ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପୂର୍ବରୁ ମିଳେ ଏହି ୧୦ଟି ସଂକେତ- Garuda Purana

ସମସ୍ତଙ୍କ ମନରେ ଏହି ପ୍ରଶ୍ନ ସବୁବେଳେ ଆସିଥାଏ ଯେ ମୃତ୍ୟୁ ପୂର୍ବରୁ କଣ ହେଇଥାଏ ବା ଯେଉଁ ବ୍ୟକ୍ତି ମୃତ୍ୟୁ ବାରାଁ କରେ ସେ ସେହି ସମୟରେ କଣ ଅନୁବା କରେ ? କିନ୍ତୁ କଣ ଆପଣ ଏହି କଥା ଜାଣିଛନ୍ତି ଯେ ଗରୁଡ ପୁରାଣ ଏମିତି ଗୋଟେ ଗ୍ରନ୍ଥ ଯେଉଁଥିରେ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ମୃତ୍ୟୁ ପୂର୍ବରୁ ଓ  ପରେ ଆତ୍ମା ସହ କଣ ହୋଇଥାଏ ଓ ଜନ୍ମ ହେଲା ପରେ କେମିତି ଆତ୍ମା ନିଜ ପୂର୍ବ ଜନ୍ମ ବିଷୟରେ ଭୁଲି ଯାଇଥାନ୍ତି ।

ଗରୁଡ ପୁରାଣ ବହୁତ ପୁରୁଣା ଗ୍ରନ୍ଥ ଅଟେ, ତେବେ ବହୁତ ଲୋକଙ୍କ ମନରେ ଏହା ଆସିଥାଏ ଯେ ମଣିଷକୁ ଡରେଇବା ପାଇଁ ଗରୁଡ ପୁରାଣରେ ଏମିତି ଲେଖା ହୋଇଛି କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଗରୁଡ ପୁରାଣରେ ମଣିଷ ଭଲ ପାଇଁ ସବୁ କଥା ଲେଖା ହୋଇଛି । ଆଜି ଆମେ ଆପଣଙ୍କୁ ୧୦ଟି ସଂକେତ ବିଷୟରେ କହିବୁ ଯାହା ମୃତ୍ୟୁ ପୂର୍ବରୁ ଆମକୁ ମିଳିଥାଏ ।

Image Courtesy: Google

୧. ପରଛାଇ :

ଯେତେବେଳେ କୌଣସି ମଣିଷ ଅନ୍ତ ସମୟ ପାଖେଇ ଆସିଥାଏ ସେହି ସମୟରେ ମଣିଷ ଛାଇ କୌଣସି ତରଳ ଜିନିଷ ଯେମିତିକି ପାଣି, ତେଲ ବା ଅନ୍ୟ ଜାଗାରେ ଦେଖା ଯିବା କମିଯାଇଥାଏ ।

୨. ପୂର୍ବଜ :

ଯେଉଁ ମଣିଷ ମୃତ୍ୟୁ ପାଖେଇଥାଏ ତାକୁ ପୂର୍ବ ପୁରୁଷ ଦେଖା ଦିଅନ୍ତି ଓ ତାକୁ ନେଇଯିବାକୁ ଆସିଛନ୍ତି ବୋଲି ସେହି ମଣିଷକୁ ଅନୁଭବ ହୋଇଥାଏ ।

୩. ଗନ୍ଧ :

ଯେତେବେଳେ କୌଣସି ମଣିଷ ମୃତ୍ୟୁ ପାଖେଇ ଯାଇଥାଏ ସେହି ସମୟରେ ମଣିଷକୁ ବୁଝିଯିବା ଉଚିତ ଯେ ତାଙ୍କ ମୃତ୍ୟୁ ସମୟ ଆସି ଗଲାଣି ଓ ନିଜ ସବୁ ମହତ୍ଵପୂର୍ଣ କାର୍ଯ୍ୟ ସମାପ୍ତ କରିବା ଉଚିତ ।

Image Courtesy: Google

୪. ଆଇନା :

ତେବେ କୌଣସି ବ୍ୟକ୍ତିକୁ ଅଇନାରେ ଅନ୍ୟ କେହି ଦେଖା ଦିଅନ୍ତି ବା ନିଜ ମୁହଁ ଭଲରେ ଦେଖା ଯାଏ ନାହିଁ ତେବେ ବୁଝିଯିବା ଉଚିତ ଯେ ଆପଣଙ୍କ ଅନ୍ତ ସମୟ ଆସି ଯାଇଛି ।

୫. ଚନ୍ଦ୍ରମା :

ଯେତେବେଳେ ଚନ୍ଦ୍ରମାରେ ବ୍ୟକ୍ତିକୁ ବହୁତ ରେଖା ବା ଗାର ଦେଖିବାକୁ ମିଳିଥାଏ ତେବେ ମଣିଷକୁ ନିଜ ଅନ୍ତ ସମୟ ପାଖରେ ଅଛି ବୋଲି ବୁଝିଯିବା ଉଚିତ ଅଟେ ।

୬. ଶରୀର ରଙ୍ଗ :

ଯେତେବେଳେ କୌଣସି ମଣିଷ ଶରୀର ରଙ୍ଗ ବଦଳିବାକୁ ଲାଗିଥାଏ ତେବେ ଯଦି ତାଙ୍କ ଶରୀର ହାଲ୍କା ହଳଦିଆ ବା ନାଲି ପଡିଥାଏ ତେବେ ବୁଝି ଯାଆନ୍ତୁ ସେହି ବ୍ୟକ୍ତି ଅନ୍ତ ସମୟ ନିକଟ ଅଟେ ।

Image Courtesy: Google

୭. ସୂର୍ଯ୍ୟ କିରଣ :

ଯେତେବେଳେ କୌଣସି ବ୍ୟକ୍ତିକୁ ଚନ୍ଦ୍ରମା ବା ସୂର୍ଯ୍ୟ ଚମକ ଧୂନ୍ଧଲା ଦେଖା ଯାଏ ବା ଦେଖା ଯାଏ ନାହିଁ, ତେବେ ସେହି ବ୍ୟକ୍ତି ଅନ୍ତ ନିକଟ ହୋଇଥାଏ । ତେବେ କିଛି ଲୋକଙ୍କୁ ଏହା ଦ୍ରୁଷ୍ଟି ଦୋଷରୁ ମଧ୍ୟ ହୋଇଥାଏ ।

୮. ଶରୀର ଅଙ୍ଗ କଠୋର :

ଯେତେବେଳେ କୌଣସି ମଣିଷ ଜିଭ, କାନ ଓ ନାକ କଠୋର ହବାକୁ ଲାଗିଥାଏ ସେହି ସମୟରେ ବୁଝିଯିବା ଉଚିତ ଯେ ଅନ୍ତ ସମୟ ଆସି ଯାଇଛି ।

୯. ଆଖି ଦ୍ରୁଷ୍ଟି :

ଯେତେବେଳେ କାହା ମୃତ୍ୟୁ ସମୟ ଆସିଥାଏ ସେହି ସମୟରେ ବ୍ୟକ୍ତି ଲୋକଙ୍କୁ ଚିହ୍ନିବା ବନ୍ଦ କରିଥାନ୍ତି ।

୧୦. ଦିବ୍ୟ ପ୍ରକାଶ :

ଯେଉଁ ବ୍ୟକ୍ତି ନିଜ ଜୀବନ ପରଉପକାରରେ ବ୍ଯତୀତ କରିଥାନ୍ତି ଓ କାହାକୁ କେବେ କୌଣସି କଷ୍ଟ ଦିଅନ୍ତି ନାହିଁ । ସେହି ଭଳି ଲୋକ ମୃତ୍ୟୁକୁ ଡରନ୍ତି ନାହିଁ ଓ ତାଙ୍କ ମୃତ୍ୟୁ ସମୟରେ ତାଙ୍କ ଶରୀରରୁ ଗୋଟେ ଦିବ୍ୟ ପ୍ରକାଶ ବାହାରିଥାଏ । ତେବେ ଏଭଳି କିଛି ସଂକେତ ମିଳୁଥିଲେ ବୁଝି ଜାଆନ୍ତୁ  ଆପଣଙ୍କ ଶେଷ ସମୟ ପାଖେଇ ଆସିଲାଣି ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *