍ୟ ଦୂର କରିବାରେ ସାମର୍ଥ୍ୟ ହୋଇଥାଏ । ଆପଣ ନିଜ ଘରେ ମୟୁର ପଙ୍ଖ ଆଣି ରଖିବାଦ୍ବାରା ଆପଣଙ୍କ ଜୀବନରୁ ଅଭାବ ଦୂର ହୋଇଥାଏ । ଆପଣଙ୍କୁ ମୟୁର ପଙ୍ଖ ରଖିବା ପୂର୍ବରୁ ଗୋଟିଏ କଥାର ଧ୍ୟାନ ନିହାତି ଭାବରେ ରଖିବା ଦରକାର । ନଚେତ ଘରେ ମୟୁର ପଙ୍ଖ ରଖିବାର କିଛି ଫାଇଦା ନଥାଏ ।

ତେବେ ଆଜି ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ମୟୁର ପଙ୍ଖ ରଖିବା ଫଳରେ ଘରେ ଦାରିଦ୍ରତା ପ୍ରବେଶ କରିପାରିନଥାଏ । ପ୍ରଥମ: ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗି ରହୁଥାଏ । ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସହ ଭଲପାଇବା ମଧ୍ୟ କମିବାକୁ ଲାଗୁଥାଏ ତେବେ ଆପଣ ନିଜ ଶୋଇବା ଘରର ଦକ୍ଷିଣ ପଟ କାନ୍ଥରେ ମୟୁର ପଙ୍ଖ ଲଗାଇବା ଜରୁରୀ । ଏହା କରିବା ଫଳରେ ପରସ୍ପର ମଧ୍ୟରେ ଭଲ ପାଇବା ବଢିବାକୁ ଲାଗିଥାଏ ।

ଦିତୀୟ: ଯଦି ଆପଣଙ୍କ ଜୀବନରେ ଧନର ଅଭାବ ରହିଛି । ଆସୁଥିବା ଧନ ଅଚାନକ ଭାବରେ ଖର୍ଚ ହୋଇ ଆପଣଙ୍କ ହାତ ଖାଲି ହୋଇଯାଉଛି ତେବେ ଆପଣ ଘରେ ତିଜୋରି ଟିଏ ନିହାତି ତିଆରି କରନ୍ତୁ । ତିଜୋରିକୁ ପଶ୍ଚିମ ଦିଗରେ କରିବା ଉଚିତ । ଏହାପରେ ଆପଣ ମାତା ଲକ୍ଷ୍ମୀଙ୍କ ପୂଜାରେ ମୟୁର ପଙ୍ଖ ରଖି ତାହାକୁ ଆଣି ତିଜୋରି ଭିତରେ ରଖନ୍ତୁ । ଏହା କରିବା ଫଳରେ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏବଂ ଧନର ଅଭାବ କେବେ ଅନୁଭବ ହୋଇନଥାଏ ।

ତୃତୀୟ: ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଦେଉଛି ତେବେ ଆପଣ ଅଗ୍ନି କୋଣରେ ଆପଣଙ୍କ କାନ୍ଧ ଉଞ୍ଚରେ ଦୁଇଟି ମୟୁର ପଙ୍ଖ ଶୁକ୍ଲ ପକ୍ଷରେ ଲଗାଇବା ଉଚିତ । ଏହାଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଧନ ପ୍ରାପ୍ତିର ନୂଆ ଅବସର ମାନ ମିଳିବାକୁ ଲାଗିବ । ଧନର ବୃଦ୍ଧି ହେବାକୁ ଲାଗିବ ଆପଣଙ୍କ ଜୀବନରେ ।

ଚତୁର୍ଥ: ଆପଣ ଏକ ଶୁଭ ଦିନ ଦେଖି ମୟୁରର ଗୋଟିଏ ପଙ୍ଖ ନେଇ ଘରର ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠାରେ ଆସୁଥିବା ଯାଉଥିବା ଲୋକଙ୍କ ନଜର ବେଶି ପଡୁଥିବ । ଏହି ମୟୁର ପଙ୍ଖର ପ୍ରଭାବ ଫଳରେ ଘର ଉପରେ କୌଣସି ନକରାତ୍ମକ ଦ୍ରୁଷ୍ଟି ପଡିନଥାଏ । ତେଣୁ ଆପଣ ଏହି ଉପାୟଟିକୁ ନିହାତି କରନ୍ତୁ ।

ପଞ୍ଚମ: ଆପଣଙ୍କ ଘରର ସଦସ୍ୟଙ୍କ ଉପରେ ଗ୍ରହର ଖରାପ ପ୍ରଭାବ ରହିଥିଲେ ଆପଣ ଗୋଟିଏ ମୟୁର ପଙ୍ଖ ନେଇ ସେଥିରେ ଗଙ୍ଗା ଜଳ ଛିଞ୍ଚି ଘରର ଏକ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ କାହାର ନଜର ପଡୁନଥିବ । ଏହଦ୍ଵାରା ଆପଣଙ୍କ ଚିନ୍ତା ଦୂର ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *