ଗପ ହେଲେ ବି ସତ ଫିଲ୍ମ ର ଚାଇଲ୍ଡ ଆକ୍ଟର ଆକାଶ ଏବେ ବଡ ହୋଇ କଣ କରୁଛନ୍ତି 

ଅଲିଉଡ ଦୁନିଆରେ ଯିଏ ଆସିଥାଏ ସେ ନା କରିବା ପାଇଁ ଆସିଥାଏ, ଏହା ଏକ ଏମିତିକା ଜାଗା ଯେଉଁଠାରେ ଲୋକ ପ୍ରସିଦ୍ଧ ହବା ପାଇଁ ଆସିଥାନ୍ତି ଆଜୀବନରେ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି । ଯେଉଁ ମାନଙ୍କୁ ଦର୍ଶକ ପସନ୍ଦ କରିଥାନ୍ତି ସେ ଏହି ଦୁନିଆରେ ଆଗେଇ ଚାଲନ୍ତି କିନ୍ତୁ ଯିଏ ଜିତି ପାରନ୍ତି ନାହିଁ ତାଙ୍କୁ ଅଲଗା କାମ କରିବାକୁ ପଡିଥାଏ । ତେବେ ଅଲିଉଡ ଦୁନିଆ କିଛି ଚାଇଲ୍ଡ ଆକ୍ଟର ଏମିତି ମଧ୍ୟ ଅଛନ୍ତି ଯିଏ ଏବେ ବଡ ହୋଇ ଯାଇଛନ୍ତି ଆଉ ତାଙ୍କ ଚେହେରା ଦେଖି ଆପଣ କହିବେ ନାହିଁ ଯେ ୟେ ସେଇ ଛୋଟ ଛୁଆ ଅଟେ । ଆଜି ଆମେ ଏହି ଭଳି ଗୋଟେ ଚାଇଲ୍ଡ ଆକ୍ଟର ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଅନୁଭବ ମହାନ୍ତିଙ୍କୁ ଜାଣିଥିବେ, ତେବେ ଅନୁଭବ ଓଡିଆ ଚଳଚିତ୍ର ମେଗା ଷ୍ଟାର ଅଟନ୍ତି, ତାଙ୍କ ଲୁକ ଆଉ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ଏହାର ମୁଖ୍ୟ କାରଣ ତାଙ୍କ ପରିଶ୍ରମ ଅଟେ, ସେ ମଧ୍ୟ ଯେତେବେଳେ ଅଲିଉଡ ଦୁନିଆକୁ ଆସିଥିଲେ ବହୁତ ସଂଘର୍ଷ କରିଥିଲେ ଆଗ ସେ ଆଲ୍ବମ ଦ୍ଵାରା ଆରମ୍ଭ କଲେ ଆଉ ଧୀରେ ଧୀରେ କରି ତାଙ୍କ ନାମ ବହୁତ ବଡ ହୋଇ ଗଲା ଆଜି ସେ କେନ୍ଦ୍ରାପଡା ନେତା ଅଟନ୍ତି ।

ତେବେ ବର୍ଷା ଆଉ ଅନୁଭବ ଏକାଠି ବହୁତ ଫିଲ୍ମ କରିଛନ୍ତି ଆଉ ତାଙ୍କ ଗୋଟେ ଫିଲ୍ମ ଆସିଥିଲା ଯାହା ନାମ ଥିଲା ” ଗପ ହେଲେ ବି ସତ ” ଏହି ଫିଲ୍ମରେ ଅନୁଭବଙ୍କ ଛୁଆ ବେଳ ଅଭିନୟ କରିଥିଲେ ତାଙ୍କ ଭଣଜା ରାହୁଲ । ତେବେ ଏହି ଫିଲ୍ମରେ ତାଙ୍କ ନାମ ଆକାଶ ରହିଥିଲା, ରାହୁଲ ସେହି ସମୟରେ ୧୦ ବର୍ଷର ହୋଇଥିଲେ ଆଉ ତାଙ୍କ ଅଭିନୟ ସେହି ସମୟରେ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ତେବେ ବର୍ତମାନ ରାହୁଲ ୧୯ ବର୍ଷର ହୋଇ ଯାଇଛନ୍ତି ଆଉ ସେ ସ୍କୁଲ ଯିବା ସହ ଜିମ ମଧ୍ୟ ଯାଉଛନ୍ତି ଆଉ ଏହା ସହ ନାଚ ଗୀତ ଭଳି ସବୁ ଜିନିଷ ସିଖୁଛନ୍ତି ଯାହା ଦ୍ଵାରା ଆଗକୁ ହିରୋ ପାଇଁ ସେ ଅଡିସନ ଦେଇ ପାରିବେ । କଣ ଆପଣ ଏହା ଜାଣିଛନ୍ତି ରାହୁଲ ଆଗ ଅପେକ୍ଷା ବହୁତ ବଦଳି ଗଲେଣି ଆଉ ତାଙ୍କ ମଶଲ ମଧ୍ୟ ହୋଇ ଗଲାଣି । ତେବେ ଆସନ୍ତା ସମୟରେ ଆପଣଙ୍କୁ ରାହୁଲ ନୂଆ ଅଭିନେତା ଭାବରେ ଦେଖିବାକୁ ମିଳି ପାରନ୍ତି, ଆଉ ସେ ଅଭିନୟ ମଧ୍ୟ ବହୁତ ଭଲ କରନ୍ତି ।

Leave a Reply

Your email address will not be published. Required fields are marked *